କୁକୁର ହେବ ଅଫିସର, ଏହି କମ୍ପାନୀରୁ ବାହର କଲା ବମ୍ପର ନିଯୁକ୍ତି, ୧୫ ଲକ୍ଷ ଟଙ୍କା ମିଳିବ ବାର୍ଷିକ ଆୟ ,ଜାଣନ୍ତୁ ପୁରା ଖବର

ଆମେରିକାର ଏକ ବିୟର କମ୍ପାନୀ କୁକୁରଙ୍କ ପାଇଁ ବମ୍ପର ଭେକେଂସୀ ବାହାର କରିଛି, ଓ ସେମାନଙ୍କୁ ସେଲାରି ଭାବରେ ବାର୍ଷିକ ୧୫ ଲକ୍ଷ ଟଙ୍କା ଭାବରେ ଦେବେ ବୋଲି ଘୋଷଣା କରିଛନ୍ତି। କମ୍ପାନୀ ନିଜର ଅଫିସିଆଲ ଟୁଇଟର ଏକାଉଣ୍ଟରେ ଏକ ଭିଡିଓ ସେୟାର କରି ଏହି ଭେକେଂସୀ ବିଷୟରେ ସୂଚନା ଦେଇଛନ୍ତି ଓ ଲୋକଙ୍କୁ ଆବେଦନ ପାଇଁ ନିବେଦନ କରିଛନ୍ତି।

ଏଥିରେ କୁହାଯାଇଛିକି,’ କମ୍ପାନୀର ଚିଫ ଟେଷ୍ଟିଙ୍ଗ ଅଫିସର ପଦ ପାଇଁ କୌଣସି ଯୋଗ୍ୟ କୁକୁରର ସନ୍ଧାନ କରାଯାଉଛି। ଯେଉଁ କୁକୁର ଏହି ପୋଷ୍ଟ ପାଇଁ ଚୟନ ହେବ ତାଙ୍କୁ ୨୦ହଜାର ଡଲାର ଅର୍ଥାତ ପାଖାପାଖି ୧୫ଲକ୍ଷ ଟଙ୍କାର ବାର୍ଷିକ ପ୍ଯାକେଜ ଦିଆଯିବ।’

ଚୟନ ହୋଇଥିବା କୁକୁର ଉପରେ ରହିବ ଦାୟିତ୍ଵ:-

ପୋଷ୍ଟରେ ଆହୁରି ମଧ୍ୟ କୁହାଯାଇଛିକି,’ ଚୟନ ହୋଇଥିବା କୁକୁରଙ୍କ ମଧ୍ୟରେ ଭଲ ସ୍ଵାଦ, ନୂଆ ଫ୍ଲେବର୍ସ ପାଇଁ ରିସର୍ଚ୍ଚ, ପେଟ ପ୍ରୋଜେକ୍ଟର ଦାୟିତ୍ଵ କରିବ। ଗୋଟିଏ ଲାଇନରେ କହିଲେ କୁକୁରକୁ କ୍ଵାଲିଟି କଣ୍ଟ୍ରୋଲ ଓ ପ୍ରଡ଼କ୍ଟର ବ୍ରାଣ୍ଡ ଅମ୍ବାସଡର ପରି ଭୂମିକା ନିଭାଇବାକୁ ହେବ। ଆମେରିକାରେ ହେଉଥିବା କାରଣରୁ କୁକୁରକୁ ସେଲାରୀ ସହିତ ବୀମା ମଧ୍ୟ ମିଳିବ, ଯାହାକି କମ୍ପାନୀ କରାଇବ। ଯଦି ଆପଣଙ୍କ କୁକୁରରେ ଏମିତି କିଛି ଖୁବିୟା ଅଛି ତେବେ ଆପଣ ଏପ୍ରିଲ ୨୮ତାରିଖ ପର୍ଯ୍ଯନ୍ତ ଆବେଦନ କରିପାରିବେ। ଏହା ଏହି ଚାକିରି ପାଇଁ ଶେଷ ତାରିଖ ଅଟେ।

ଏହିପ୍ରକାର କରିପାରିବେ ଆବେଦନ:-

ଆମର ସହଯୋଗୀ ସାଇଟ India.com ମୁତାବିକ, କମ୍ପାନୀ #BuschCTOcontest କୁ ବ୍ୟବହାର କରିଛି। ଏହି ପ୍ରତିଯୋଗୀତାରେ ସାମିଲ ହେଉଥିବା କୁକୁରଙ୍କ ପାଇଁ ନିୟମ ହେଉଛିକି କୁକୁରର ମାଲିକଙ୍କୁ ନିଜର କୁକୁର ଭଲ ଫୋଟ ପଠାଇବାକୁ ହେବ। ଏହା ସହିତ ସେମାନଙ୍କୁ କହିବାକୁ ହେବକି ତାଙ୍କର କୁକୁର ଏହି ପଦ ପାଇଁ କାହିଁକି ବେଷ୍ଟ ଅଟନ୍ତି। ଯେମିତି କମ୍ପାନୀ ଏହି ପୋଷ୍ଟକୁ ସେୟାର କରିଲେ ଏଥିରେ ପ୍ରତିକ୍ରିୟା ଆସିବାକୁ ଲାଗିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *