ଜିଓ ପରେ ଏୟାରଟେଲର ବଡ଼ ଧମାକା, ମାତ୍ର ୨୦୦ ଟଙ୍କାରୁ କମ ରିଚାର୍ଜରେ ପାଆନ୍ତୁ ଲାଇଫ ଇନ୍ସୁରାନ୍ସ ଓ ZEE5 ସବସ୍କ୍ରିପ୍ସନ,ଜାଣନ୍ତୁ ପ୍ଲାନ ବିଷୟରେ ସମ୍ପୂର୍ଣ ତଥ୍ୟ

କରୋନା ମହାମାରୀ ପାଇଁ ଦେଶରେ ହାହାକାର ମାତି ଯାଇଛି। କରୋନା କାରଣରୁ ଲୋକମାନେ ନିଜକୁ ବନ୍ଦ କରି ରଖିଛନ୍ତି । ଏହାସହ ଅଧିକତର ଲୋକମାନେ ୱାର୍କ ଫ୍ରମ ହୋମ କରୁଛନ୍ତି। ଏମିତିରେ ଲୋକଙ୍କୁ ଏକ ଭଲ ପ୍ରିପେଡ ପ୍ଲାନର ଆବଶ୍ୟକତା ରହିଛି । ଯେଉଁଥିରେ ହାଇସ୍ପୀଡ଼ ଡ଼ାଟା, ଅନଲିମିଟେଡ଼ କଲିଂ ଓ ଅନ୍ୟ ସେବା ଉପସ୍ଥିତ ମିଳିଥାଏ ।

ଦେଶର ବଡ଼ ଟେଲିକମ କମ୍ପାନୀ ମାନଙ୍କ ମଧ୍ୟରୁ ଗୋଟିଏ କମ୍ପାନୀ ଏୟାରଟେଲ ଯିଏକି ନିଜର ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ପ୍ଲାନ ନେଇ ଆସିଛି । ଆସନ୍ତୁ ଜାଣିବା ଏୟାରଟେଲର ସେହି ଭଲ ପ୍ଲାନ ଗୁଡିକ ବିଷୟରେ ।

ଏୟାରଟେଲର 179 ଟଙ୍କାର ପ୍ଲାନ :-

ଏହି ପ୍ଲାନର ବୈଧତା 28 ଦିନ ଅଟେ ଓ ଏଥିରେ ଆପଣଙ୍କୁ ମୋଟ 2GB ଡାଟା ମିଳିବ । ଏଥିସହ ଏହି ପ୍ଲାନରେ ଅନଲିମିଟେଡ଼ କଲ ଓ 300 ଏସଏମଏସ ସୁବିଧା ମିଳିବ । ଏଥିରେ ଫାଇଦା ଏହାକି, ଆପଣଙ୍କୁ ଭାରତୀ AXA ଲାଇଫ ତରଫରୁ 2 ଲକ୍ଷ ଟଙ୍କାର ଲାଇଫ ଇନ୍ସୁରାନ୍ସ ମିଳିଥାଏ । ଗ୍ରାହକଙ୍କ ମନୋରଞ୍ଜନକୁ ଧ୍ୟାନରେ ରଖି ZEE5 ପ୍ରିମିୟମ ସବସ୍କ୍ରିପ୍ସନ ଓ Free Hellotunes, Wynk Music ଏବଂ Airtel Xstream ର ସୁବିଧା ମିଳିବ ।

ଏୟରଟେଲର 219 ଟଙ୍କିଆ ପ୍ଲାନ :-

219 ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ 1 GBଡାଟା ମିଳୁଛି। ଏହାସହ ପ୍ରତି ନେଟୱର୍କକୁ କଲ କରିବାକୁ ମଧ୍ୟ ଅନଲିମିଟେଡ଼ ରହିଛି ଓ ଦିନକୁ 100 ଏସଏମଏସ ମଧ୍ୟ ରଖାଯାଇଛି । ଏହାର ବୈଧତା 28 ଦିନ ରହିଛି । ଗ୍ରାହକଙ୍କ ମନୋରଞ୍ଜନକୁ ଧ୍ୟାନରେ ରଖି ZEE5 ପ୍ରିମିୟମ ସବସ୍କ୍ରିପ୍ସନ ଓ Free Hellotunes, Wynk Music ଏବଂ Airtel Xstream ର ସୁବିଧା ମିଳିବ ।

ଏୟାରଟେଲ ର 19 ଟଙ୍କିଆ ପ୍ଲାନ :-

ଏହି 19 ଟଙ୍କିଆ ପ୍ଲାନ ଦ୍ୱାରା ଗ୍ରାହକଙ୍କୁ 200MB ଡାଟା ସହିତ ଅନଲିମିଟେଡ଼ କଲ ମିଳିବ । ଏୟାରଟେଲର ଏହି ପ୍ଲାନ 2 ଦିନର ଭ୍ୟାଲିଡିଟି ସହିତ ଆସିଥାଏ । ଏହି ପ୍ଲାନରେ ଡାଟା ଓ ପ୍ଲାନ ବ୍ୟତୀତ ଅନ୍ୟ କୌଣସି ସୁବିଧା ଉପଲବ୍ଧ ନାହିଁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *