ମୋଦୀ ସରକାର ଦେଲେ କଥା ! ଆୟୁଷ୍ମାନ କାର୍ଡ ମିଳିବ ମାଗଣାରେ , ମିଳିବ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା,ଜାଣନ୍ତୁ ଏହି କାର୍ଡ଼ର ଫାଇଦା ଓ କେମିତି ପ୍ରସ୍ତୁତ କରିବେ କାର୍ଡ ?

ଗରିବ ଲୋକଙ୍କର ଚିକିତ୍ସାରେ ଯେପରି କୌଣସି ପ୍ରକାର ଅସୁବିଧା ନହେବ ସେଥିପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା ଆରମ୍ଭ କରିଥିଲେ। ଏଥିରେ ପଞ୍ଜୀକୃତ ଲାଭାର୍ଥୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହଯୋଗ ମିଳିବ। ଏଥିପାଇଁ ସେମାନଙ୍କୁ ଆୟୁଷ୍ମାନ କାର୍ଡ କରିବାକୁ ପଡିଥାଏ। ଏହି କାର୍ଡକୁ କରିବା ପାଇଁ ୩୦ଟଙ୍କା ଶୁଳ୍କ ଭାବରେ ଦେବାକୁ ପଡିଥାଏ। କିନ୍ତୁ କରୋନାକାଳରେ ମୋଦି ସରକାରଙ୍କୁ ଲୋକମାନଙ୍କୁ ଏଥିରେ ଏକ ବଡ ଆଶ୍ୱସ୍ତି ଦେଇଛନ୍ତି। ବର୍ତ୍ତମାନ କେହି ବି ଆୟୁଷ୍ମାନ ଭାରତ କାର୍ଡକୁ ସମ୍ପୂର୍ଣ୍ଣ ମାଗଣାରେ କରିପାରିବେ ଏବଂ ଚିକିତ୍ସା ପାଇଁ ଆର୍ଥିକ ଲାଭ ମଧ୍ୟ ପାଇପାରିବେ।

ଆୟୁଷ୍ମାନ କାର୍ଡର ଲାଭ:-

ଆୟୁଷ୍ମାନ ଭାରତ ସ୍କିମ ଅନୁସାରେ କାର୍ଡଧାରୀ ସରକାରୀ ହସ୍ପିଟାଲରେ ସହଜରେ ନିଜର ରୋଗର ଚିକିତ୍ସା କରାଇପାରିବେ। ଏହା ଜରିଆରେ ଚିକିତ୍ସାରେ ଲାଗୁଥିବା ବୀମାର ପଇସା ମିଳିବ। ଏହି କାର୍ଡ ଜରିଆରେ ପ୍ରତି ପରିବାରକୁ ଚିକିତ୍ସା ପାଇଁ ବର୍ଷକରେ ୫ ଲକ୍ଷ ଟଙ୍କା ଦିଆଯାଇଥାଏ।

କେମିତି ପ୍ରସ୍ତୁତ କରିବେ କାର୍ଡ:-

କାର୍ଡ ପ୍ରସ୍ତୁତ କରିବା ପାଇଁ ଆପଣ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମ୍ପର୍କ କରିପାରିବେ କିମ୍ବା ଏହି ଯୋଜନାର ଅଫିସିଆଲ ୱେବସାଇଟରେ ଆବେଦନ କରିପାରିବେ। ପଞ୍ଜୀକୃତ ହେବା ପରେ ଏହି ଅଭିଯାନ ସହିତ ଜଡିତ କର୍ମଚାରୀ ଆପଣଙ୍କ ଘରକୁ ଆସି ସମ୍ପୂର୍ଣ୍ଣ ତଥ୍ୟ ନେଇଯିବେ। ଏହା ପରେ ଆପଣଙ୍କୁ ଆୟୁଷ୍ମାନ କାର୍ଡ ମିଳିଯିବ। ଏହା ଏକ ଏଟିଏମ କାର୍ଡ ଭଳି ଦେଖାଯାଏ। ଏହି କାର୍ଡ ଆପଣଙ୍କୁ ବିନା ଶୁଳ୍କରେ ଦିଆଯିବ।

୩୦ ଏପ୍ରିଲ ପର୍ଯ୍ୟନ୍ତ ମାଗଣାରେ କରିପାରିବେ କାର୍ଡ:-

ଆୟୁଷ୍ମାନ କାର୍ଡକୁ ମାଗଣାରେ କରିବା ପାଇଁ ସରକାରଙ୍କ ତରଫରୁ ଖାସ ଅଭିଯାନ ଚଲାଯାଉଛି। ତଦନୁସାରେ ଆପଣ ଏପ୍ରିଲ ୩୦ ତାରିଖ ସୁଦ୍ଧା ଏହି ସୁବିଧାର ଲାଭ ଉଠାଇପାରିବେ। ଏହାମଧ୍ୟ ଗୋଲ୍ଡେନ କାର୍ଡ ନାମରେ ଜଣାଶୁଣା। ଏହି କାର୍ଡ ଜରିଆରେ ହିତାଧିକାରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମେଡିକାଲର ସୁବିଧା ମିଳିବ।

Leave a Reply

Your email address will not be published. Required fields are marked *