ଏକ ଆତ୍ମା କହିଲା “କେମିତି କରାଯିବ କରୋନାର ଚିକିତ୍ସା”, ଏକଥା ଜାଣିବାପରେ ଲାଗିଗଲା ଲୋକଙ୍କର ଭିଡ଼,ଜାଣନ୍ତୁ ଜଣେ ମଦୁଆ ବଇଦଙ୍କ ଦାବୀ ବିଷୟରେ

ଦେଶର ହଭାନା ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ତାଙ୍କୁ କରୋନାଠାରୁ ବଞ୍ଚିବାପାଇଁ ଚିକିତ୍ସା ମିଳିଯାଇଛି | ଏହି ଉପାୟ ତାଙ୍କୁ ଏକ ଆତ୍ମା କହିଛି | ବ୍ୟକ୍ତିଜଣକ କହିଛନ୍ତି ଯେ ଯଦି ଆପଣ କୋଭିଡଠାରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ପ୍ରତି ସପ୍ତାହରେ ଅଧା ବୋତଲ ରମ ପିଅନ୍ତୁ | ଏହା ପରେ କରୋନା ଆପଣଙ୍କ ଆଖପାଖରେ ମଧ୍ୟ ଦେଖା ଦେବନାହିଁ | ଏହି ଉପାୟ କ୍ୟୁବାରେ ବହୁତ ଲୋକପ୍ରିୟ ହୋଇଗଲାଣି ଏବଂ ଅନେକ ଲୋକ କୋଭିଡଠାରୁ ବଞ୍ଚିବାପାଇଁ ଏହାକୁ ଆପଣେଇ ନେଉଛନ୍ତି |

ଭାଇରଲ ହେଉଛି ଚିକିତ୍ସା :-

ଜର୍ଜ ଗୋଲିଆଟ କ୍ୟୁବାର ହଭାନାରେ ରୁହନ୍ତି | ସେ ଗତ ତିରିଶ ବର୍ଷ ଧରି ଲୋକଙ୍କୁ ଅଜବ ପ୍ରକାରର ଉପାୟ ଦ୍ୱାରା ଚିକିତ୍ସା କରୁଛନ୍ତି | ଏଥିରେ ବେହୋସ ପାଇଁ ଔଷଧ ନଦେଇ ଛୁରୀ ଏବଂ ହାତୁଡ଼ି ଦ୍ୱାରା ସର୍ଜରୀ ମଧ୍ୟ କରାଯାଇଥାଏ | ଜର୍ଜ ପାରମ୍ପାରିକ ଔଷଧ ମାଧ୍ୟମରେ ନିଜ ରୋଗୀଙ୍କୁ ଚିକିତ୍ସା କରିବାକୁ ଦାବି କରିଛନ୍ତି | ବର୍ତ୍ତମାନ କୋଭିଡ ଚିକିତ୍ସା ବିଷୟରେ କହିବା ପରେ ରୋଗୀମାନେ ତାଙ୍କ ପାଖରେ ଚିକିତ୍ସା କରିବାପାଇଁ ଭିଡ଼ ଲଗାଉଛନ୍ତି |

ଆତ୍ମା କହିଥାଏ ​​ଚିକିତ୍ସାର ଉପାୟ :-

ଜର୍ଜ କେଉଁଠାରେ ମଧ୍ୟ ଡାକ୍ତରୀ ପାଠପଢା କରିନାହାନ୍ତି | ସେ ଦିନସାରା ମଦ ନିଶାରେ ବୁଡି ରୁହନ୍ତି ଏବଂ ଏହାସହିତ ଧୂମପାନ ମଧ୍ୟ ବହୁତ କରିଥାନ୍ତି | ସେ କୁହନ୍ତି ଯେ ତିରିଶ ବର୍ଷ ପୂର୍ବେ ତାଙ୍କ ପାଖକୁ ଏକ ଆତ୍ମା ଆସିଥିଲା | ସେ ହିଁ ଜର୍ଜଙ୍କୁ ହାତୁଡ଼ି ଓ ଛୁରୀ ଦ୍ୱାରା ଲୋକଙ୍କର ସର୍ଜରୀ କରିବାକୁ କହିଥିଲା | ସେବେଠାରୁ ହିଁ ସେ ଲୋକଙ୍କ ଚିକିତ୍ସା କରିବା ଆରମ୍ଭ କରିଥିଲେ | କ୍ୟୁବା ସରକାର ଲୋକଙ୍କୁ ମାଗଣା ଚିକିତ୍ସା ଦେଇଥାନ୍ତି | ଦେଶରେ ପ୍ରାୟ ୩୩ ହଜାର ପ୍ରାଥମିକ ଡାକ୍ତର ଅଛନ୍ତି, ଯେଉଁ ହିସାବରେ ପ୍ରତ୍ୟେକ ୩୪୩ ଜଣ ଲୋକଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି | ଏହା ସତ୍ତ୍ୱେ ଏହି ଦେଶରେ ବୈଦ୍ୟ ଡ଼ାକ୍ତରଙ୍କ ପାଖରେ ଲୋକମାନଙ୍କର ଭିଡ଼ ଲାଗିରହିଥାଏ |

ପ୍ରତିଦିନ କରିଥାନ୍ତି ଦେଢ଼ ଶହ ସର୍ଜରୀ :-

ଜର୍ଜ ଅଜବ ଉପାୟରେ ଲୋକମାନଙ୍କୁ ଚିକିତ୍ସା କରିଥାନ୍ତି | ହାତୁଡ଼ି ଏବଂ ଛୁରୀରେ ଛେଦନ କରି ଜର୍ଜ ସର୍ଜରୀ କରିଦିଅନ୍ତି | ଏହାପୂର୍ବରୁ ସେ ରୋଗୀକୁ ଚେତାଶୂନ୍ୟ କରିବାପାଇଁ କୌଣସି ଔଷଧ ଦେଇନଥାନ୍ତି | ସିଧା ତୀକ୍ଷ୍ଣ ଛୁରୀରେ ଅସ୍ତ୍ରୋପଚାର କରିଦିଅନ୍ତି | ପ୍ରତିଦିନ ଜର୍ଜଙ୍କ ପାଖକୁ ୧୨୦ ରୁ ୧୫୦ ଜଣ ରୋଗୀ ସର୍ଜରୀ କରାଇବା ପାଇଁ ଆସନ୍ତି | ସେ ଅତି ନିର୍ଭୟରେ ଲୋକଙ୍କର ଅପରେସନ କରିଥାନ୍ତି |

କୋଭିଡଠାରୁ ବଞ୍ଚିବାର ଦାବି :-

ଜର୍ଜ କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ କୌଣସି ରୋଗୀ ସୁସ୍ଥ ନ ହୋଇ ତାଙ୍କଠାରୁ ଫେରି ନାହାଁନ୍ତି | ଯଦି କେହି ଚାଲିପାରୁ ନାହିଁ, ତେବେ ସେ ତାଙ୍କ ପାଖରୁ ପାଦରେ ଚାଲି ଚାଲି ଫେରିଥାନ୍ତି | ଯଦି କେହି ହାତ ଉଠାଇ ପାରୁନାହିଁ, ତେବେ ସେ ଚିକିତ୍ସା ପରେ ହାତ ଉଠାଇ ଯାଇଥାଏ | ସେ କହିଛନ୍ତି ଯେ ସେ ଥାଉ ଥାଉ କୌଣସି ରୋଗୀ ମଧ୍ୟ କୋଭିଡରେ ମରିବେ ନାହିଁ | ପ୍ରତି ସପ୍ତାହରେ ଅଧା ବୋତଲ ରମ ପିଇଲେ ହିଁ ଏହା ଭଲ ହୋଇଯିବ | ତେବେ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ଜର୍ଜଙ୍କ ଚିକିତ୍ସାକୁ ଗୋଟେପଟେ ଯାଞ୍ଚ କରୁଛନ୍ତି, କିନ୍ତୁ ଜର୍ଜ ନିଶ୍ଚିତ ଅଛନ୍ତି ଯେ ତାଙ୍କର କୌଣସି ପ୍ରକାରର ଅସୁବିଧା ହେବ ନାହିଁ, କାରଣ ସେ କୌଣସି ବେଆଇନ କାମ କରୁନାହାଁନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *