ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ୨ ଲକ୍ଷ କୋଭିସିଲ୍ଡ ଟିକା

ରାଜ୍ୟରେ ଦିନକୁ ଦିନ କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଟିକାକରଣ କରାଯାଉଛି। କିନ୍ତୁ, ଟିକା ସମସ୍ୟା ପାଇଁ ରାଜ୍ୟରେ ୮ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି। ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ୨ ଲକ୍ଷ କୋଭିସିଲ୍ଡ ଟିକା ପହଞ୍ଚିଛି। ଆଉ ଏହି ଟିକାକୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯିବ।

Google

ରାଜ୍ୟରେ ଟିକାକରଣକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା ସମୟରେ କେନ୍ଦ୍ର ସରକାର ଟିକା ଯୋଗାଇବାରେ କିଛିଟା ସମସ୍ୟା ଦେଖିବାକୁ ମିଳିଛି। ଯାହାଦ୍ବାରା, ରାଜ୍ୟର ୧ ହଜାର ଟିକାକେନ୍ଦ୍ର ବନ୍ଦ ହୋଇରହିଛି। ରାଜ୍ୟରେ ୪୨୭ଟି ଟିକା କରଣ କେନ୍ଦ୍ରରେ ଟିକାଦାନ ଚାଲିଥିବା ସମୟରେ ୮ଟି ଜିଲ୍ଲାରେ ଟିକାକରଣ କେନ୍ଦ୍ର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିଥିଲେ ଯେ, ରାଜ୍ୟରେ ଟିକାର ଅଭାବ ହୋଇଛି। ସେଇଥିପାଇଁ ଆଜି କେନ୍ଦ୍ର ସରକାର ୨ ଲକ୍ଷ କୋଭିସିଲ୍ଡ ଟିକା ଓଡ଼ିଶା ରାଜ୍ୟକୁ ପଠାଇଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *