ପ୍ରତିମାସରେ ୫୦୦ ଟଙ୍କା ବିନିଯୋଗ କରି ରୋଜଗାର କରିପାରିବେ ୩୦ ଲକ୍ଷ ଟଙ୍କା, ମନି ପ୍ଳାନର ଭିଡିଓ ଭାଇରଲ ,ଜାଣନ୍ତୁ ପୁରା ଖବର

୨୦୨୦ ମସିହାରେ କରୋନା ମହାମାରୀ କାରଣରୁ ଅନେକ ଲୋକଙ୍କ ମନୋଭାବ ସମ୍ପୂର୍ଣ୍ଣ ବଦଳି ଯାଇଛି | ଏହି ବର୍ଷର ଅଧିକାଂଶ ମାସ ଘରେ ବିତାଇବା କାରଣରୁ କିଛି ଲୋକ, ଖାସ କରି ଯୁବକମାନେ ଏପରି ଅଛନ୍ତି, ଯେଉଁମାନେ ନିଜର ପରିବେଶ ଏବଂ ଟଙ୍କାକୁ ନେଇ ଅଧିକ ସମ୍ବେଦନଶୀଳ ହୋଇପଡିଛନ୍ତି | ଏପରି ଲୋକମାନଙ୍କ ପାଇଁ ଜଣେ ମହିଳା ମନି ପ୍ଳାନର ଗୋଟିଏ ଭିଡିଓ ସେୟାର କରିଛନ୍ତି |

ଟୋରୀ ଡୁନଲାପ ଜଣେ ମନି ଏକ୍ସପର୍ଟ ଅଟନ୍ତି ଏବଂ ସେ ଫାଇନାନସିଲ ଏଜୁକେସନ ଉପରେ ଭିଡିଓ ପ୍ରସ୍ତୁତ କରନ୍ତି | ତାଙ୍କର ଟିକଟକରେ ଗୋଟିଏ ଭିଡିଓ ବହୁତ ଭାଇରାଲ ହେଉଛି | ଏହି ଭିଡିଓରେ ସେ କହିଥିଲେ ଯେ କିପରି ସେ ଟଙ୍କା ମନି ପ୍ଲାନିଂ କାରଣରୁ ୬ ମିଲିୟନ ଡଲାର ଅର୍ଥାତ ୪୫ କୋଟି ଟଙ୍କା ସହିତ ରିଟାୟାର ହୋଇଯିବେ |

ଟୋରୀ ଏହାବ୍ୟତୀତ ନିଜ ଭିଡିଓରେ କମାଉଣ୍ଡ ଇଂଟରେଷ୍ଟର କନସେପ୍ଟ ବିଷୟରେ କଥା ହୋଇଛନ୍ତି | କମ୍ପାଉଣ୍ଡ ଇଂଟରେଷ୍ଟକୁ ବୁଝାଇ ସେ କହିଛନ୍ତି ଯେ ଧରାଯାଉ ଆପଣ ମ୍ୟୁଚୁଆଲ ଫଣ୍ଡରେ ବର୍ଷକୁ ୧୦୦୦ ଟଙ୍କା ରଖିଲେ ଏବଂ ଏଥିରେ ଆପଣଙ୍କୁ ୧୦ ପ୍ରତିଶତ ସୁଧ ମିଳିଲା | ଏହି କାରଣରୁ ଆପଣଙ୍କୁ ବର୍ଷ ଶେଷ ସୁଦ୍ଧା ୧୧୦୦ ଟଙ୍କା ମିଳିଯିବ |

ସେ ଆଗକୁ କହିଛନ୍ତି ଯେ ଯଦି ଆପଣ ଏହି ଟଙ୍କାକୁ ହାତ ଲଗାଉନାହାନ୍ତି ଏବଂ ଏହାକୁ ସେଠାରେ ରହିବାକୁ ଦେଉଛନ୍ତି, ତେବେ ଆପଣଙ୍କୁ ପରବର୍ତ୍ତୀ ସମୟରେ ରିଟର୍ନ ୧୦୦୦ ଟଙ୍କାରେ ନୁହେଁ ବରଂ ୧୧୦୦ ଟଙ୍କାରେ ମିଳିବ | ଅର୍ଥାତ ଟଙ୍କା ସେଠାରେ ଛାଡିଲେ ୧୧୦୦ ଟଙ୍କାର ୧୦ ପ୍ରତିଶତ ସୁଧ ମିଳିବ ୧୧୦ ଅର୍ଥାତ ଟୋଟାଲ ରିଟର୍ନ ଦୁଇବର୍ଷ ପରେ ହେବ ୧୨୧୦ ଟଙ୍କା |

ସେ କହିଛନ୍ତି ଯେ ଯଦି ଆପଣ ଏହି ଟଙ୍କାକୁ ଟଚ କରୁନାହାନ୍ତି, ତେବେ ଆପଣଙ୍କର ୧୦୦୦ ଟଙ୍କାର ସେଭିଙ୍ଗସ ତୃତୀୟ ବର୍ଷ ସୁଦ୍ଧା ୧୩୩୧ ଟଙ୍କା ହୋଇଯିବ ଏବଂ ଚତୁର୍ଥ ବର୍ଷ ସୁଦ୍ଧା ଏହି ସେଭିଙ୍ଗ ୧୪୬୪ ଟଙ୍କା ହୋଇଯିବ | ସେ ଏହା ବ୍ୟତୀତ ସାଧାରଣ ଲୋକଙ୍କୁ ଟଙ୍କା ସହ ଜଡିତ କିଛି ଜେନେରାଲ ଟିପ୍ସ ମଧ୍ୟ ଦେଇଛନ୍ତି |

ସେ କହିଛନ୍ତି ଯେ ସର୍ବପ୍ରଥମେ ଆପଣଙ୍କୁ ଏହା ବୁଝିବାକୁ ପଡିବ ଯେ ଆପଣଙ୍କ ଟଙ୍କା କୁଆଡେ ଯାଉଛି | ଏଥିପାଇଁ ଆପଣଙ୍କୁ ମନି ଜର୍ନଲ ପ୍ରସ୍ତୁତ କରିବାକୁ ପଡିବ | ଅର୍ଥାତ ଆପଣଙ୍କୁ ଗୋଟିଏ ଗୋଟିଏ ଜିନିଷକୁ ଲେଖିବା ଆବଶ୍ୟକ, ଯାହାଦ୍ୱାରା ଆପଣ ନିଜର ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚକୁ ଅପଚୟ ଖର୍ଚ୍ଚରୁ ଅଲଗା କରିପାରିବେ |

ସେ ଏହା ବ୍ୟତୀତ କମ୍ପାଉଣ୍ଡ ଇଂଟରେଷ୍ଟର ପ୍ରଭାବକୁ ନେଇ ଉଦାହରଣ ଦେଇ କହିଛନ୍ତି ଯେ ଯଦି ଆପଣ ୨୦ ବର୍ଷ ବୟସରେ ପ୍ରତି ମାସରେ ମାତ୍ର ୫୦୦ ଟଙ୍କା ବିନିଯୋଗ କରନ୍ତି, ତେବେ ଆପଣଙ୍କୁ ଏକ ବର୍ଷର ବିନିଯୋଗ ୬୦୦୦ ଟଙ୍କା ହୋଇଯିବ |

ଟୋରୀ ଆଗକୁ କହିଛନ୍ତି ଯେ ବର୍ତ୍ତମାନ ଯଦି ଏହି ଟଙ୍କା ଉପରେ ୧୦% ରିଟର୍ନ ମିଳିବ, ତେବେ ଦଶ ବର୍ଷ ପରେ ଆପଣଙ୍କୁ ମିଳିବ ୧ ଲକ୍ଷ ଟଙ୍କା, ସେହିପରି ୨୦ ବର୍ଷ ପରେ ଏହି ଟଙ୍କା ହୋଇଯିବ ୪ ଲକ୍ଷ ଟଙ୍କା | ସେହିପରି ୪୦ ବର୍ଷ ପରେ ଏହି ଟଙ୍କା ୩୦ ଲକ୍ଷରୁ ଅଧିକ ହୋଇଯିବ | ଅର୍ଥାତ ୬୦ ବର୍ଷ ବୟସରେ ପ୍ରତି ମାସରେ ମାତ୍ର ୫୦୦ ଟଙ୍କା ବିନିଯୋଗ କରିବା ପରେ ଆପଣ ୩୦ ଲକ୍ଷରୁ ଅଧିକ ରିଟର୍ନ ପାଇପାରିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *