କରୋନା ରୋଗୀଙ୍କ ସାମ୍ନାରେ ଡାକ୍ତର କଲେ ଜବରଦସ୍ତ ଡ୍ୟାନ୍ସ,ଦେଖନ୍ତୁ ଭାଇରାଲ ଭିଡ଼ି

ଦେଶସାରା ପୁଣିଥରେ କରୋନା ମାମଲା ବହୁତ ଜୋରରେ ବ୍ୟାପୁଛି । କେତେକ ରାଜ୍ୟରେ କର୍ଫ୍ୟୁ ଲାଗିଥିବା ବେଳେ କେତେକ ସ୍ଥାନରେ ଲକଡାଉନ ପରିସ୍ଥିତି ଜାରି ହୋଇଗଲାଣି, ମଶାଣି ଘାଟ ଓ ହସ୍ପିଟାଲରେ କରୋନାର ମାମଲା ଦେଖିବାକୁ ମିଳୁଛି । ଗୋଟିଏ ପାର୍ଶ୍ଵରେ ହସ୍ପିଟାଲରେ କରୋନା ରୋଗୀଙ୍କୁ ଚିକିତ୍ସା ମିଳିପାରୁନଥିବା ବେଳେ ଅନ୍ୟ ପାର୍ଶ୍ଵରେ ମଶାଣି ଘାଟରେ ଶବଙ୍କ ଭିଡ଼ ଲାଗିଛି ।

ଏମିତିରେ କେତେକ ହସ୍ପିଟାଲରେ ଡ଼କ୍ଟର ଓ ହସ୍ପିଟାଲ କର୍ମୀ କରୋନା ରୋଗୀଙ୍କୁ ଆଶ୍ୱାସନା ଦେବାର ଭିଡ଼ିଓ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ କେତେକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖାଯାଇଛି ଡ଼କ୍ଟର କରୋନା ରୋଗୀଙ୍କୁ ସାହସ ଦେଉଛନ୍ତି ।

ଏହିସମୟରେ ଭଡୋଦରାର ଏକ ଭିଡ଼ିଓ ଭାଇରାଲ ହୋଇ ସାମ୍ନାକୁ ଆସିଛି । ଯେଉଁଠାରେ ହସ୍ପିଟାଲ ଡ଼କ୍ଟର ଓ ନର୍ସ ଏକ ଫିଲ୍ମ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛି । ସୋସିଆଲ ମିଡିଆରେ ଏହି ଭିଡ଼ିଓ ବହୁତ ଜୋରରେ ଭାଇରାଲ ହେଇଛି ଓ ଲୋକମାନେ ଏହାକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । ଏହି ଭିଡ଼ିଓ ଭଡୋଦରା ର ପାରୁଲ ସେବାଶ୍ରମ ହସ୍ପିଟାଲର କୋଭିଡ ଜେନେରାଲ ବୋର୍ଡ଼ର ଅଟେ ।

ଭିଡ଼ିଓରେ ଆପଣ ଦେଖିପାରିବେ ଡ଼କ୍ଟର ଓ ନର୍ସ ପିପିଇ କିଟ ପିନ୍ଧି କରୋନା ରୋଗୀ ସାମ୍ନାରେ ହିନ୍ଦୀ ଗୀତ’ ସୋଚନା କ୍ୟା ଜୋ ବି ହୋଗା ଦେଖା ଜଏଗା’ ଗୀତରେ ଡ୍ୟାନ୍ସ କରୁଥିଲେ । ଏହାପରେ ରୋଗୀ ଜଣକ ଖୁସି ହୋଇଯାଇଥିଲା ।

ଡ଼କ୍ଟର ଡ୍ୟାନ୍ସ କରି କରି ପ୍ରତି ରୋଗୀଙ୍କ ବେଡ଼କୁ ଯାଉଛନ୍ତି । ଏହି ଭିଡ଼ିଓରେ ଦେଖାଯାଉଛି କି, ଡ଼କ୍ଟର୍ସ ଚାହୁଁଛନ୍ତି ଯେ, ତାଙ୍କର ରୋଗୀ ସାହସ ରଖନ୍ତୁ ଓ ବିଲକୁଲ ନିରାଶ ନହୁଅନ୍ତୁ। ଏଥିରେ ସେ ବହୁତ ଜଲଦି ସୁସ୍ଥ ହୋଇଯାଇପାରନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *