ଆଜିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ

ଆଜିଠାରୁ(ଶନିବାର ) ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଲାଗୁହେବାକୁ ଯାଉଛି | ପୂର୍ବରୁ ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲା ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି,ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଥିଲା। ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ହେଉଥିଲା କିନ୍ତୁ ବର୍ତମାନ ସେଇ ୧୦ଟି ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁର ସମୟ ବଦଳାଇ ସନ୍ଧ୍ୟା ୬ ରୁ ସକାଳ ୫ ପର୍ଯ୍ୟନ୍ତ କରାଯାଇଛି |

ତା ଛଡା ଏହି ୧୦ଟି ଜିଲ୍ଲାକୁ ଛାଡିଦେଲା ପରେ ଆଉ ଯେଉଁ ୨୦ଟି ଜିଲ୍ଲା ରହିଲା,ସେଇ ଜିଲ୍ଲାମାନଙ୍କର ସହରାଞ୍ଚଳରେ ଆଜିଠାରୁ ନାଇଟ୍‌ କର୍ଫ୍ୟୁ ଆରମ୍ଭ ହୋଇଯିବ | ଏହି ୨୦ଟି ଜିଲ୍ଲା ପାଇଁ ନାଇଟ୍‌ କର୍ଫ୍ୟୁର ସମୟ ରହିବ ରାତି ୯ରୁ ସକାଳ ୫ ଯାଏ |

Leave a Reply

Your email address will not be published. Required fields are marked *