ଅନୁସନ୍ଧାନରୁ ମିଳିଲା ପ୍ରକୃତ ପ୍ରମାଣ : ପବନ ଜରିଆରେ ବ୍ୟାପୁଅଛି କରୋନା ଭାଇରସ,ଜାଣନ୍ତୁ ସମ୍ପୂର୍ଣ ସୂଚନା

ଏହି କଥାରୁ ପ୍ରକୃତ ପ୍ରମାଣ ମିଳିସାରିଛିକି କୋରୋନା ସଂକ୍ରମଣ ପାଇଁ ଭାଇରସ SARS-COV-2 ବାୟୁ ଜରିଆରେ ବ୍ୟାପୁଅଛି। ମେଡିକାଲ ଜର୍ନାଲ ଲେଂସେଟରେ ଛପା ହୋଇଥିବା ଏକ ସନ୍ଧାନରେ ଏହା ଦାବି କରାଯାଇଛି। ଏଥିପାଇଁ ଜନସ୍ୱାସ୍ଥ୍ୟର ଉପାୟ ଭାଇରସକୁ ରୋକିବାରେ ସଫଳ ହେଉନାହିଁ। କାରଣ ବାୟୁରେ ଭାଇରସ ହେବା କାରଣରୁ ଲୋକ ଅସୁରକ୍ଷିତ ଅଛନ୍ତି ଓ ସଂକ୍ରମଣକୁ ବ୍ୟାପିବାରେ ସୁଯୋଗ ମିଳୁଅଛି। ବ୍ରିଟେନ, ଆମେରିକା ଓ କାନାଡାର ଛଅଜଣ ବିଶେଷଜ୍ଞ ନୂଆ ଅନୁସନ୍ଧାନ କରିଛନ୍ତି ଓ ପ୍ରମାଣ ପାଇଛନ୍ତି। ଏଥିରେ କୋଅପରେଟିବ ଇନଷ୍ଟିଚ୍ୟୁଟ ଫର ରିସର୍ଚ୍ଚ ଇନ ଏନଭାୟରୋମେଣ୍ଟ ସାଇନସେଜ(ସିଆଇଆରଇଏସ)ର କେମିଷ୍ଟ ଜୋସ-ଲୁଇସ ଜେମେନେଜ ମଧ୍ୟ ସାମିଲ ଅଛନ୍ତି।

ଜିମେନେଜ କହିଲେ,” ବାୟୁ ଜରିଆରେ ସଂକ୍ରମଣର ପ୍ରମାଣ ବହୁତ ମଜବୁତ ଅଛି ଓ ବଡ ଡ୍ରପଲେଟ ଟ୍ରାଂସମିସନକୁ ସମର୍ଥନ ପାଇଁ ପ୍ରମାଣ ନାହିଁ। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଓ ଜନ ସ୍ୱାସ୍ଥ୍ୟ ପାଇଁ କାମ କରୁଥିବା ଅନ୍ୟ ଏଜେନ୍ସିକୁ ଏହି ବୈଜ୍ଞାନିକ ପ୍ରମାଣକୁ ଆପଣେଇବାକୁ ଚାହାନ୍ତି ଯାହାଦ୍ୱାରା ବାୟୁ ଜନିତ ସଂକ୍ରମଣକୁ ରୋକିବାରେ ପଦକ୍ଷେପ ନିଆଯାଇପାରିବ।” ଅକ୍ସଫୋର୍ଡ ୟୁନିଭର୍ସିଟିର ଟ୍ରିସ ଗ୍ରୀନହାଲର ନେତୃତ୍ଵରେ ବିଶେଷଜ୍ଞ ଦଳ ପ୍ରକାଶିତ ଅନୁସନ୍ଧାନର ସମୀକ୍ଷା କରିଛନ୍ତି ଓ ବାୟୁ ଜନିତ ସଂକ୍ରମଣର ପୃଷ୍ଟି କରୁଥିବା ସକ୍ଷମକୁ ଚିହ୍ନିଛନ୍ତି।

ଇଣ୍ଡୋର ଭେଣ୍ଟିଲେସନ ଦ୍ଵାରା ସଂକ୍ରମଣ କମାଯାଇପାରିବ:-

ତାଙ୍କର ସୂଚୀରେ ପ୍ରଥମ ସ୍ଥାନରେ ସ୍କେଗିଟ ଚୋଇର ପରି ସୁପର ସ୍ପ୍ରେଡର ଇଭେଣ୍ଟ ଅଛି, ଯେଉଁଥିରେ ଜଣେ ବ୍ୟକ୍ତି ୫୩ଜଣ ଲୋକଙ୍କୁ ସଂକ୍ରମିତ କରେ। ଅଧ୍ୟୟନରୁ ଏହା ଜଣାପଡୁଛିକି ଏହି ଘଟଣାଗୁଡ଼ିକ ଯୁକ୍ତି ଦ୍ୱାରା ଯଥେଷ୍ଟ ଭାବରେ ବ୍ୟାଖ୍ୟା କରାଯାଇପାରିବ ନାହିଁ ଯେପରିକି ଘନିଷ୍ଠ ସମ୍ପର୍କ କିମ୍ବା ସମାନ ପୃଷ୍ଠ କିମ୍ବା ବସ୍ତୁକୁ ସ୍ପର୍ଶ କରିବା। ଏହାଠାରୁ ମଧ୍ୟ ବଡ କଥା ହେଉଛିକି SARS-CoV-2 ର ଟ୍ରାଂସମିସନ ଆଉଟଡୋର ମୁତାବିକ ଇଣ୍ଡୋରରେ ଅଧିକ ହୋଇଥାଏ ଓ ଇଣ୍ଡୋର ଭେଣ୍ଟିଲେସନ ସଂକ୍ରମଣ ବହୁତ କମିଯାଏ।

ବାୟୁଜନିତ ଟ୍ରାଂସମିସନକୁ ନେଇ ମିଳିଲା ପ୍ରକୃତ ପ୍ରମାଣ:-

ଏହି ଦଳ ଆହୁରି ମଧ୍ୟ ସୂଚାଇ ଦେଇଛିଯେ କାଶ କିମ୍ବା ଛିଙ୍କ ନଥିବା ଅତିକମରେ ୪୦ ପ୍ରତିଶତ ଲୋକ ଲକ୍ଷଣ ବିନା ସଂକ୍ରମଣ ବିସ୍ତାର କରିବାରେ ଅଂଶ ଅଟନ୍ତି। ଏହି ସାଇଲେଣ୍ଟ ସଂକ୍ରମଣ ମୁଖ୍ୟତଃ ବିଶ୍ୱରେ କରୋନା ବିସ୍ତାର ପାଇଁ ଦାୟୀ, ଯାହା ବାୟୁ ଦ୍ଵାରା ପ୍ରସାରଣକୁ ବାଧ୍ୟ କରିଥାଏ। ଅନୁସନ୍ଧାନକାରୀମାନେ ଏହା ମଧ୍ୟ ଦର୍ଶାଇଛନ୍ତିଯେ ହୋଟେଲ ରୁମରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ୟରେ ଏହି ଜୀବାଣୁ ଜଣକଙ୍କ ଠାରୁ ଅନ୍ୟ ଜଣକୁ ବ୍ୟାପୁଛି, ଯେଉଁମାନେ କେବେ ଏକାଠି ହୋଇନଥିଲେ। ଅପରପକ୍ଷେ, ଦଳ ସାମାନ୍ୟ ପ୍ରମାଣ ପାଇଲେଯେ ବୁନ୍ଦା ମାଧ୍ୟମରେ ଭାଇରସ ସହଜରେ ବିସ୍ତାର ହୁଏ, ଯାହା ବାୟୁରେ ପଡେ ଏବଂ ଭୂପୃଷ୍ଠରେ ରହିଯାଏ। ଲେଖକ ଗ୍ରୀନହାଲାଗ କହିଛନ୍ତି ଯେ, ପୂର୍ବରୁ କିଛି କାଗଜପତ୍ରରେ ଦୁର୍ବଳ ତଥ୍ୟ ଉପସ୍ଥାପିତ ହୋଇଥିଲା, କିନ୍ତୁ ବର୍ତ୍ତମାନ ବାୟୁ ଦ୍ଵାରା ସଂକ୍ରମଣ ବିଷୟରେ ଦୃଢ ପ୍ରମାଣ ମିଳିଛି। ଏହିପରି ଟ୍ରାଂସମିସନକୁ ରୋକିବା ପାଇଁ ସାରା ବିଶ୍ୱରେ ପଦକ୍ଷେପ ନେବାରେ ବିଳମ୍ବ କରିବା ଉଚିତ ନୁହେଁ।”

ବାୟୁରେ ଭାଇରସ:-

ନୂଆ ସନ୍ଧାନରେ କୁହାଯାଇଛିକି ଡ୍ରପଲେଟ ଜରିଆରେ ସଂକ୍ରମଣକୁ ବ୍ୟାପିବାକୁ ରୋକିବା ପାଇଁ ହାତ ସଫା, ଚଟାଣ ସଫା ପରି ପରି ଉପାୟ ବେକାର ନୁହେଁ, କିନ୍ତୁ ଏହାଠାରୁ ଅଧିକ ଧ୍ୟାନ ପବନ ଜରିଆରେ ବ୍ୟାପିବାକୁ ଦେବାକୁ ହେବ। ଯଦି ଏକ ସଂକ୍ରାମକ ଭାଇରସ ବାୟୁଜନିତ ଅଟେ, ତେବେ ଯେତେବେଳେ ଜଣେ ସଂକ୍ରମିତ ବ୍ୟକ୍ତି ନିଃଶ୍ଵାସ ଛାଡେ, କଥା କୁହେ, ଚିଲାଏ, ଗୀତ ଗାଏ କିମ୍ବା ଛିଙ୍କେ ତେବେ ବାୟୁରେ ଭାଇରସ ଚାଲିଯାଏ। ଦ୍ଵିତୀୟ ବ୍ୟକ୍ତିର ଶରୀରରେ ନିଃଶ୍ଵାସ ମାଧ୍ୟମରେ ପ୍ରବେଶ କରିଯାଏ।

କଣ ହେଉଛି ଉପାୟ?:-

ସନ୍ଧାନକର୍ତ୍ତା କହିଲେକି ବାୟୁଜନିତ ସଂକ୍ରମଣକୁ ରୋକିବା ଉପାୟରେ ଭେଣ୍ଟିଲେଟର, ଏୟାର ଫିଲ୍ଟ୍ରେସନ ସାମିଲ ଅଛି। ଭିଡରେ କମ ରୁହନ୍ତୁ, ଇଣ୍ଡୋରରେ କମ ସମୟ ବିତାନ୍ତୁ। ଇଣ୍ଡୋରରେ ରହୁଥିବାବେଳେ ମାସ୍କ ବ୍ୟବହାର କରନ୍ତୁ। ଛଅ ଫୁଟ ଦୂରତା ରକ୍ଷା କରନ୍ତୁ। ମାସ୍କର କ୍ଵାଲିଟି ଓ ଫିଟିଙ୍ଗ ଉପରେ ଧ୍ୟାନ ଦିଅନ୍ତୁ। ସଂକ୍ରମିତ ବ୍ୟକ୍ତି ସହିତ ରହୁଥିଲେ ତେବେ ଉଚ୍ଚଗୁଣବତ୍ତା ପିପିଇ କିଟ ପିନ୍ଧନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *