କରୋନା କାରଣରୁ ଚାଲିଗଲା ଚାକିରୀ, ତା’ପରେ ଖୋଲିଲେ ‘ଇନ୍ଦୁ କା ଢ଼ାବା’, ମାତ୍ର ୩୦ ଟଙ୍କାରେ ଦିଅନ୍ତି ପେଟପୁରା ଖାଇବା,ଜାଣନ୍ତୁ ମହିଳାଙ୍କ କାହାଣୀ

କରୋନା ମହାମାରୀ ସାରାଦେଶରେ ଅନେକ ଲୋକଙ୍କୁ ବେରୋଜଗାର କରିଦେଲା | ଲୋକମାନଙ୍କୁ ନିଜ ପରିବାରର ଜୀବିକା ନିର୍ବାହ ପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି | ଜଣାନାହିଁ କେତେ ଲୋକଙ୍କ ଚାକିରୀ ଚାଲିଯାଇଛି | ଯେଉଁ କାରଣରୁ ଅନେକ ଲୋକ ବର୍ତ୍ତମାନ ନୁଆଁ ନୁଆଁ ପ୍ରକାରର କାମ ଆରମ୍ଭ କରିବାରେ ଲାଗିଛନ୍ତି, ଯାହାଫଳରେ ସେମାନେ ନିଜ ପରିବାରର ପେଟ ଭରି ପାରିବେ | ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଲୋକଙ୍କ ମଧ୍ୟରେ ଇନ୍ଦୁ ଢ଼ାବା ଖୁବ ଭାଇରଲ ହେଉଛି | ଏହାଠାରୁ ମଧ୍ୟ ଅଧିକ କୌତୁହଳପୂର୍ଣ୍ଣ ଅଟେ ଏହି ଢ଼ାବାକୁ ଖୋଲିଥିବା ମହିଳାଙ୍କ କାହାଣୀ | ଆସନ୍ତୁ ଜାଣିବା କଣ ରହିଛି ତାଙ୍କ କାହାଣୀ …

ଦେଶରେ ବ୍ୟାପିଥିବା ଏହି ମହାମାରୀ ଉତ୍ତରପ୍ରଦେଶର କାନପୁରରେ ରହୁଥିବା ଇନ୍ଦୁ ନାମକ ଜଣେ ମହିଳାଙ୍କ ଜୀବନକୁ ମଧ୍ୟ ବଦଳାଇ ଦେଲା | ସୂଚନାନୁସାରେ, କରୋନା ଭାଇରସ କାରଣରୁ ଇନ୍ଦୁ ନାମକ ଏହି ମହିଳାଙ୍କ ଚାକିରୀ ଚାଲିଯାଇଥିଲା | କିନ୍ତୁ ସେ ସାହସ ହରାଇ ନଥିଲେ | ସେ ନିଜର ଏକ ଢ଼ାବା ଖୋଲିଲେ | ଧିରେ ଧିରେ ‘ଇନ୍ଦୁଙ୍କ ଢ଼ାବା’ ଲୋକମାନଙ୍କ ମଧ୍ୟରେ ଫେମସ ହୋଇଗଲା | ସେହିପରି ବର୍ତ୍ତମାନ ଏହି ଢ଼ାବାର ଗୋଟିଏ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି, ଯାହାକୁ ଲୋକମାନେ ଖୁବ ପ୍ରଶଂସା କରୁଛନ୍ତି | ଫଟୋରେ ଆପଣ ଥାଳି ଦେଖିପାରିବେ, ଯେଉଁଥିରେ ରାଜମା, ଭାତ, ରୋଟି, ତରକାରୀ ଏବଂ କଟା ପିଆଜ ଦେଖାଯାଉଛି | ଏହି ସାରା ଥାଳିର ମୂଲ୍ୟ ମାତ୍ର ୩୦ ଟଙ୍କା ଅଟେ |

ଟ୍ୱିଟରରେ ଇନ୍ଦୁ ନାମକ ଏକ ପେଜରୁ ଗୋଟିଏ ଥାଳିର ଫଟୋ ସେୟାର କରାଯାଇଛି | ଯାହା ସହିତ ଲେଖାଯାଇଛି, ‘ମୋ ଚାକିରୀ ଚାଲିଯାଇଥିଲା | ମୁଁ ନିଜ କାମ ଆରମ୍ଭ କଲି | ଇନ୍ଦୁ ଢ଼ାବାର ଥାଳି ମାତ୍ର ୩୦ ଟଙ୍କାରେ | ମୋତେ ଆଶୀର୍ବାଦ କରନ୍ତୁ ‘ | ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଫଟୋ ଖୁବ ଭାଇରାଲ ହେଉଛି ଏବଂ ସବୁଆଡେ ଇନ୍ଦୁଙ୍କ ଢ଼ାବାର ଚର୍ଚ୍ଚା ହେଉଛି | ଏହି ଫଟୋରେ ବର୍ତ୍ତମାନ ସୁଦ୍ଧା ୪୦ ହଜାରରୁ ଅଧିକ ଲାଇକ ଆସିଗଲାଣି | ଲୋକମାନେ ଲଗାତାର ଏହାକୁ ରିଟ୍ୱିଟ କରୁଛନ୍ତି | ଏହା ସହିତ ଲୋକମାନେ ଏହି ଫଟୋ ଉପରେ ମଜାଳିଆ କମେଣ୍ଟସ ମଧ୍ୟ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *