କରୋନା ଅପଡେଟ : ୨୪ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୧୪୪ ପଜିଟିଭ, ଗଲା ୪ଜଣଙ୍କ ଜୀବନ

ରାଜ୍ୟରେ ଆଜି ଆଉ ୩୧୪୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । କ୍ୱାରେଣ୍ଟାଇନ୍ ସେଣ୍ଟର‌ରୁ ୧୮୨୩ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୧୩୨୧। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୫୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା |

ସେହିପରି ଖୋର୍ଦ୍ଧାରୁ ୪୯୭ ଜଣ, ନୂଆପଡ଼ାରୁ ୩୯୫ ଜଣ,ବରଗଡ଼ରୁ ୧୫୬ ଜଣ, ସମ୍ବଲପୁରରୁ ୧୪୯ ଜଣ,କଟରୁ ୧୪୦ ଜଣ, ପୁରୀରୁ ୧୨୯ ଜଣ, କେନ୍ଦୁଝରରୁ ୧୨୮ ଜଣ, ଝାରସୁଗୁଡ଼ାରୁ ୧୧୯ ଜଣ, ନବରଙ୍ଗପୁରରୁ ୯୬ ଜଣ, ବଲାଙ୍ଗୀରରୁ ୯୨ ଜଣ, ଯାଜପୁରରୁ ୭୬ ଜଣ, ମୟୂରଭଞ୍ଜରୁ ୬୮ ଜଣ, ଗଜପତିରୁ ୬୭ ଜଣ, କଳାହାଣ୍ଡିରୁ ୫୩ ଜଣ, ଭଦ୍ରକରୁ ୫୧ ଜଣ, ଅନୁଗୁଳରୁ ୪୬ ଜଣ,ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରୁ ୪୪ ଜଣ ଲେଖାଏଁ, ନୟାଗଡ଼ରୁ ୨୯ ଜଣ, ବାଲେଶ୍ବରରୁ ୨୮ ଜଣ, ଦେବଗଡ଼ରୁ ୨୧ ଜଣ,ଜଗତସିଂହପୁର ଓ କୋରାପୁଟ ଜିଲ୍ଳାରୁ ୧୮ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୧୫ ଜଣ, କନ୍ଧମାଳରୁ ୧୩ ଜଣ, ବୌଦ୍ଧରୁ ୭ ଜଣ, ମାଲକାନଗିରି ଓ ସୋନପୁରରୁ ଜିଲ୍ଳାରୁ ୪ ଜଣ ଲେଖାଏଁ, ଢ଼େଙ୍କାନାଳରୁ ଜଣେ ଏବଂ ଷ୍ଟେ୍ଟ୍ ପୋଲ୍‌ରୁ ୧୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହା ସହିତ ରାଜ୍ୟରେ ଏହାକୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ଯା ୩,୬୪,୫୯୪ରେ ପହଁଚିଥିବାବେଳେ, ସୁସ୍ଥ ହେଲେଣି ୩,୪୩,୫୨୨ ଜଣ । ବର୍ତ୍ତମାନ ରାଜ୍ଯରେ ଆକ୍ଟିଭ୍ କେସ୍ ରହିଛି ୧୯,୦୭୭। ଅନ୍ଯପଟେ ଆଜି ରାଜ୍ଯରେ କରୋନା ନେଲା ଆଉ ୪ଜଣଙ୍କ ଜୀବନ।

Leave a Reply

Your email address will not be published. Required fields are marked *