ସୋନୁ ସୁଦ ହେଲେ ବ୍ୟାଣ୍ଡଵାଲା, ଢ଼ୋଲ ବଜାଇ କହିଲେ – ‘ବିବାହ ପାଇଁ ଯୋଗାଯୋଗ କରନ୍ତୁ’, ଦେଖନ୍ତୁ ଭିଡିଓ

ବଲିଉଡ ଅଭିନେତା ସୋନୁ ସୁଦ କରୋନା କାଳରେ ଭଗବାନଙ୍କ ଦୂତ ହୋଇ ଉଭା ହୋଇଥିଲେ | ଏହାସହିତ ଅଭିନେତା ନିଜର ମଜାଳିଆ ଏବଂ ଆକର୍ଷଣୀୟ ଭିଡିଓ ମାଧ୍ୟମରେ ଏହି ସମୟରେ ଫ୍ୟାନ୍ସଙ୍କୁ ମନୋରଞ୍ଜନ କରୁଥିବାର ମଧ୍ୟ ଦେଖାଯାଉଛନ୍ତି | ଏହି ସମୟରେ ସୋନୁ ସୁଦଙ୍କର ଏକ ଭିଡିଓ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି | ଯେଉଁଥିରେ ସେ ବ୍ୟାଣ୍ଡଵାଲା ହୋଇ ଢ଼ୋଲ ବଜାଉଥିବାର ଦେଖାଯାଉଛନ୍ତି |

ବାସ୍ତବରେ ଭାଇରଲ ହେଉଥିବା ଏହି ଭିଡିଓକୁ ନିଜେ ସୋନୁ ସୁଦ ନିଜର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି | ଭିଡିଓରେ ଅଭିନେତା ଢ଼ୋଲ ବଜାଉଥିବାର ଦେଖାଯାଉଛନ୍ତି | ତାଙ୍କ ସହିତ ଆଉ ଦୁଇଜଣ ବ୍ୟକ୍ତି ମଧ୍ୟ ଅଛନ୍ତି | ଯେଉଁଥିରେ ସୋନୁ ନିଜ ଫ୍ୟାନ୍ସଙ୍କୁ ପରିଚିତ କରାଉଛନ୍ତି | ଭିଡିଓରେ ଅଭିନେତା କହୁଛନ୍ତି, ‘ ବସ କେବେବି ବିବାହ କରାଇବାକୁ ଚାହିଁବେ, ତେବେ ଆମ ବ୍ୟାଣ୍ଡରେ ଜଏନ କରନ୍ତୁ | ଏହା ବହୁତ ଜବରଦସ୍ତ ଅଟେ | ଆଜି ମୋ ସହ ସୁରେଶ ଏବଂ ବାସୁ ଅଛନ୍ତି | ବାସୁ ଜି ଆରମ୍ଭ କର |’

ଭିଡିଓରେ ପୋଷ୍ଟ କରି ଅଭିନେତା କ୍ୟାପସନରେ ମଧ୍ୟ ଲେଖିଛନ୍ତି, ‘#Bandwala , ବିବାହ ପାଇଁ ତୁରନ୍ତ ଯୋଗାଯୋଗ କରନ୍ତୁ |’ ଭିଡିଓରେ ସୋନୁ ସୁଦ ବ୍ଲୁ ଏବଂ ହ୍ୱାଇଟ କଲରର ପ୍ରିନଟେଡ଼ ସାର୍ଟ ପିନ୍ଧି ବହୁତ ସ୍ମାର୍ଟ ଲାଗୁଛନ୍ତି | ଅଭିନେତାଙ୍କର ଏହି ଭିଡିଓକୁ ୪ ଲକ୍ଷ ୮୯ ହଜାରରୁ ଅଧିକ ଥର ଦେଖାଗଲାଣି | ଏହାସହିତ ଏହା ଉପରେ ଫ୍ୟାନ୍ସଙ୍କ ମଜାଳିଆ କମେଣ୍ଟ ମଧ୍ୟ ଦେଖିବାକୁ ମିଳୁଛି | ଫରାହ ଖାନ ଅଭିନେତାଙ୍କୁ ପ୍ରଶଂସା କରି ଲେଖିଛନ୍ତି , ‘ମଲ୍ଟି ଟ୍ୟାଲେଣ୍ଟେଡ…ବାଃ ‘ | ଜଣେ ୟୁଜର ଲେଖିଛନ୍ତି , ‘ ଭାଇ ତୁମେ ଗରିବ ଲୋକମାନଙ୍କର ଭଗବାନ ‘ | ଏହାସହିତ ଅନ୍ୟ ଫ୍ୟାନ୍ସମାନେ ସୋନୁଙ୍କ ପ୍ରତି ସମ୍ମାନ ପ୍ରକାଶ କରୁଥିବାର ଦେଖାଯାଇଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *