ଦେଖନ୍ତୁ ଭିଡିଓ : ମେଡିକାଲରେ ୱାର୍ଡ ବୟ କାଢ଼ିଦେଲା କରୋନା ରୋଗୀଙ୍କ ଅକ୍ସିଜେନ ମାସ୍କ, ଯନ୍ତ୍ରଣାରେ ଛଟପଟ ହୋଇ ରୋଗୀର ଚାଲିଗଲା ପ୍ରାଣ

ଶିବପୁରୀର ଜିଲ୍ଲା ହସ୍ପିଟାଲରୁ ମାନବିକତାକୁ ଲଜ୍ଜିତ କରିବାଭଳି ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ କୋଭିଡ ୱାର୍ଡରେ ୨ ଦିନ ହେଲାଣି ଭର୍ତ୍ତି ହୋଇଥିବା ଶିକ୍ଷକ ସୁରେନ୍ଦ୍ର ଶର୍ମାଙ୍କର ବୁଧବାର ସକାଳ ପ୍ରାୟ ୮ଟା ୧୫ ମିନିଟ ବେଳକୁ ମୃ-ତ୍ୟୁ ହୋଇଗଲା | ଯାହା ପରେ ତାଙ୍କ ପରିବାର ଲୋକେ ବହୁତ ହଙ୍ଗାମା କଲେ ଏବଂ ଅଭିଯୋଗ କରି କହିଛନ୍ତି ତାଙ୍କ ମୃ-ତ୍ୟୁ ଅକ୍ସିଜେନ ମାସ୍କ କାଢ଼ିବାରୁ ହୋଇଛି |

ପିଛୋରର ଦୁର୍ଗାପୁର ନିବାସୀ ଶିକ୍ଷକ ସୁରେନ୍ଦ୍ର ଶର୍ମାଙ୍କର ଜିଲ୍ଲା ହସ୍ପିଟାଲ କୋଭିଡ ୱାର୍ଡରେ ମୃ-ତ୍ୟୁ ହୋଇଯାଇଛି | ଯାହାପରେ ପରିବାର ଲୋକେ ହସ୍ପିଟାଲ ପରିଚାଳନା ଉପରେ ଅକ୍ସିଜେନ ମାସ୍କ କାଢ଼ିବାର ଆ-ରୋ-ପ ଲଗାଇଛନ୍ତି ତ ଏହା ଉପରେ ମେଡିକାଲ କଲେଜ ଅଧୀକ୍ଷକ ଡକ୍ଟର କେ.ବି ଶର୍ମା ଯୁକ୍ତି କରିଥିଲେ ଯେ କରୋନା ରୋଗୀ ସୁରେନ୍ଦ୍ର ଶର୍ମାଙ୍କ ଅକ୍ସିଜେନ ମାସ୍କକୁ ବାହାର କରାଯାଇ ନାହିଁ | ତାଙ୍କ ଅବସ୍ଥା ଖରାପ ଥିଲା | ଏହି କାରଣରୁ ତାଙ୍କର ମୃ-ତ୍ୟୁ ହୋଇଛି |

ଏହା ପରେ ମୃତକଙ୍କ ପରିବାର ସିସିଟିଭି ଫୁଟେଜ ବାହାର କରିଥିଲେ, ଯେଉଁଥିରେ ପୋର୍ଟେବଲ ଅକ୍ସିଜେନ କନ୍ସେନଟ୍ରେଟର କାଢୁଥିବାର ୱାର୍ଡ ବୟ ସ୍ପଷ୍ଟ ଭାବରେ ଦେଖାଯାଇଥିଲା | ଏହା ଉପରେ ପୁଣି ମେଡିକାଲ କଲେଜର ଡିନ ଦ୍ୱାରା ଏକ ନୂତନ ଯୁକ୍ତି ଦିଆଗଲା ଯେ ରୋଗୀକୁ ଅକ୍ସିଜେନର ଆବଶ୍ୟକତା ନଥିଲା | ଏଥିପାଇଁ ନର୍ସ କହିବାନୁସାରେ ୱାର୍ଡ ବୟ ଅନ୍ୟ ରୋଗୀଙ୍କ ପାଇଁ ଅକ୍ସିଜେନ କନ୍ସେନଟ୍ରେଟର କାଢି ନେଇଥିଲେ | କେବଳ ଏତିକି ନୁହେଁ, ପରିବାର ଲୋକମାନେ ଏହା ମଧ୍ୟ ଅ-ଭି-ଯୋ-ଗ କରିଛନ୍ତି ଯେ ମଙ୍ଗଳବାର ରାତି ୧୧ ଟାରୁ ବୁଧବାର ସକାଳ ପର୍ଯ୍ୟନ୍ତ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ରୋଗୀକୁ ଦେଖିବାପାଇଁ କୌଣସି ଡାକ୍ତର କିମ୍ବା ନର୍ସ କେହିବି ଆସିନଥିଲେ |

ଛଟପଟ ହେଉଥିଲା ରୋଗୀ, ମୁଣ୍ଡ ପିଟି ହେଲେ, କିନ୍ତୁ ଶୋଇରହିଲା ମାନବିକତା :-

ସୂଚନାଯୋଗ୍ୟ ଯେ କୋଭିଡ ୱାର୍ଡରେ ଭର୍ତ୍ତି ହୋଇଥିବା ଶିକ୍ଷକ ସୁରେନ୍ଦ୍ର ଶର୍ମାଙ୍କ ପୁଅ ମଙ୍ଗଳବାର ରାତି ୧୧ ଟାରେ ଘରକୁ ପଳାଇଥିଲେ | ଏହାର କିଛି ସମୟ ପରେ ୱାର୍ଡ ବୟ ପୋର୍ଟେବଲ ଅକ୍ସିଜେନ କନ୍ସେନଟ୍ରେଟର ଅନ୍ୟ ରୋଗୀଙ୍କ ପାଇଁ ନେଇଗଲେ | ଯେଉଁ କାରଣରୁ ତାଙ୍କ ଅବସ୍ଥା ଆହୁରି ବିଗିଡ଼ିବାକୁ ଲାଗିଲା ଏବଂ ଠିକ ସମୟରେ ଚିକିତ୍ସା ନ ମିଳିବା କାରଣରୁ ଶିକ୍ଷକ ସୁରେନ୍ଦ୍ର ଶର୍ମାଙ୍କ ଯନ୍ତ୍ରଣା ବଢିବାକୁ ଲାଗିଲା | ଫୁଟେଜରେ ଦେଖି ଜଣାପଡିଛି ଯେ ଅସହ୍ୟ ଯନ୍ତ୍ରଣା ହେବାରୁ ସୁରେନ୍ଦ୍ର ଶର୍ମା ନିଜ ମୁଣ୍ଡ ଆଣ୍ଠୁ ମଧ୍ୟରେ ରଖୁଛନ୍ତି ତ ଆଉ କେତେବେଳେ ମୁଣ୍ଡକୁ ପିଟି ଆ-ଘା-ତ କରୁଥିବାର ଦେଖାଯାଉଛି |

କିନ୍ତୁ ଶୋଇଥିବା ମାନବିକତାକୁ ରୋଗୀର ଅସହ୍ୟ ଯ-ନ୍ତ୍ର-ଣା ଦେଖାଗଲାନାହିଁ ଏବଂ କେହି ବି ତାଙ୍କୁ ସାହାଯ୍ୟ କରିବାପାଇଁ ଆସିଳେନାହିଁ | ସକାଳ ୮ ଟାରେ ୱାର୍ଡରେ ପହଞ୍ଚିଥିବା ପୁଅ ଦୀପକ ଶର୍ମା କହିଛନ୍ତି ଯେ ବାପା ଗୁରୁତର ଅବସ୍ଥାରେ ଥିଲେ | ବାପାଙ୍କର ଚିକିତ୍ସା କରିବାପାଇଁ ୱାର୍ଡର କର୍ମଚାରୀମାନଙ୍କୁ ସାହାଯ୍ୟ ମାଗିଲି, କିନ୍ତୁ କେହି ବି ତାଙ୍କୁ ସାହାଯ୍ୟ କରିବାପାଇଁ ଆସିନଥିଲେ | ସକାଳେ ଡ୍ୟୁଟିରେ ଥିବା ଡାକ୍ତରଙ୍କ ସହିତ କଥା ହେଲେ ମଧ୍ୟ ଗମ୍ଭୀରତାର ସହିତ ନିଆଯାଇ ନଥିଲା | ଷ୍ଟ୍ରେଚର ନ ମିଳିବାରୁ ବାପାଙ୍କୁ ପିଠିରେ ଲଦି ଆଇସିୟୁକୁ ନେବାପାଇଁ ଚେଷ୍ଟା କଲି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *