ଦେଖନ୍ତୁ ଭିଡ଼ିଓ : ରୋଗୀ ଦେହର ମାଂସକୁ ହାତରେ ଧରି ଡ୍ୟାନ୍ସ କରୁଥିଲେ ଡ଼କ୍ଟର,ଏବେ ଭୋଗୁଛନ୍ତି ସଜା,ଜାଣନ୍ତୁ ପୁରା ଘଟଣା

ବ୍ରାଜିଲର ଜଣେ ପ୍ଲାଷ୍ଟିକ ସର୍ଜନ ନିଜର ବିବାଦୀୟ ଟିକଟକ ଭିଡ଼ିଓ ପାଇଁ ଫସିଯାଇଛନ୍ତି । ଟିକଟକ ରେ ଏହି ସର୍ଜନ ନିଜର ରୋଗୀଙ୍କ ଚମଡ଼ାକୁ ହାତରେ ଧରି ଡ୍ୟାନ୍ସ ଭିଡ଼ିଓ କରୁଥିଲେ । ଏହାପରେ ଗର୍ସିଆଙ୍କ ଭିଡ଼ିଓ ଭାଇରାଲ ହେଉଛି ଓ ଏହାପରେ ତାଙ୍କର ସମସ୍ୟା ବଢିଯାଇଛି ।

ଗର୍ସିଆ ଏହି ଭିଡ଼ିଓର କ୍ୟାପ୍ସନରେ ଲେଖିଥିଲେ, ଟୁଡେ ଟ୍ରଫି। ଏହାସହ ସେ ଆଉଏକ ଭିଡ଼ିଓରେ ଅଣ୍ଡର ଆର୍ମ ଫ୍ୟାଟ ଧରିଥିଲେ ଓ ସେ ଏହି ସମସ୍ତ ଭିଡିଓରେ ଡ୍ୟାନ୍ସ କରୁଥିବାର ଦେଖାଯାଉଛନ୍ତି ।

ଗର୍ସିଆଙ୍କୁ ଜଣାନଥିଲା ତାଙ୍କର ଏହି ଭିଡ଼ିଓ ଏତେ ବି-ବା-ଦୀ-ୟ ହୋଇଯିବ । ଏହି ମାମଲାରେ ଯେତେବେଳ ପର୍ଯ୍ୟନ୍ତ ଯାଞ୍ଚ ଚାଲିଥିବ ସେତେବେଳ ପର୍ଯ୍ୟନ୍ତ ସେ କାମ କରିପାରିବେନାହିଁ । ଏହାସହ ଗର୍ସିଆଙ୍କ ପ୍ଲାଷ୍ଟିକ ସର୍ଜନ ଲାଇସେନ୍ସ ମଧ୍ୟ ସସପେଣ୍ଡ ହୋଇପାରେ ଯାହାଦ୍ୱାରା ତାଙ୍କୁ କାମ ମିଳିବା ମୁସ୍କିଲ ହୋଇଯିବ।

ଗର୍ସିଆଙ୍କୁ ପୂର୍ବରୁ ବ୍ରାଜିଲ ସୋସାଇଟି ଅଫ ପ୍ଲାଷ୍ଟିକ ସର୍ଜରୀରୁ ବାହାର କରିଦିଆଯାଇଥିଲା । ଏହି ସଂସ୍ଥାର ବୋର୍ଡ଼ ତାଙ୍କର ଭିଡ଼ିଓକୁ ଅନୈତିକ କହିଥିଲେ ଓ ବୋର୍ଡ଼ର ସଦସ୍ୟ ତାଙ୍କର ଭିଡ଼ିଓକୁ ଅନପ୍ରଫେସନାଲ କହିଥିଲେ ।

ବ୍ରାଜିଲ ସୋସାଇଟି ଅଫ ପ୍ଲାଷ୍ଟିକ ସର୍ଜରୀ ପ୍ରେସିଡେଣ୍ଟ ଷ୍ଟିଫେନି ଲୁଇଜ ସ୍ଥାନୀୟ ନ୍ୟୁଜ ଚ୍ୟାନେଲ ଇପିଟିଭି ସହିତ କଥାବାର୍ତ୍ତା କରି କହିଥିଲା କି, ଗର୍ସିଆ ଇଣ୍ଟରନାଶନାଲ ରେଗୁଲେସନର ପାଞ୍ଚଟି ନିୟମ ଭାଙ୍ଗିଛନ୍ତି । ଯେତେବେଳେ ସିନିୟର ଡ଼କ୍ଟର ତାଙ୍କ ଭିଡ଼ିଓକୁ ଦେଖିଥିଲେ ସେତେବେଳେ ସେ ଚିନ୍ତିତ ହୋଇଗଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *