SBI ର କରୋନା ପାଇଁ ନୁଆ ସ୍ୱାସ୍ଥ୍ୟ ବୀମା,୧୫୬ ଟଙ୍କାରେ ହେବ ସମ୍ପୁର୍ଣ୍ଣ ଚିକିତ୍ସା,ଜାଣନ୍ତୁ ଏହି ବୀମା ବିଷୟରେ

କରୋନା ଭାଇରସର କହର ପୁଣି ଆଉଥରେ ଵଢି ଚାଲିଛି|ପୂର୍ବ କିଛି ସପ୍ତାହରୁ ଏହା ବଢ଼ିବାରେ ଲାଗିଛି|ଏମିତିରେ ଲୋକଙ୍କୁ ବିମାରୀ ସହ ଚିକିତ୍ସା ପାଇଁ ବହୁତ ଡର ରହିଛି|ସାଧାରଣତଃ ଲୋକଙ୍କୁ ଏହି କଥାର ଚିନ୍ତା ଯେ ଯଦି ସେ କରୋନାର ଆକ୍ରାନ୍ତ ହୁଅନ୍ତି ତେଵେ କିପରି ଚିକିତ୍ସିତ ହେବେ|ଏଥିପାଇଁ ଆପଣଙ୍କୁ ଚିନ୍ତା ଆବଶ୍ୟକ ନାହିଁ|କାରଣ ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ କରୋନା ପାଇଁ ଏକ ନୂତନ ସ୍ୱାସ୍ଥ୍ୟ ବୀମା ନେଇ ଆସିଛି|ଏହି ପଲିସି ମାଧ୍ୟମରେ ଆପଣ ଚିକିତ୍ସା ପାଇଁ ସୁନିଶ୍ଚିତ ହୋଇପାରିବେ|

ଏହି ଖାସ ପଲିସିରେ ଆପଣଙ୍କୁ ବହୁତ କମ ପ୍ରିମିୟମ ଦେବାକୁ ପଡ଼ିବ|କମ ପ୍ରିମିୟମରେ ବ୍ୟାଙ୍କ ଆପଣଙ୍କୁ କରୋନା ଚିକିତ୍ସା ପାଇଁ ସାହାଯ୍ୟ କରିବ|ଏଥିରେ ଅଲଗା ଅଲଗା ପ୍ରିମିୟମ ଆଧାରରେ ସୁବିଧା ରହିଛି|ଏହି ପଲିସିରେ ଆପଣଙ୍କୁ ଚିକିତ୍ସା ରାଶି ଓ ଟାଇମ ଆଧାରରେ ପ୍ରିମିୟମ ଦେବାକୁ ହେବ|ଚାଲନ୍ତୁ ଏହାର ଖାସ କଥା ଜାଣିବା ଓ ଏହି ସମୟରେ ଏହା କେମିତି ସଫଳ ହେବ ଦେଖିବା|

ଏହି ପଲିସିର ନାମ କରୋନା ରକ୍ଷକ ପଲିସି|ଏହା ଏସବିଆଇର ଏକ ସ୍ୱାସ୍ଥ୍ୟ ବୀମା ଯୋଜନା|ଏଥିରେ କେଵଳ କରୋନା ଭାଇରସ ଚିକିତ୍ସା କଭର ହେବ|ଏମିତିରେ କେବଳ କରୋନାର ଚିକିତ୍ସା ପାଇଁ ସୁନିଶ୍ଚିତ କରିପାରେ କାରଣ ବ୍ୟାଙ୍କ ଆପଣଙ୍କୁ ଚିକିତ୍ସା ପାଇଁ ସାହାଯ୍ୟ କରିବ|ଖାସ ଏହା ଯେ ଏହି ପଲିସିରେ ୧୦୦% ପର୍ଯ୍ୟନ୍ତ କଭର ମିଳିଥାଏ ଓ ଏଥିପାଇଁ ଅଧିକ କାଗଜ ବା ମେଡିକାଲର ଆବଶ୍ୟକ ନାହିଁ|

ଏହା ୧୮ ବର୍ଷରୁ ଅଧିକ ଲୋକ କରି ପାରିବେ|ଏଥିପାଇଁ କୈାଣସି ମେଡିକାଲ ଟେଷ୍ଟର ଆବଶ୍ୟକ ନାହିଁ|ଆପଣ ଅନଲାଇନ୍ ମାଧ୍ୟମରେ ଏହି ପଲିସିକୁ କିଣି ପାରିବେ ଯେଉଁଥିରେ ଆପଣଙ୍କୁ ଟଙ୍କା ଓ ସମୟର ଚୟନ କରିବାକୁ ହେବ|ସେହି ଆଧାରରେ ଆପଣଙ୍କୁ ପ୍ରିମିୟମ ଦେବାକୁ ହେବ|

କରୋନା ରକ୍ଷକ ପଲିସିରେ ସର୍ବନିମ୍ନ ପ୍ରିମିୟମ ୧୫୬ ଟଙ୍କା ଓ ସର୍ବାଧିକ ୨୨୩୦ ଟଙ୍କା ରହିଛି|ଷ୍ଟେଟ ବ୍ୟାଙ୍କ କରୋନା ରକ୍ଷକ ପଲିସିରେ ୧୦୫ ଦିନ,୧୯୫ ଦିନ ଓ ୨୮୫ ଦିନର ଅବଧି ରହିଛି,ଏହି ଅନୁସାରେ ପ୍ରମିୟମ ରହିଛି|ଏହା ସହ ଏହି ପଲିସି ମାଧ୍ୟମରେ ୫୦ ହଜାରରୁ ନେଇ ସର୍ବାଧିକ ୨ ଲକ୍ଷ ୫୦ ହଜାର ଟଙ୍କାର କଭର ଲାଭ ଉଠାଇ ପାରିବେ|ଗ୍ରାହକ କରୋନା ପଲିସି ବିଷୟରେ ଅଧିକ ସୂଚନା ପାଇଁ ୦୨୨-୨୭୫୯୯୯୦୮ରେ ମିସ୍ଡ କଲ ଦେଇ ନେଇପାରିବେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *