IPL 2021 : ରାଜସ୍ତାନ ବନାମ ଦିଲ୍ଲୀ : ଗତ ମ୍ୟାଚରେ ଅଧିନାୟକଙ୍କର ଯେଉଁ ୧୬.୨୫ କୋଟି ଟଙ୍କାର ବ୍ୟାଟ୍ସମ୍ୟାନ ଉପରେ ନଥିଲା ଭରସା,ସେଇ ବ୍ୟାଟ୍ସମ୍ୟାନ ଛକା ମାରି ରାଜସ୍ତାନକୁ ବିଜୟୀ କଲେ,ଜାଣନ୍ତୁ ମ୍ୟାଚ ଉପରେ ସମ୍ପୂର୍ଣ ଖବର

ଆଇପିଏଲ ୧୪ର ୭ମ ମ୍ଯାଚରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳା ଯାଇଥିବା ମ୍ଯାଚରେ ରାଜସ୍ଥାନ ରୟାଲ୍ସ ୩ୱିକେଟରେ ବିଜୟୀ ହୋଇଛି। ଖାସ କଥା ହେଉଛିକି ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି କ୍ରିସ ମୋରିସ ଅନ୍ତିମ ଓଭରରେ ଛକା ପିଟି ନିଜର ଦଳକୁ ବିଜୟୀ କରାଇଲେ। ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଗତ ମ୍ଯାଚରେ ଏହି ଖେଳାଳିଙ୍କ ଉପରେ ଭରସା ନଦେଖାଇ ତାଙ୍କୁ ଷ୍ଟ୍ରାଇକ ଦେବା ଉଚିତ ବୋଲି ଭାବିନଥିଲେ। ଏହି ମ୍ଯାଚ ରୟାଲ୍ସ ହାରି ଯାଇଥିଲା।

ଗୁରୁବାର ଦିନ ଏହି ବ୍ୟାଟ୍ସମ୍ୟାନ ନିଜର ମୂଲ୍ୟର ପ୍ରମାଣ ଦେଇଛନ୍ତି। ମୋରିସ ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି ଅଟନ୍ତି। ତାଙ୍କୁ ୧୬.୨୫କୋଟି ଟଙ୍କାରେ କିଣା ଯାଇଥିଲା। ଖାସ କଥା ହେଉଛିକି ମୋରିସଙ୍କର ୧୬ଓଭର ପରେ ଷ୍ଟ୍ରାଇକ ରେଟ ୧୬୭ରୁ ଅଧିକ ଥାଏ।

କ୍ରିସ ମୋରିସ ୧୮ଟି ବଲରେ ୪ଟି ଛକା ପିଟି ୨୦୦ ଷ୍ଟ୍ରାଇକ ରେଟରେ ୩୬ରନ କରିଲେ। ଏହା ସହିତ ରାଜସ୍ଥାନ ରୟାଲ୍ସର ବ୍ୟାଟ୍ସମ୍ୟାନ ଡେଭିଡ ମିଲର ୪୩ଟି ବଲରେ ୬୨ରନର ସାନଦାର ଇନିଙ୍ଗ୍ସ ଖେଳିଲେ। ସଞ୍ଜୁ ସାମସନ, ମନନ ବୋହରା ଓ ଶିବମ ଦୁବେଙ୍କ ପରି ବ୍ୟାଟ୍ସମ୍ୟାନ ଖେଳିପାରିନଥିଲେ।

ମୋରିସ ଶେଷ ଓଭରରେ ଦୁଇଟି ଛକା ପିଟିଥିଲେ। ସେ ଏହା ପୂର୍ବରୁ ୧୯ତମ ଓଭରରେ କାଗିସୋ ରବାଡାଙ୍କୁ ଓଭରରେ ଦୁଇଟି ଛକା ପିଟି ରାଜସ୍ଥାନ ରୟାଲ୍ସର ବିଜୟ ସହଜ କରିଦେଲେ।

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆବେଶ ଖାନ ୩ଟି, କ୍ରିସ ଓକ୍ସ ୨ଟି ଓ କାଗିସୋ ରବାଡା ୨ଟି ୱିକେଟ ନେଇଥିଲେ। ଅଶ୍ଵିନୀ, କରେନ ଓ ଷ୍ଟୋଇନିସ କୌଣସି ୱିକେଟ ନେଇନଥିଲେ। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ଦଳ ୨୦ଓଭରରେ ୧୪୭ରନ କରିପାରିଥିଲେ।

ରାଜସ୍ଥାନ ରାୟଲ୍ସ ବୋଲର ଜୟଦେବ ଉନାଦକଟ ଘାତକ ବୋଲିଂ ପ୍ରଦର୍ଶନ କରି ନିଜର ପ୍ରଥମ ତିନି ଓଭରରେ ୩ଟି ୱିକେଟ ନେଇଥିଲେ।

ଜୟଦେବ ଉନାଦକଟ ସମୁଦାୟ ୪ ଓଭରରେ ୧୫ରନ ଦେଇ ତିନୋଟି ୱିକେଟ ନେଇଥିଲେ। ସେ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶୋଙ୍କୁ ୨ରନ, ଶିଖର ଧାୱନଙ୍କୁ ୯ରନ ଓ ଅଜିଙ୍କ୍ଯା ରାହାଣେଙ୍କୁ ୮ରନରେ ଆଉଟ କରିଥିଲେ। ରାଜସ୍ଥାନ ରୟାଲ୍ସର ବୋଲର ମୁସ୍ତାଫିଜୁର ରହମାନ ୪ ଓଭରରେ ୨୯ରନ ଦେଇ ୨ଟି ୱିକେଟ ନେଇଥିଲେ। କ୍ରିସ ମୋରିସ ୩ ଓଭରରେ ଗୋଟିଏ ୱିକେଟ ନେଇଥିଲେ।

ଦିଲ୍ଲୀ ତରଫରୁ ଅଧିନାୟକ ରିଷଭ ପନ୍ତ ସାନଦାର ପଚାଶ ପିଟିଥିଲେ। ସେ ୩୨ଟି ବୋଲରେ ୫୧ରନ କରିଥିଲେ। ମାର୍କସ ଷ୍ଟୋଇନିସ କୌଣସି ରନ କରିପାରିନଥିଲେ ଓ ପେଭିଲିୟନ ଫେରିଥିଲେ। ଲଲିତ ଯାଦବ ୨୦ରନ କରିଥିଲେ। କ୍ରିସ ଓକ୍ସ ୧୫, ଟମ କରନ ୨୧, ଅଶ୍ଵିନୀ ୭ ଓ ରବାଡା ୯ରନର ଯୋଗଦାନ ଦେଇଥିଲେ।

Leave a Reply

Your email address will not be published. Required fields are marked *