RR vs DC : ଷ୍ଟିଭ ସ୍ମିଥଙ୍କୁ ବାହାରେ ବସାଇବା ଯୋଗୁଁ, ଋଷଭ ପନ୍ତଙ୍କ ଉପରେ ରାଗିଗଲେ ଲୋକମାନେ, କହିଲେ ଦିଲ୍ଲୀକୁ ହାରିବା ଦରକାର ଥିଲା

ରାଜସ୍ଥାନ ରୟାଲସ ମୁସ୍କିଲ ହାଲତରେ ଦିଲ୍ଲୀ କ୍ୟାପିଟାଲସକୁ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ହରାଇ ଦେଇଛି । ଆରଆର ଏହାସହ ଇଣ୍ଡିଆନ ପ୍ରିମିୟର ଲିଗର ମୈଜୁଦା ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ନିଜ ନାମରେ କରିଥିଲା ।

ଦିଲ୍ଲୀର ପରାଜୟ ପରେ ସୋସିଆଲ ମିଡିଆରେ ଲୋକମାନେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ । ସୋସିଆଲ ମିଡିଆରେ ଲୋକମାନେ ଏଥିପାଇଁ ଋଷଭ ପନ୍ତଙ୍କ ଉପରେ କ୍ରୋଧିତ ହୋଇଗଲେ କାରଣ ସେ ଷ୍ଟିଭ ସ୍ମିଥଙ୍କୁ ବାହାରେ ବସାଇ ଦେଇଥିଲେ । ଜଣେ ୟୁଜର୍ସ ଟ୍ୱିଟ କରି କହିଥିଲେ, ଆଜି ଆପଣ ହାରିବାକୁ ଯୋଗ୍ୟ ଥିଲ କାରଣ ଷ୍ଟିଭ ସ୍ମିଥଙ୍କୁ ଦଳରୁ ବାହାରେ ବସାଇଛ ।

ଆଉଜଣେ ୟୁଜର୍ସ ଲେଖିଥିଲେ, ଟମ କରନଙ୍କ ବଦଳରେ ସ୍ମିଥ ଏକ ଭଲ ବିକଳ୍ପ ହୋଇପାରନ୍ତି କାରଣ ସେ ଜଣେ ଅନ୍ତରାଷ୍ଟ୍ରୀୟ ଖେଳାଳି ଅଟନ୍ତି । ଆଉଜଣେ ୟୁଜର୍ସ ଲେଖିଥିଲେ DC ଏହି ମ୍ୟାଚ ହାରିବା ଦରକାର କରୁଥିଲା ।

ଆହୁରି ମଧ୍ୟ ଭଲ ହୋଇପାରିଥାନ୍ତା :-

ପନ୍ତ କହିଥିଲେ, ତାଙ୍କ ବୋଲର ମାନେ ପ୍ରଥମରୁ ଭଲ ଆରମ୍ଭ ଦେଇଥିଲେ କିନ୍ତୁ ଶେଷ ବେଳକୁ ଆହୁରି ଭଲ ହୋଇପାରିଥାନ୍ତା। ପନ୍ତ କହିଥିଲେ, ତାଙ୍କ ବୋଲରଙ୍କୁ କୁହୁଡି କାରଣରୁ ସମସ୍ୟା ହୋଇଥିଲା । ପନ୍ତ କହିଥିଲେ, 15 ରୁ 20 ରନ କମ କରିଥିଲୁ । ପନ୍ତ କହିଥିଲେ, ଆଶା କରୁଛୁ ଭବିଷ୍ୟତରେ ଆମ ଦଳ ଜିତିବାପାଇଁ ଚେଷ୍ଟା କରିବ ।

ଋଷଭ ପନ୍ତଙ୍କ ତାବଡ଼ତୋଡ଼ 51 ରନର ପାଳି ଦ୍ୱାରା ଦିଲ୍ଲୀ 147 ରନ କରିପାରିଥିଲା । ରାଜସ୍ଥାନ ରୟାଲସ ଟାଇଟ ବୋଲିଂ କାରଣରୁ ଦିଲ୍ଲୀ ପାଳିରେ କୌଣସି ବି ଛକା ମରାଯାଇନଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *