ରୁମ ନମ୍ବର ୩୯ : କିମ ଜୋଙ୍ଗ ଉନଙ୍କ ସେହି ‘ଗୁପ୍ତ’ ଯେଉଁଠାରେ ଲୁଚିରହିଛି ହଜାର ହଜାର ର-ହ-ସ୍ୟ, ରୁମର ଦେଖାଶୁଣା ଦାୟିତ୍ୱ କିମ ଜୋଙ୍ଗଙ୍କ ଭଉଣୀ କିମ ୟୋ ଜୋଙ୍ଗଙ୍କ ହାତରେ,ଜାଣନ୍ତୁ ସେ ରୁମ ବିଷୟରେ କିଛି ତଥ୍ୟ

ଉତ୍ତର କୋରିଆର ରାଷ୍ଟ୍ରପତି କିମ ଜୋଙ୍ଗ ଉନଙ୍କର ପରିଚୟ ବିଶ୍ୱରେ ଜଣେ ନି-ନ୍ଦ-ନୀ-ୟ ନେତା ଭାବେ କରାଯାଏ | ଆଜିକାଲି ତାଙ୍କର କାର୍ଯ୍ୟକଳାପକୁ ନେଇ ସମାଲୋଚନା କରାଯାଉଛି | କିମ ଜୋଙ୍ଗ ଉନଙ୍କ ଆରାମଦାୟକ ଜୀବନ ପଛରେ ଥିବା ର-ହ-ସ୍ୟ ଏକ ‘ଗୁ-ପ୍ତ କୋଠରୀ’ରେ ଲୁଚି ରହିଛି | ଦୁନିଆରେ କିଛି ଦେଶ ଏପରି ଅଛି, ଯେଉଁମାନେ ନିଜ ଗୋପ-ନୀୟତା ପାଇଁ ପ୍ରସିଦ୍ଧ ଅଟନ୍ତି | ଉତ୍ତର କୋରିଆର ନାମ ଏହି ଲିଷ୍ଟରେ ସବୁଠାରୁ ଉପରେ ଆସିଥାଏ | ଏହି ପର୍ଯ୍ୟାୟରେ ଉତ୍ତର କୋରିଆରେ ୱାର୍କର ପାର୍ଟିର ବିଲଡିଂ ଭିତରେ ଥିବା ‘ରୁମ-୩୯’ ର ନାମ ସାମ୍ନାକୁ ଆସିଥାଏ |

ଅନେକ ରିପୋର୍ଟ ଦାବି କରିଛି ଯେ ଏହି କୋଠରୀ କିମ ଜୋଙ୍ଗ-ଉନଙ୍କର ଆରାମଦାୟକ ଜୀବନରେ ବହୁତ ସାହାଯ୍ୟ କରିଥାଏ | ବାସ୍ତବରେ, ଏହି କୋଠରୀ ଭିତରେ ବେ-ଆ-ଇ-ନ ବେ-ପା-ର ଚାଲିଥାଏ, ଯେଉଁଥିପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଏପଟ ସେପଟ କରାଯାଇଥାଏ | ଉତ୍ତର କୋରିଆ ଉପରେ ନଜର ରଖିଥିବା ଏକ୍ସପର୍ଟଙ୍କ କହିବା କଥା ଏହା ଯେ ରାଜନୈତିକ ସମର୍ଥନ ହେଉ କିମ୍ବା ଆ-ଣ-ବି-କ ପ୍ରୋଗ୍ରାମର ଫଣ୍ଡିଙ୍ଗ, ସବୁ ଏହି ରୁମ ରୁମ-୩୯ ରୁ ଆସିଥାଏ | ସେହିପରି ଏହା ମଧ୍ୟ କୁହାଯାଏ ଯେ ଏହି ରୁମର ଦେଖାଶୁଣା ଦାୟିତ୍ୱ କିମ ଜୋଙ୍ଗଙ୍କ ଭଉଣୀ କିମ ୟୋ ଜୋଙ୍ଗଙ୍କ ହାତରେ ରହିଛି |

ଅନେକ ବେ-ଆ-ଇ-ନ କାରବାରର କେନ୍ଦ୍ର ଅଟେ ଏହି ରୁମ :-

ଏହି ରୁମ ବିଷୟରେ କୁହାଯାଇଥାଏ ଯେ ଏଠାରେ ବିଦେଶୀ ବିନିଯୋଗ, ଅ-ବୈ-ଧ ବେପାର,ଟ୍ୟାକ୍ସ ଚୋରି କିମ୍ବା ବୈଦେଶିକ ମୁଦ୍ରାର ରିଜର୍ଭ ପ୍ରସ୍ତୁତ କରାଯାଇଥାଏ | ଏହାର ଶକ୍ତି ଉପରେ ପାର୍ଟି କ୍ଷମତାରେ ରହିଥାଏ | ଡେଲି ଏକ୍ସପ୍ରେସର ଖବର ଅନୁଯାୟୀ, ଆମେରିକାର ଗୁ-ପ୍ତ-ଚ-ର ଅଧିକାରୀମାନେ ବହୁ ବର୍ଷ ଏହାର ସିକ୍ୟୁରିଟିକୁ ଭାଙ୍ଗି ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ଯାହାଦ୍ୱାରା ଦୁନିଆ ସାମ୍ନାରେ ଏହାର ସତ୍ୟ ଆସିପାରିବ |

ଆମେରିକୀୟ ଅଫିସର ଖୋଲିଲେ ର-ହ-ସ୍ୟ :-

ଆମେରିକାର ସେନାର ସ୍ପେଶାଲ ଫୋର୍ସରେ କର୍ଣ୍ଣେଲ ଥିବା ଡେଭିଡ ମ୍ୟାକ୍ସୱେଲ କହିଛନ୍ତି ଯେ ଉତ୍ତର କୋରିଆ ନେତାଙ୍କ ବିପୁଳ ଖର୍ଚ୍ଚ ‘ଅଫିସ ୩୯’ରେ କରାଯାଇଥିବା ଅପରେସନ ମାଧ୍ୟମରେ ହେଉଥିବାର ରୋଜଗାରରୁ ଆସିଥାଏ | ଏହାସହିତ କୁହାଯାଇଛି ଯେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନ ଅ-ବୈ-ଧ ଗତିବିଧି ପାଇଁ ଦେଶର ରାଜଧାନୀରେ ସରକାରୀ ଭବନ ବ୍ୟବହାର କରୁଛନ୍ତି | ସେହିପରି କିଛି ରିପୋର୍ଟରେ କୁହାଯାଇଛି ଯେ ଏଠାରେ ସୁନା, ଜିଙ୍କ ଠାରୁ ଆରମ୍ଭ କରି କୃଷି ଏବଂ ମାଛ ରପ୍ତାନି ପର୍ଯ୍ୟନ୍ତ ବାଣିଜ୍ୟ ହୋଇଥାଏ | ଦି ସନ ରିପୋର୍ଟ ଅନୁଯାୟୀ, ଏଠାରେ ନକଲି ଭିଆଗ୍ରାଠାରୁ ନେଇ ନିଶା କାରବାର ପର୍ଯ୍ୟନ୍ତ ଡ଼ିଲିଙ୍ଗ କରାଯାଇଥାଏ |

କିମ ଜୋଙ୍ଗଙ୍କ ବାପା କରାଇଥିଲେ ଏହି ରୁମର ନିର୍ମାଣ :-

ରିପୋର୍ଟ ଅନୁଯାୟୀ, ଏହି ଗୁ-ପ୍ତ ରୁମର ନିର୍ମାଣ ୧୯୭୪ ମସିହାରେ କିମ ଜୋଙ୍ଗ ଉନଙ୍କ ବାପା କିମ ଜୋଙ୍ଗ ଇଲ କରାଇଥିଲେ | ଏହାକୁ ଅଫିସିଆଲି, ସେଣ୍ଟ୍ରାଲ କମିଟି ବ୍ୟୁରୋ ୩୯ ବୋଲି କୁହାଯାଏ | ସେହିପରି ଏହି ରୁମକୁ ରୁମ-୩୯ ବ୍ୟତୀତ ଅଫିସ-୩୯, ବ୍ୟୁରୋ -୩୯ କିମ୍ବା ଡିଭିଜନ-୩୯ ମଧ୍ୟ କୁହାଯାଏ | ଏହାସହିତ ଏହା ମଧ୍ୟ ଦାବି କରାଯାଇଛି ଯେ ଏହି ରୁମ ନାମରେ ଉତ୍ତର କୋରିଆ ଲୋକମାନଙ୍କୁ ଏବଂ କୂଟନୀତିଜ୍ଞଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣ ଏଠାକୁ ପଠାଇବାକୁ ପଡିଥାଏ | ରୁମ-୩୯ କିମ ପରିବାର ପାଇଁ ଏକ ବଡ଼ ଭଣ୍ଡାର ତିଆରି ହୋଇଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *