ତେଲେଙ୍ଗାନାରୁ ଓଡିଶା ଫେରିଲା ଗ୍ୟା-ଙ୍ଗ-ଷ୍ଟା-ର ହାଇଦର

୫ ଦିନର ଲୁଚକାଳି ଖେଳ ସରିବା ପରେ ଏସସିବିରୁ ଫେ-ରା-ର ହୋଇଥିବା ଗ୍ୟା-ଙ୍ଗ-ଷ୍ଟ-ର ହାଇଦର ଆଜି ଓଡ଼ିଶା ଫେରିଲା। କମିଶନରେଟ ପୋ-ଲି-ସ ବିମାନ ସାହାଯ୍ୟରେ ତେଲେଙ୍ଗାନାରୁ ଓଡ଼ିଶା ଆଣିଲା। ଭୁବନେଶ୍ୱର ବିମାନବନ୍ଦରରେ ହାଇଦରଙ୍କର କରୋନା ଟେଷ୍ଟ କରାଯାଇଥିଲା।

ଗତକାଲି ତେଲେଙ୍ଗାନାର ସଙ୍ଗାରେଡି ଜିଲ୍ଲାରୁ ତେଲେଙ୍ଗାନା ପୋ-ଲି-ସ ସହାୟତାରେ ହାଇଦରକୁ ଗି-ର-ଫ କରାଯାଇଥିଲା। ଗତ ୧୦ ତାରିଖରେ ଏସସିବି ମେଡିକାଲ କଲେଜରୁ ଫେ-ରା-ର ହୋଇଯାଇଥିଲା ହାଇଦର। ଏ ସମ୍ବନ୍ଧରେ ଗତକାଲି ପୋ-ଲି-ସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ। ହାଇଦର ବାଇକରେ ଯାଉଥିବା ସମୟରେ ଏକ ଦଳ ତାଙ୍କୁ କାବୁ କରିଥିଲେ। ପୋ-ଲି-ସ କମିଶନର ୨୪ ଘଣ୍ଟା ମଧ୍ୟରେ ତାକୁ ଆଣି କୋର୍ଟରେ ହାଜର କରିବ ବୋଲି କହିଥିଲେ।

କୁ-ଖ୍ୟା-ତ ଗ୍ୟା-ଙ୍ଗ-ଷ୍ଟ-ର ହାଇଦର ଶନିବାର ଦିନ କଟକ ଏସସିବି ମେଡି-କାଲକୁ ଚି-କି-ତ୍ସା କରିବା ପାଇଁ ଯାଇଥିଲେ, ସେବେଠାରୁ ସେ ଫେ-ରା-ର ହୋଇଯାଇଥିଲେ। ଏହିସବୁ ମଧ୍ୟରେ ଆଜି ତାଙ୍କର ପୁରୁଣା ସହଯୋଗୀ ୟାକୁବ ପୋ-ଲି-ସ ଆଗରେ ଆତ୍ମ-ସମର୍ପଣ କରିଥିଲା। କିନ୍ତୁ ହାଇଦର କେଉଁ ସ୍ଥାନରେ ଥିଲା ତାର କୌଣସି ଠିକଣା ମିଳୁନଥିଲା। ହାଇଦରଙ୍କ ଚ-ମ୍ପ-ଟ ମାରିବା ନେଇ ଅନେକ ପ୍ରଶ୍ନ ଆସିଥିଲା।

Leave a Reply

Your email address will not be published. Required fields are marked *