ଦେଖନ୍ତୁ କଳିଯୁଗର ‘କୁମ୍ଭକର୍ଣ୍ଣ’ଙ୍କୁ, ଅଭିଶାପରୁ ନୁହେଁ, ଏହି ରୋଗ କାରଣରୁ ହୋଇଯାଇଛି ଏମିତି ଅବସ୍ଥା

ଆପଣ ନିଶ୍ଚିତ ଭାବରେ ରାମାୟଣରେ କୁମ୍ଭକର୍ନଙ୍କ ବିଷୟରେ ଦେଖିଥିବେ ଏବଂ ଶୁଣିଥିବେ। ରାବଣର ଭାଇ କୁମ୍ଭକର୍ନ ଯଦି ଥରେ ଶୋଇଯାଉଥିଲେ, ତେବେ ସେ ଅନେକ ଅନେକ ଦିନ ପର୍ଯ୍ୟନ୍ତ ଉଠୁନଥିଲେ। ତାଙ୍କୁ ଉଠାଇବା ପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡୁଥିଲା। କୁମ୍ଭକର୍ନଙ୍କ ପରି କଳୀ ଯୁଗରେ ଇଣ୍ଡୋନେସିଆର ବାସିନ୍ଦା ଏଚା ଚର୍ଚ୍ଚାରେ, ଯିଏକି ଶୋଇବାର ଅନେକ ଦିନ ପଯ୍ୟନ୍ତ ଜାଗ୍ରତ ହେଉନଥିଲେ। ଏଚାଙ୍କ ଚର୍ଚ୍ଚା ସେତେବେଳେ ହୋଇଥିଲା, ଯେତେବେଳେ ୨୦୧୭ରେ ଏଚା ଲଗାତାର ୧୭ ଦିନ ଯାଏ ଉଠି ନଥିଲେ। ଏହାପରେ, ଏପରି ଅନେକ ମୁହୂର୍ତ୍ତ ଆସିଲା ଯେତେବେଳେ ଏଚା ଦୀର୍ଘ ସମୟ ଧରି ଶୋଉଥିଲେ।

ଏକ ସପ୍ତାହ ପରେ ଏହି ସ୍ଥିତିରେ ଉଠିଲେ:-

ନିକଟରେ ଏଚା, ଯିଏ ଇଣ୍ଡୋନେସିଆର ସାଉଥ କାଲିମାଣ୍ଟନରେ ରହୁଥିଲେ, ସାତ ଦିନ ପରେ ଶୋଇ ଉଠିଲେ। ଏକ ସପ୍ତାହ ପରେ ଉଠିବା ପରେ ଏଚା ବହୁତ ଦୁର୍ବଳ ହୋଇଯାଇଥିଲେ। ଏତେ ଦିନ ଶୋଇବା କାରଣରୁ ଏଚାଙ୍କ ଅବସ୍ଥା ବିଗିଡି ଯାଇଛି। ଦୀର୍ଘ ସମୟ ଧରି ଶୋଇବା ହେତୁ ଏଚା ବହୁତ ଦୁର୍ବଳ ହୋଇଯାଇଛନ୍ତି। ଡାକ୍ତରମାନେ ଏଚାଙ୍କ ପରୀକ୍ଷା କରିଥିଲେ ଯେଉଁଥିରେ କୌଣସି ରୋଗ ଦେଖାଯାଇନଥିଲା।

ଏହାର କାରଣ ଜଣା ପଡୁନାହିଁ:-

ଏଚା ନିରନ୍ତର ଏତେ ଦିନ ପର୍ଯ୍ୟନ୍ତ କାହିଁକି ଶୋଉଛନ୍ତି, ଏହାର କୌଣସି କାରଣ ଜଣା ପଡୁନାହିଁ। ଡାକ୍ତରମାନେ ମଧ୍ୟ ଏଚାଙ୍କ ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିନ୍ତୁ ଏଚାଙ୍କ ଅବସ୍ଥାରୁ ଅନ୍ଦାଜ ଲଗାଇହେବଯେ, ତାଙ୍କୁ ବୋଧେ ହାଇପରସୋମନିଆ ଅଛି। ଏହି ରୋଗରେ, ଜଣେ ବ୍ୟକ୍ତିଙ୍କୁ ଦିନରେ ବହୁତ ନିଦ ଆସିଥାଏ ଏବଂ ଅଧିକାଂଶ ସମୟ ଶୋଇବାରେ ବିତିଥାଏ। ହାଇପରସୋମନିୟା କାରଣରୁ ଶିର ସହିତ ଜଡିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ, ଏହାସହିତ ଅନେକ ଶାରୀରିକ ଏବ ଇମୋସନାଲ ଡିସବାଲାନ୍ସ ମଧ୍ୟ ହୋଇଥାଏ।

ଶୋଇବା ସମୟରେ ଏମିତି ଘଟେ:-

ଯଦି ଏଚା ଥରେ ଶୋଇପଡନ୍ତି, ତେବେ ତାକୁ ଉଠାଇବା ଅସମ୍ଭବ ହୋଇଥାଏ। ଶୋଇବା ସମୟରେହିଁ, ତାଙ୍କ ପିତାମାତା ତାଙ୍କୁ ଖାଇବା ଖୁଆନ୍ତି, ଯାହାକୁ ସେ ଚୋବାଇ ଖାଇଯାଆନ୍ତି। ଯେତେବେଳେ ବାଥରୁମ ଯିବାକୁ ପଡ଼େ, ତେବେ ଶୋଇବା ସମୟରେହିଁ ସେ ଅଶାନ୍ତ ଅନୁଭବ କରନ୍ତି। ତାଙ୍କୁ ଉଠାଇ ତାଙ୍କ ପିତାମାତା ବାଥରୁମକୁ ନେଇଯାଆନ୍ତି, ଯେଉଁଠାରେ ତାଙ୍କୁ ଧରି ଶୌଚାଳୟ ସିଟରେ ବସାଇ ଦିଅନ୍ତି। ଏପର୍ଯ୍ୟନ୍ତ ସ୍ଳିପିଙ୍ଗ ବିୟୁଟି ସିଣ୍ଡ୍ରୋମ ପାଇଁ କୌଣସି ଚିକିତ୍ସା ମିଳିନାହିଁ। କିନ୍ତୁ ଏଚାଙ୍କ ପିତାମାତା ଆଶା କରୁଛନ୍ତିଯେ, ସେମାନଙ୍କ ଝିଅ ଶୀଘ୍ର ସୁସ୍ଥ ହୋଇଯିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *