ଆଇପିଏଲ 2021: ଆଉଟ ହେବାପରେ କ୍ରୋଧିତ ହୋଇଗଲେ ବିରାଟ କୋହଲି, ଭିଡ଼ିଓ ମାଧ୍ୟମରେ ଦେଖନ୍ତୁ ଆଉଟ ହେବାପରେ ସେ କଲେ ଏମିତି କା-ଣ୍ଡ

ଆଇପିଏଲ 2021 ର ଷଷ୍ଠ ମ୍ୟାଚ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା । ଶହବାଜ ଅହମ୍ମଦଙ୍କ ଚମତ୍କାର ବୋଲିଂରେ ବାଙ୍ଗାଲୋର 6 ରନରେ ହାଇଦ୍ରାବାଦକୁ ହରାଇଦେଲା । ମ୍ୟାଚ ଚାଲିଥିବା ସମୟରେ କିଛି ଏଭଳି ଆପଣ ଦେଖିଥିବେ, ଯେଉଁଥିରେ କୋହଲି 33 ରନରେ ଆଉଟ ହେବାପରେ ନିଜର ଭାବନା ଉପରେ କାବୁ କରିନପାରି କ୍ରୋଧିତ ହୋଇଯାଇଥିଲେ। ସେ ଆଉଟ ହୋଇ ପାଭିଲିୟନ ଫେରୁଥିବା ସମୟରେ ଚୌକିକୁ ନିଜ ବ୍ୟାଟରେ ମାରିଥିଲେ ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

12 ଓଭରରେ ଆରସିବି 2 ଉଇକେଟ ହରାଇ 91 ରନ କରିସାରିଥିଲା । କ୍ରିଜରେ ବିରାଟ କୋହଲି ଓ ଗ୍ଲେନ ମାକ୍ସୱେଲ ଥିଲେ । 13 ତମ ଓଭର ଜାଶନ ହୋଲ୍ଡର କରିବାକୁ ଆସିଥିଲେ । ତାଙ୍କ ବଲକୁ ବିରାଟ କୋହଲି ଶର୍ଟ ଖେଳିବାକୁ ଚେଷ୍ଟା କରିଥିଲେ କିନ୍ତୁ ବଲ ବ୍ୟାଟ ଧାରରେ ବଉଣ୍ଡାରୀ ପାଖକୁ ଚାଲିଯାଇଥିଲା ଓ ବିଜୟ ଶଙ୍କର କ୍ୟାଚ କରିଥିଲେ। ଏହାପରେ ବିରାଟ କୋହଲି କ୍ରୋଧିତ ହୋଇଗଲେ ଓ ନିଜର କ୍ରୋଧକୁ ଚେୟାର ଉପରେ ଦେଖାଇଥିଲେ ।

ଗ୍ଲେନ ମାକ୍ସୱେଲଙ୍କ 41 ବଲରୁ 59 ରନ ବଳରେ ବାଙ୍ଗାଲୋର 149 ରନ କରିପାରିଥିଲା । ଜବାବରେ 14 ଓଭରରେ 96 ରନ କରି 1 ଉଇକେଟ ହରାଇଥିବା ହାଇଦ୍ରାବାଦ 20 ଓଭର ବେଳକୁ 143 ରନ ହିଁ କରିପାରିଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *