ପଞ୍ଜାବ ବନାମ ଚେନ୍ନାଇ : ଡୁ ପ୍ଲେସିସ ଓ ମୋଇନ ଅଲ୍ଲୀଙ୍କ ସାନଦାର ଇନିଙ୍ଗ୍ସ, ଚେନ୍ନାଇ ୧୫.୪ ଓଭରରେ ଜିତିଲା ମ୍ୟାଚ

ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଶୁକ୍ରବାର ଦିନ ଚେନ୍ନାଇ ସୁପର କିଙ୍ଗସ ପଞ୍ଜାବ କିଙ୍ଗସ ବିରୁଦ୍ଧରେ ଆଇପିଏଲର ଅଷ୍ଟମ ମ୍ଯାଚରେ ସାନଡାର ବିଜୟ ଲାଭ କରିଛି। ୧୦୭ରନର ଲକ୍ଷ୍ୟର ପିଛା କରି ଚେନ୍ନାଇ ତରଫରୁ ଫାଫ ଡୁ ପ୍ଲେସିସ ୩୩, ମୋଇନ ଅଲ୍ଲୀ ୪୪ରନର ସାନଦାର ଇନିଙ୍ଗ୍ସ ଖେଳିଲେ। ଓପନର ଋତୁରାଜ ଗାୟକୱାଡ ୫ରନ କରିଲେ। ସୁରେଶ ରାଇନା ୮ରନ କରି ଆଉଟ ହୋଇଯାଇଥିଲେ। ଚେନ୍ନାଇ ସୁପର କିଙ୍ଗସ ୧୫.୪ ଓଭରରେ ୬ୱିକେଟରେ ବିଜୟ ଲାଭ କରିଲେ।

ଦୀପକ ଚହରଙ୍କ କହର:-

ଚେନ୍ନାଇ ସୁପର କିଙ୍ଗସର ବୋଲର ଦୀପକ ଚହରଙ୍କ କହର ପଞ୍ଜାବ କିଙ୍ଗସ ଦଳ ଉପରେ ଭାରି ପଡିଲା। ଦୀପକ ଚହରଙ୍କ ଘାତକ ବୋଲିଂ ପଞ୍ଜାବ ଦଳର ହୋସ ଉଡାଇଦେଲା। ଦୀପକ ସାନଦାର ବୋଲିଂ କରି ୪ଓଭରରେ ୧୩ରନ ବିନିମୟରେ ୪ଟି ୱିକେଟ ନେଇଥିଲେ। ସେ ମଧ୍ୟ ଏକ ମେଡେନ ଓଭର ପକାଇଥିଲେ।

ଦୀପକଙ୍କର ଖତରନାକ ବୋଲିଂ ଆଗରେ ପଞ୍ଜାବର ବୋଲର ହାରି ଯାଇଥିଲେ। ସେ ମୟଙ୍କ ଅଗ୍ରୱାଲଙ୍କୁ ୦ ରନ, କ୍ରିସ ଗେଲଙ୍କୁ ୧୦ରନ, ଦୀପକ ହୁଡାଙ୍କୁ ୧୦ ଓ ନିକୋଲାସ ପୁରନଙ୍କୁ ୧୦ରନରେ ପେଭିଲିୟନ ପଠାଇଥିଲେ। ଦୀପକଙ୍କର ବୋଲିଂ କ୍ରିକେଟପ୍ରେମୀଙ୍କ ହୃଦୟ ଜିତିନେଇଥିଲେ।

ଚେନ୍ନାଇ ସୁପର କିଙ୍ଗସ ଟସ ଜିତି ପ୍ରଥମେ ବୋଲିଂ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ମୋଇନ ଅଲ୍ଲୀ ଓ ଡ୍ୱେନ ବ୍ରାଭୋ ମଧ୍ୟ ଗୋଟିଏ ଗୋଟିଏ ୱିକେଟ ନେଇଥିଲେ। ସେମ କରନ ମଧ୍ୟ ଏକ ୱିକେଟ ନେଇଥିଲେ। ଦୀପକ ଖତରନାକ ବୋଲିଂ କରି ପଞ୍ଜାବର ଦିଗ୍ଗଜ ଦଳକୁ ୨୦ ଓଭରରେ ୮ ୱିକେଟରେ ୧୦୬ ରନରେ ରୋକିଦେଇଥିଲେ।

ଶାହରୁଖ ଖାନ ଚମକିଲେ:-

ପଞ୍ଜାବ ପକ୍ଷରୁ ଆଇପିଏଲରେ ଡେବ୍ୟୁ କରିଥିବା ଶାହରୁଖ ଖାନ ସାନଦାର ଇନିଙ୍ଗ୍ସ ଖେଳିଥିଲେ। ସେ ୩୬ଟି ବଲରେ ୪ଟି ଚୌକା ଓ ୨ଟି ଛକା ପିଟି ୪୭ରନ କରିଥିଲେ। ସେ କେବଳ ତିନି ରନ ପାଇଁ ନିଜର ଅର୍ଦ୍ଧଶତକରୁ ବଞ୍ଚିତ ହେଲେ। ଜେ ରିଚାର୍ଡସନ ୧୫, କେଏଲ ରାହୁଲ ୧୫, ମହମ୍ମଦ ସାମି ୯ରନ କରିଥିଲେ।

Leave a Reply

Your email address will not be published. Required fields are marked *