ଏବି ଡିଭିଲିୟର୍ସଙ୍କ ଏକ ଛୋଟ ପ୍ରେମ କାହାଣୀ । ତାଜମହଲ ଠାରେ ପ୍ରପୋଜ କରିଥିଲେ ନିଜ ପ୍ରେମିକାଙ୍କୁ

ସାଉଥ ଆଫ୍ରିକାର ଶାନଦାର ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସଙ୍କ ଫ୍ୟାନ ଫଲୋଇଙ୍ଗ ଆଫ୍ରିକା ସହିତ ଭାରତରେ ମଧ୍ୟ ବହୁତ ଅଧିକ । ଆଇପିଏଲରେ ଯେତେବେଳେ ସେ ବ୍ୟାଟିଂ କରିବାକୁ ଆସିଥାନ୍ତି ସେତେବେଳେ ଫ୍ୟାନ୍ସ ମାନେ ତାଙ୍କର ସ୍ୱାଗତ କରିଥାନ୍ତି । ଗ୍ରାଉଣ୍ଡରେ ଡିଭିଲିୟର୍ସ ଖତରନାକ ଚୌକା-ଛକା ମାରିବାରେ ପରିଚିତ, କିନ୍ତୁ ଫିଲଡ଼ ବାହାରେ ତାଙ୍କର ପ୍ରଦର୍ଶନ ବହୁତ କୁଲ ଅଟେ । ସୋସିଆଲ ମିଡିଆରେ ତାଙ୍କର ଲଭ ଷ୍ଟୋରୀ ବହୁତ ଚର୍ଚ୍ଚା ଅଟେ । ତାଙ୍କର ପତ୍ନୀ ଡାନିଏଲ ଡିଭିଲିୟର୍ସ ଇଂଷ୍ଟାଗ୍ରାମରେ କହିଥିଲେ କି, ଏବି ଡିଭିଲିୟର୍ସ କେମିତି ତାଙ୍କୁ ପ୍ରପୋଜ କରିଥିଲେ ।

ଜଣେ ଫ୍ୟାନ ପଚାରିଥିଲେ ଆପଣଙ୍କ ବିବାହ ଆରେଞ୍ଜ ଥିଲା ନା ଲଭ । ଯଦି ଲଭ ଥିଲା ତାହେଲେ ଆପଣଙ୍କୁ କେବେ ଓ କେଉଁଠି ପ୍ରପୋଜ କରିଥିଲେ ? ଏହାର ଉତ୍ତରରେ ସେ କହିଥିଲେ, ଆମର ଆରେଞ୍ଜ ମ୍ୟାରେଜ ହୋଇନଥିଲା ଆମର ଲଭ ମ୍ୟାରେଜ ହୋଇଥିଲା ଓ ଡିଭିଲିୟର୍ସ ମୋତେ ଆଗ୍ରା ର ତାଜମହଲରେ ପ୍ରପୋଜ କରିଥିଲେ ।

ଆପଣଙ୍କୁ ଜଣାଇଦେଉଛୁ, ଦୀର୍ଘ କେତେବର୍ଷ ଆଗରୁ ଡିଭିଲିୟର୍ସ ବାଙ୍ଗାଲୋର ପାଇଁ ଖେଳି ଅସୁଛନ୍ତି । ବିରାଟ କୋହଲିଙ୍କ ସହିତ ତାଙ୍କର ଖାଆସ ବନ୍ଧୁତା ରହିଛି । ଏବି ଡିଭିଲିୟର୍ସ ଆଇପିଏଲରେ କେତେକ ବିଜୟୀ ପାଳି ଖେଳିଛନ୍ତି। ଆଇପିଏଲ 2020 ରେ ମଧ୍ୟ ଏବି ଙ୍କ ବ୍ୟାଟରୁ ଭଲ ପ୍ରଦର୍ଶନ ଆସିଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *