ଦେଖନ୍ତୁ ଭିଡ଼ିଓ : ଭୋକିଲା ଭାଲୁଟି କାର ଭିତରୁ ଖାଇବା ନଜର ଆସିଥିଲା,ଏହାପରେ ଭାଲୁଟି ଯାହାକଲା ଆପଣ ଜାଣିଲେ ଆପଣଙ୍କର ହୋସ ଉଡ଼ିଯିବ

ପାର୍ବତୀୟ ସହର ଗ୍ୟାଟଲିନବର୍ଗ ଠାରେ କଳା ଭାଲୁର ଦେଖାଯିବା ଅସାମାନ୍ୟ ନୁହେଁ । ଆମେରିକାର ପୁର୍ବୀ ଟେନେସିରେ ଅବସ୍ଥିତ ଗ୍ୟାଟଲିନବର୍ଗ ଗ୍ରେଟ ସ୍ମକି ପର୍ବତ ରାଷ୍ଟ୍ରୀୟ ଉଦ୍ୟାନର ପ୍ରବେଶ ଦ୍ୱାରା ଅଟେ । ଏଠାରେ ଏକ କଳା ଭାଲୁ ଅଦ୍ଭୁତ ଭାବରେ କାର ଭିତରୁ ଖାଇବା ଚୋରି କଲା। ସୋସିଆଲ ମିଡିଆରେ ଏହି ଭିଡ଼ିଓ ବହୁତ ଜୋରରେ ଭାଇରାଲ ହେବାରେ ଲାଗିଛି ।

ଗ୍ୟାଟଲିନବର୍ଗ ଠାରେ ଥିବା ଏକ କ୍ୟାବିନରେ ଯେତେବେଳେ ଯୁବକମାନେ ବ୍ୟାଚେଲର୍ସ ପାର୍ଟି କରୁଥିଲେ ସେସମୟରେ ଭାଲୁଟି କାର ଭିତରୁ କ୍ୟାଣ୍ଡି ଚୋରି କରିଥିଲା । ସେଠାରେ ଉପସ୍ଥିତ ଥିବା ଯୁବକମାନେ ଭାଲୁଟିକୁ ଏହିପରି କରୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ଭିଡ଼ିଓରେ ଆପଣ ଦେଖିପାରିବେ ଭାଲୁ ଦୁଇଟି ଗୋଡ଼ରେ ଛିଡା ହୋଇଛି ଓ କାର ର ଡୋର ଖୋଲୁଛି । ସେ କାର ର ଡୋର ଖୋଲି ଭିତରକୁ ପଶିଯାଉଛି। କିଛି ସେକେଣ୍ଡ ପରେ ସେ ବାହାରକୁ ଆସିବାପରେ ତା’ ପାଟିରେ ଖାଇବା ଜିନିଷ ଥିଲା ।

ଭାଲୁଟି ବାହାରକୁ ଆସିଲା ଓ ଖାଦ୍ୟ ଥିବା ସେହି ପଲିଥିନକୁ ତଳେ ରଖିଦେଇ ପୁଣି ଚାଲିଗଲା । ଗ୍ୟାଟଲିନବର୍ଗରେ ଭୋଜନ ପାଇଁ ଶିକାର କରିବାକୁ କଳା ଭାଲୁ ବେଳେବେଳେ ରାସ୍ତା କଡ଼କୁ ଚାଲିଆସନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *