ଗତ ୨୪ ଘଣ୍ଟାରେ ପୁଣି ୨୯୮୯ ନୂଆ ପଜିଟିଭ୍‌ ଚିହ୍ନଟ, ଗଲା ୨ ଜଣଙ୍କ ଜୀବନ

ରାଜ୍ୟରେ ଆଜି ଆଉ ୨୯୮୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ୧୭୩୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୨୫୬ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି ବୋଲି ଜଣା ପଡିଛି | ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୫୮ ହଜାର ୩୪୨ ଜଣକୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୬୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୬୫,ବାଲେଶ୍ବରରୁ ୮୩, ବରଗଡରୁ ୧୨୬, ଭଦ୍ରକରୁ ୩୪, ବଲାଙ୍ଗିରରୁ ୧୧୦,ବୌଦ୍ଧରୁ ୧୦,କଟକରୁ ୨୦୮, ଦେଓଗଡରୁ ୨୩, ଢେଙ୍କାନାଳରୁ ୨୧, ଗଜପତିରୁ ୧୫,ଗଞ୍ଜାମରୁ ୬୩,ଜଗତସିଂହପୁରରୁ ୨୪,ଯାଜପୁରରୁ ୫୧, ଝାରସୁଗୁଡାରୁ ୮୪, କଳାହାଣ୍ଡିରୁ ୨୬୦,କନ୍ଧମାଳରୁ ୮, କେନ୍ଦ୍ରାପଡାରୁ ୧୧, କେନ୍ଦୁଝରରୁ ୭୭, ଖୋର୍ଦ୍ଧାରୁ ୪୩୮,କୋରାପୁଟରୁ ୧୪,ମାଲକାନଗିରିରୁ ୨, ମୟୁରଭଞ୍ଜରୁ ୩୮,ନବରଙ୍ଗପୁରରୁ ୪୩,ନୟାଗଡରୁ ୧୨, ନୂଆପଡାରୁ ୧୫୧, ପୁରୀରୁ ୧୧୨, ରାୟଗଡାରୁ ୨୭,ସମ୍ବଳପୁରରୁ ୧୪୮, ସୋନପୁରରୁ ୬, ଏବଂ ଷ୍ଟେଟ ପୁଲରୁ ୯୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି |

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୫୮ ହଜାର ୩୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୯୨୫୯ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୪୧ ହଜାର ୭୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ?ଏଥି ମଧ୍ୟରୁ ୯୨୫୯ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୪୧ ହଜାର ୭୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି | ତା ସହିତ ଆଜି ମଧ୍ୟ ୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି

Leave a Reply

Your email address will not be published. Required fields are marked *