କୋଲକାତାର ଖରାପ ପ୍ରଦର୍ଶନ : ମାଲିକ ଶାହାରୁଖ ଖାନ ମାଗିଲେ କ୍ଷମା ,ଆନ୍ଦ୍ରେ ରସେଲ ମଧ୍ୟ ଲଜ୍ଜିତ,ଜାଣନ୍ତୁ କଣ କହିଲେ ଶାହାରୁଖ

ରାହୁଲ ଚହର ଓ କୁନାଲ ପାଣ୍ଡ୍ୟାର ଉନ୍ନତ ବୋଲିଙ୍ଗ ଫଳରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ମୁକାବିଲାରେ ମଙ୍ଗଳବାର ଦିନ ଚେନ୍ନାଇରେ କେକେଆରକୁ ୧୦ ରନରେ ହରାଇଥିଲେ|ଏହା ମୁମ୍ବାଇର ସିଜିନରେ ପ୍ରଥମ ବିଜୟ ଥିଲା|କୋଲକାତା ନାଇଟ ରାଇଡର୍ସକୁ ଶେଷ ୫ ଓଭରରେ ଜିତିବାକୁ ୩୧ ରନ ଆବଶ୍ୟକ ଥିଲା ଓ ୬ ୱିକେଟ ବଳକା ଥିଲା,କିନ୍ତୁ ମୁମ୍ବାଇ ତାଙ୍କ ବୋଲିଙ୍ଗ ଫଳରେ ମ୍ୟାଚ ଛଡେଇ ନେଇଥିଲେ|

ଦଳର ଲଜ୍ଜାଜନକ ପ୍ରଦର୍ଶନ ଯୋଗୁଁ ଫ୍ରାଞ୍ଚାଇଜି ମାଲିକ ଓ ବଲିଉଡ୍ ଷ୍ଟାର ଶାହାରୁଖ ଖାନ ବହୁତ ଦୁଃଖିତ|ସାଧାରଣତଃ ହାରିବା ବା ଜିତିବା ପରେ ସେ ଦଳର ଉତ୍ସାହ ପାଇଁ ଟୁଇଟର କରିଥାନ୍ତି,କିନ୍ତୁ ଏଥର ସେ ଖେଳାଳିଙ୍କ ଖରାପ ପ୍ରଦର୍ଶନ ପାଇଁ ଫ୍ୟାନଙ୍କ ଠାରୁ ଭୁଲ ମାଗିଛନ୍ତି|ସେ ଖୋଲିକି ନିଜର ନିରାଶା ଵ୍ୟକ୍ତ କରିଛନ୍ତି|

୧୫ ରନରେ ୯ ରନ କରିଥିବା ରସେଲ ଯେତେବେଳେ ଶାହାରୁଖ ଖାନଙ୍କ ଟୁଇଟ୍ କଲେ ସେ କହିଛନ୍ତି ନିରାଶା ହେବା ଲଜ୍ଜାଜନକ|ସେ କହିଛନ୍ତି ଏହା ଦ୍ୱିତୀୟ ମ୍ୟାଚ ଥିଲା|ଏବେ ଲମ୍ବା ଯାତ୍ରା କରିବାକୁ ହେବ|ଆମେ ଏବେ ମଧ୍ୟ ବିଶ୍ଵାସ ଓ ଉତ୍ସାହରେ ପରିପୂର୍ଣ୍ଣ|ଆମେ ଭଲ ଖେଳିଛୁ ଓ ଏହା କ୍ରିକେଟର ଖେଳ|ମୁଁ ଶହଶହ ଟି-୨୦ ଖେଳିଛି ଓ ମୁଁ ଏମିତି ମଧ୍ୟ ଖେଳ ଦେଖିଛି ଯେଉଁଥିରେ ଦଳ ବିଜୟ ପଖରେ ଥାଇ ଅଚାନକ ହାରିଯାଏ,ଆଜି ତାହା ହେଲା|

ରସେଲ ଆଗକୁ କହିଛନ୍ତି ଆପଣଙ୍କୁ ଯେତେ ସମ୍ଭବ ଖୁଲା ଦିମାକରେ ରହିବାକୁ ହେବ|ଏହା ବ୍ୟାଟ୍ସମ୍ୟାନ୍ ପାଇଁ କଠିନ ୱିକେଟ ଓ ନୂଆ ବ୍ୟାଟ୍ସମ୍ୟାନ୍ ପାଇଁ ଭିତରକୁ ଆସି ପ୍ରଥମ ବଲରେ ମାରିବା ସହଜ ନୁହେଁ|ଆପଣଙ୍କ ଯେତେ ଭଲ ବ୍ୟାଟ୍ସମ୍ୟାନ୍ ହୁଅନ୍ତୁ,ନିଜ ଆଖିକୁ ଜମାଇବାକୁ କିଛି ଵଲର ଆବଶ୍ୟକ|

କେକେଆରକୁ ଶେଷ ଦୁଇ ଓଭରରେ ଜିତିବା ପାଇଁ ୧୯ ରନ ଆବଶ୍ୟକ ଥିଲା|କ୍ରିଜରେ ଆକ୍ରମଣାତ୍ମକ ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଓ ବଡ ସଡ ଖେଳିବାର ସକ୍ଷମ ଯୁକ୍ତ ଦିନେଶ କାର୍ତ୍ତିକ ଥିଲେ,କିନ୍ତୁ ବୁମରା ସେହି ଓଭରରେ ମାତ୍ର ୪ ରନ୍ ଦେଇଥିଲେ|ବୋଲ୍ଟ ଶେଷ ଓଭରରେ ଲଗାତାର ୨ଟି ବଲରେ ରସେଲ ଓ ପେଟ କମିନ୍ସକୁ ଆଉଟ କରି ମୁମ୍ବାଇର ବିଜୟ ସୁନିଶ୍ଚିତ କରିଥିଲେ|କମିନ୍ସ ବିନା ଖାତା ଖୋଲି ଆଉଟ୍ ହୋଇଥିଲେ|କାର୍ତ୍ତିକ ୧୧ ବଲରେ ୮ ରନ କରି ଅପରାଜିତ ଥିଲେ|ଏହା ପୂର୍ବରୁ ରସେଲ ୨ ଓଭରରେ ୧୫ ରନ ଦେଇ ୫ ୱିକେଟ ନେଇଥିଲେ ଫଳରେ ମୁମ୍ବାଇ ଦଳ ଶେଷ ୫ ଓଭରରେ ୭ ୱିକେଟ ହରାଇ କେବଳ ୩୮ ରନ କରିଥିଲେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *