ହାଇଦ୍ରାବାଦ ବନାମ ବାଙ୍ଗାଲୋର : ଜିତିବାକୁ ଥିବା ମ୍ୟାଚ ହାରିଯିବା ଦ୍ଵାରା ବହୁତ୍ ନିରାଶ ହେଲେ ଡେଭିଡ ୱାର୍ନର, ମ୍ୟାଚ ପରେ କହିଲେ ହାରିବାର କାରଣ

ଏସଆରଏଚ ବନାମ ଆରସିବି:-

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦର ଦଳ ମ୍ୟାଚ ହାରିଯାଇଛି। ଏହା ହେଉଛି ହାଇଦ୍ରାବାଦର କ୍ରମାଗତ ଦ୍ୱିତୀୟ ପରାଜୟ ଅଟେ। ଆରସିବି ପ୍ରଥମ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ବିନିମୟରେ ୧୪୯ ରନ ସଂଗ୍ରହ କରିଥିଲା। ଏହାର ଉତ୍ତରରେରେ, ହାଇଦ୍ରାବାଦ ଏକ ସମୟରେ ୧୩.୨ ଓଭରରେ ଦୁଇଟି ୱିକେଟରେ ୯୬ ରନ କରିଥିଲେ, କିନ୍ତୁ ଶେଷରେ ସେମାନେ ୨୦ ଓଭରରେ ସେମାନେ ମାତ୍ର ୧୪୩ ରନ କରିପାରିଥିଲେ। ଏହି ପରାଜୟରୁ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ନର ଅତ୍ୟନ୍ତ ନିରାଶ ହୋଇଛନ୍ତି।

ଆରସିବି ବିରୁଦ୍ଧରେ ଜିତୁଥିବା ଖେଳ ହାରିବା ପରେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ ୱାର୍ନର ସ୍ୱୀକାର କରିଛନ୍ତିଯେ, ବାମହାତୀ ସ୍ପିନରଙ୍କ ବିପକ୍ଷରେ କ୍ରସ ବ୍ୟାଟରେ ସଟ ଖେଳିବା ତାଙ୍କ ଦଳର ପରାଜୟର କାରଣ ହୋଇଛି।

ମ୍ୟାଚ ପରେ ୱାର୍ନର କହିଛନ୍ତିଯେ, ” ଆମର ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ। ତେବେ, ଆରସିବି ପାଇଁ ଗ୍ଲେନ ମ୍ୟାକ୍ସୱେଲ ଭଲ ବ୍ୟାଟିଂ କରିଥିଲେ। କିନ୍ତୁ ଆମେ କୌଣସି ପାର୍ଟନରସିପ ଗଠନ କରିପାରିଲୁ ନାହିଁ।”

ୱାର୍ନର ଆହୁରି ମଧ୍ୟ କହିଛନ୍ତିଯେ, “ମୁଁ ଅତ୍ୟନ୍ତ ନିରାଶ ହୋଇଛିଯେ, ବାମହାତୀ ସ୍ପିନରଙ୍କ ବିପକ୍ଷରେ ଆମର ବ୍ୟାଟ୍ସମ୍ୟାନେ ବ୍ୟାଟକୁ ସିଧା ରଖି ସଟ ଖେଳିନଥିଲେ। ଆମକୁ ଏଠାରେ ଆହୁରି ତିନୋଟି ମ୍ୟାଚ ଖେଳିବାକୁ ଅଛି ଏବଂ ୱିକେଟ ଭଲ ହେବ ବୋଲି ଆଶା କରାଯାଉଛି। ଆମେ ପାୱାର ପ୍ଲେରେ ୱିକେଟ ନେବାକୁ ଏବଂ ବଡ଼ ପାର୍ଟନରସିପ ଗଠନ କରିବାକୁ ଚେଷ୍ଟା କରିବୁ। ”

ବାଙ୍ଗଲୋରର ଏହି ବିଜୟର ହିରୋ ହେଉଛନ୍ତି ଶାହବାଜ:-

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋରର ଏହି ବିଜୟର ହିରୋ ହେଉଛନ୍ତି ଯୁବ ସ୍ପିନର ଶାହବାଜ ଅହମ୍ମଦ। ସେ ଏକ ଓଭରରେ ମ୍ୟାଚକୁ ଆରସିବି ପକ୍ଷରେ ରଖିଦେଲେ। ଶାହାବାଜ ୨ ଓଭରରେ ୭ ରନ ଦେଇ ୩ଟି ୱିକେଟ ନେଇଥିଲେ। ସେ ଏକ ଓଭରରେ ବେୟରଷ୍ଟୋ, ମନୀଷ ପାଣ୍ଡେ ଓ ଅଵବ୍ଦୁଲ ସମଦଙ୍କୁ ଆଉଟ କରିଥିଲେ।

ୱାର୍ନର ଦେଇଥିଲେ ଧମାକାଦାର ଆରମ୍ଭ:-

ବାଙ୍ଗଲୋର ନିକଟରୁ ମିଳିଥିବା ୧୫୦ରନର ଲକ୍ଷ୍ୟର ପିଛା କରି ହାଇଦ୍ରାବାଦର ଆରମ୍ଭ ଭଲ ନଥିଲା। ସଲାମୀ ବ୍ୟାଟ୍ସମ୍ୟାନ ରିଦ୍ଧିମାନ ସାହା ୧ରନ କରି ଆଉଟ ହୋଇଯାଇଥିଲେ। ତାଙ୍କୁ ମହମ୍ମଦ ସିରାଜ ଆଉଟ କରିଥିଲେ। ଏହା ପରେ ୱାର୍ନର ଆରସିବି ବୋଲରଙ୍କୁ ଚାର୍ଜ କରିବା ଆରମ୍ଭ କରିଦେଇଥିଲେ।

ୱାର୍ନର ୩୭ବଲରେ ୫୪ରନ କରିଥିଲେ। ଏହି ସମୟରେ ସେ ୭ଟି ଚୌକା ଓ ଗୋଟିଏ ଛକା ପିଟିଥିଲେ। ସେ ମନୀଷ ପାଣ୍ଡେଙ୍କ ସହ ମିଶିକରି ଦ୍ଵିତୀୟ ୱିକେଟ ପାଇଁ ୮୩ରନର ପାର୍ଟନରସିପ କରିଥିଲେ। ଯେତେବେଳେ ୱାର୍ନର ଆଉଟ ହୋଇଥିଲେ ସେତେବେଳେ ହାଇଦ୍ରାବାଦର ସ୍କୋର ୧୩.୨ ଓଭରରେ ୯୬ରନ ଥିଲା।

ଏହା ପରେ ବେୟରଷ୍ଟୋ ୧୩ଟି ବଲରେ ୧୨ରନ କରିଥିଲେ। ହାଇଦ୍ରାବାଦକୁ ଶେଷ ଚାରି ଓଭରରେ ଜିତିବାକୁ ୩୫ରନର ଆବଶ୍ୟକତା ଥିଲା ଓ ହାତରେ ୮ଟି ୱିକେଟ ଥିଲା। କିନ୍ତୁ ସେତେବେଳେ ଶାହବାଜ ବୋଲିଂ କରିବାକୁ ଆସିଥିଲେ ଓ ଗୋଟିଏ ଓଭରରେ ୧ରନ ଦେଇ ୩ଟି ୱିକେଟ ନେଇଥିଲେ। ସେ ଗୋଟିଏ ଓଭରରେ ବେୟରଷ୍ଟୋ, ମନୀଷ ପାଣ୍ଡେ ଓ ଅଵବ୍ଦୁଲ ସମଦଙ୍କୁ ଆଉଟ କରି ମ୍ୟାଚକୁ ଆରସିବି ପକ୍ଷରେ ରଖିଦେଲେ।

ବାଙ୍ଗଲୋର ପାଇଁ ଶାହବାଜଙ୍କ ବ୍ୟତୀତ ମହମ୍ମଦ ସିରାଜ ଚାରି ଓଭରରେ ଗୋଟିଏ ମେଡେନ ସହିତ ୨୫ରନ ଦେଇ ୨ଟି ୱିକେଟ ନେଇଥିଲେ। ସେହିପରି ହର୍ଷଲ ପଟେଲଙ୍କୁ ମଧ୍ୟ ୨ଟି ସଫଳତା ମିଳିଥିଲା। କାଇଲ ଜେମିସନ ଗୋଟିଏ ୱିକେଟ ନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *