ସାମ୍ନାକୁ ଆସିଲା ବଡ ଦାବୀ : ପବନ ମଝିରେ ପ୍ଲେନକୁ ଅଟକାଇ ଦେଇଥିଲା ଏଲିଏନ୍ସ,ଜାଣନ୍ତୁ ପୁରା ଖବର

ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏର ପୂର୍ବତନ ଡ଼ାଇରେକ୍ଟର ଜେମ୍ସ ୱୋଲସି ଏଲିଏନ୍ସଙ୍କୁ ନେଇ ବଡ଼ ଦାବି କରିଛନ୍ତି | ଜେମ୍ସ ୱୋଲସି କହିଛନ୍ତି ଯେ ସେ ନିଜେ ପୂର୍ବରୁ ଏଲିଏନ୍ସଙ୍କ ଅସ୍ତିତ୍ୱ ଉପରେ ସନ୍ଦେହ କରୁଥିଲେ, କିନ୍ତୁ ଥରେ ଯେତେବେଳେ ତାଙ୍କ ବନ୍ଧୁଙ୍କର ଏୟାରକ୍ରାଫ୍ଟ ପୃଥିବୀଠାରୁ ୪୦ ହଜାର ଫୁଟ ଉଚ୍ଚରେ ଅଟକି ଗଲା, ସେତେବେଳେ ସେ ଭାବିବାକୁ ବାଧ୍ୟ ହୋଇଗଲେ |

ଏଲିଏନ୍ସ ସହିତ କରାଯାଇପାରେ ବନ୍ଧୁତା :-

କୁହାଯାଉଛି ଯେ ଜେମ୍ସ ୱୋଲସି ଆଶା କରନ୍ତି ଯେ ଯଦି ଏଲିଏନ୍ସ ସତରେ ଅଛନ୍ତି, ତେବେ ଆମେ ମଣିଷମାନେ ସେମାନଙ୍କର ବନ୍ଧୁ ହୋଇପାରିବା | ତେବେ ସେ ଏଲିଏନ୍ସଙ୍କ ଅସ୍ତିତ୍ୱ ବିଷୟରେ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ କହିଛନ୍ତି | ଜେମ୍ସ କହିଛନ୍ତି ଯେ ଯଦି କେବେ ଏଲିଏନ୍ସମାନଙ୍କ ସହିତ ଯୋଗାଯୋଗ କରାଯାଏ, ତେବେ ସେମାନଙ୍କ ସହିତ ବନ୍ଧୁତା କରାଯାଇପାରିବ | ଜେମ୍ସ ୱୋଲସି ୧୯୯୩ ରୁ ୧୯୯୫ ପର୍ଯ୍ୟନ୍ତ ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏର ଡ଼ାଇରେକ୍ଟର ଥିଲେ |

ଯେତେବେଳେ ଏଲିଏନ୍ସ ପବନରେ ଅଟକାଇ ଦେଲା ଏୟାରକ୍ରାଫ୍ଟ :-

ତେବେ ଏକ ୟୁଟ୍ୟୁବ ଚ୍ୟାନେଲକୁ ଦେଇଥିବା ଇଣ୍ଟରଭିୟୁରେ ଜେମ୍ସ ୱୋଲସି ଏହି କଥା କହିଛନ୍ତି | ସେ ନିଜର ନୂତନ ପୁସ୍ତକ ଅପରେସନ ଡ୍ରାଗନ ବିଷୟରେ ମଧ୍ୟ କହିଲେ | ଜେମ୍ସ କହିଛନ୍ତି ଯେ ସେ ଅନେକ ରହସ୍ୟମୟ କଥା ବିଷୟରେ ଶୁଣିଛନ୍ତି | କିନ୍ତୁ ଯେତେବେଳେ ତାଙ୍କ ବନ୍ଧୁଙ୍କ ଏୟାରକ୍ରାଫ୍ଟ ପବନରେ ଅଟକି ଗଲା, ସେତେବେଳେ ସେ ଏଲିଏନ୍ସମାନଙ୍କ ବିଷୟରେ ନିଜର ମତ ବଦଳାଇଦେଲେ |

ସେ କହିଛନ୍ତି ଯେ ସେତେବେଳେ ତାଙ୍କ ବନ୍ଧୁଙ୍କ ଏୟାରକ୍ରାଫ୍ଟ ସାଧାରଣ ଶୈଳୀରେ ଉଡିପାରୁ ନଥିଲା | ଉଲ୍ଲେଖନୀୟ କଥା ହେଉଛି ଯେ ଜେମ୍ସ ୱୋଲସିଙ୍କ ପୂର୍ବରୁ ଆହୁରି ଅନେକ ପୂର୍ବତନ ସିଆଇଏ ଡ଼ାଇରେକ୍ଟର ଏଲିଏନ୍ସମାନଙ୍କ ଆଡକୁ ଇସାରା କରି ସାରିଛନ୍ତି |

ଏହି ଦେଶଗୁଡିକର ରହିଛି ଏଲିଏନ୍ସମାନଙ୍କ ସହିତ ଯୋଗାଯୋଗ :-

ଏହା ବ୍ୟତୀତ ଇସ୍ରାଏଲର ସ୍ପେସ ସିକ୍ୟୁରିଟି ପ୍ରୋଗ୍ରାମର ପୂର୍ବତନ ଚିଫ ହାମ ଇଶେଦ କହିଥିଲେ ଯେ ବ୍ରହ୍ମାଣ୍ଡରେ ଏଲିଏନ ଅଛନ୍ତି | ସେମାନଙ୍କର ଆମେରିକା ଏବଂ ଇସ୍ରାଏଲ ସହିତ ଯୋଗାଯୋଗ ମଧ୍ୟ ରହିଛି | ଏହି କଥାକୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭଲ ଭାବରେ ଜାଣିଛନ୍ତି | ହାମ ଇଶେଦ ଦାବି କରିଛନ୍ତି ଯେ ବର୍ତ୍ତମାନ ଏଲିଏନ୍ସମାନଙ୍କର ଅସ୍ତିତ୍ୱକୁ ଏଥିପାଇଁ ଲୁଚାଇ ରଖାଯାଉଛି, କାରଣ ମଣିଷ ଏଥିପାଇଁ ପ୍ରସ୍ତୁତ ନୁହଁନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *