ବାଙ୍ଗାଲୋର ବନାମ ହାଇଦ୍ରାବାଦ : ଜିତିବା ମ୍ୟାଚ ହାରିଲା ହାଇଦ୍ରାବାଦ , ବାଙ୍ଗାଲୋର ୬ ରନରେ ବିଜୟୀ

ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗଲୋର ସନରାଇଜର୍ସ ହାଇଦ୍ରାବାଦ ବିରୁଦ୍ଧରେ ଆଇପିଏଲର ଷଷ୍ଠ ମ୍ଯାଚ ଜିତିଯାଇଛି। ଆରସିବିର ବୋଲର ହର୍ଷଲ ପଟେଲ ଶେଷ ଓଭରରେ ଦୁଇଟି ୱିକେଟ ନେଇ ଆରସିବିର ବିଜୟ ସହଜ କରିଦେଇଥିଲେ। ହର୍ଷଲ ୪ଓଭରରେ ୨୫ରନ ଦେଇ ଦୁଇଟି ୱିକେଟ ନେଇଛନ୍ତି। ଆରସିବିର ଶାହବାଜ ଅହମ୍ମଦ ୨ଓଭରରେ ୭ରନ ଦେଇ ୩ଟି ୱିକେଟ ନେଇଛନ୍ତି। ମହମ୍ମଦ ସିରାଜ ୪ ଓଭରରେ ୨୫ରନ ଦେଇ ୨ଟି ୱିକେଟ ନେଇଥିଲେ। କେଲ ଜେମିସନଙ୍କୁ ଏକ ୱିକେଟ ମିଳିଥିଲା।

୧୫୦ରନର ଲକ୍ଷ୍ୟର ପିଛା କରି ସନରାଇଜର୍ସ ହାଇଦ୍ରାବାଦ ଦଳର ଆରମ୍ଭ ଠିକ ନଥିଲା। ରିଦ୍ଧିମାନ ଶାହ ୧ ରନ କରି ପେଭିଲୟନ ଫେରିଥିଲେ। ଏହାପରେ ଅଧିନାୟକ ଡେଭିଡ ୱାର୍ନର ସାନଦାର ଇନିଙ୍ଗ୍ସ ଖେଳି ୫୪ ରନ କରିଥିଲେ।

ମନୀଷ ପାଣ୍ଡେ ୩୮ରନ କରିଥିଲେ। ଗୋଟିଏ ସମୟରେ ଲାଗୁଥିଲାକି ସନରାଇଜର୍ସ ହାଇଦ୍ରାବାଦର ଦଳ ସହଜରେ ଲକ୍ଷ୍ୟର ପିଛା କରିନେବ, କିନ୍ତୁ ଆରସିବିର ବୋଲର ସନରାଇଜର୍ସ ହାଇଦ୍ରାବାଦର ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଦେଇଥିଲେ। ଜୋନି ବେୟରଷ୍ଟୋ, ଅବ୍ଦଦୁଲ ସମଦ, ବିଜୟ ଶଙ୍କର, ଜେସନ ହୋଲ୍ଡର ପରି ଖେଳାଳି ସହଜରେ ଆଉଟ ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *