ନିଜ ପତ୍ନୀଙ୍କ ଚିକିତ୍ସା ପାଇଁ ରାସ୍ତା କଡ଼ରେ ୧୭ ବର୍ଷ ପର୍ଯ୍ୟନ୍ତ ଭାଓଲିନ ବଜାଉଥିଲେ ବ୍ୟକ୍ତି ଜଣକ,ବର୍ତ୍ତମାନ ତାଙ୍କ କାହାଣୀ ହେଉଛି ଭାଇରାଲ,ଜାଣନ୍ତୁ ତାଙ୍କ ପୁରା କାହାଣୀକୁ

77 ବର୍ଷ ବୟସର ଏକ ବୃଦ୍ଧଙ୍କ ଷ୍ଟୋରୀ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେଉଛି । ତାଙ୍କର କାହାଣୀ ପଡି ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ । ଆପଣ ଯଦି ଏହି କାହାଣୀ ଶୁଣିବେ ତାହେଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ । ସ୍ୱପ୍ନ ସେଟଙ୍କ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ତାଙ୍କୁ ବହୁତ ଆଦର ମଧ୍ୟ କରାଯାଉଛି। 2002 ମସିହାରେ ଜଣାପଡିଥିଲା ତାଙ୍କର ସ୍ତ୍ରୀ ଗର୍ଭାଶୟରେ କ୍ୟାନ୍ସର ହୋଇଯାଇଛି ଓ ଏହାକୁ ଭଲ କରିବାକୁ ଯାଇ ସେ ଦେଶ ସାରା ବୁଲି ଭାଓଲିନ ବଜାଇ ଟଙ୍କା ଏକତ୍ରିତ କରୁଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଭାଓଲିନ ବଜାଇବାର ଭିଡ଼ିଓ ବହୁତ ଜୋରରେ ଭାଇରାଲ ହେବାରେ ଲାଗିଛି ।

ରାସ୍ତା କଡ଼ରେ ଭାଓଲିନ ବଜାଇ ସ୍ତ୍ରୀ ଙ୍କର ଚିକିତ୍ସା କରିଥିଲେ :-

ସ୍ୱପ୍ନ ସେଟ ଜଣେ ଚିତ୍ରକାର, ମୂର୍ତ୍ତିକାର ଓ ଜଣେ ଭାଓଲିନ ବାଦକ ଅଟନ୍ତି । ସେ ନିଜର ପତ୍ନୀଙ୍କ ଚିକିତ୍ସା ପାଇଁ ନିଜ କଳା ଦ୍ୱାରା ଭାଓଲିନ ବଜାଇ ଟଙ୍କା ଏକତ୍ରିତ କଲେ । ଦୀର୍ଘ 17 ବର୍ଷ ପର୍ଯ୍ୟନ୍ତ ଭାଓଲିନ ବଜାଇ ସେ ନିଜ ପତ୍ନୀଙ୍କ ଚିକିତ୍ସା 2019 ମସିହାରେ କଲେ ଓ ତାଙ୍କର ପତ୍ନୀ କଥିତ ଭାବରେ ସୁସ୍ଥ ହୋଇଗଲେ । ଏହାପରେ ମଧ୍ୟ ସେ ଜାଗା ଜାଗା ବୁଲି ଲୋକମାନଙ୍କୁ ଭାଓଲିନ ବଜାଇ ଶୁଣାଉଛନ୍ତି ।

ଭାଇରାଲ ହେଉଛି ଭିଡ଼ିଓ :-

କୋଲକାତାର ଏକ ଶପିଂ ମଲ ବାହାରେ ସ୍ୱପ୍ନ ସେଟ ଭାଓଲିନ ବଜାଉଥିବାର ଏହି ଦୃଶ୍ୟ ଦେଖାଯାଇଥିଲା ଓ ଏହାକୁ ଭିଡ଼ିଓ ବନାଇ ଏହି ମାସରେ ଫେସବୁକ ପେଜରେ ଶେୟର କରାଯାଇଥିଲା । ଭିଡ଼ିଓଟିକୁ ଶେୟର କରାଯାଇ କ୍ୟାପ୍ସନରେ ଲେଖାଯାଇଥିଲା କି, ସ୍ୱପ୍ନ ସେଟ ଜଣେ ଚିତ୍ରକାର, ମୂର୍ତ୍ତିକାର ଓ ଭାଓଲିନ ବାଦକ ଅଟନ୍ତି । 2002 ମସିହାରେ ଯେତେବେଳେ ତାଙ୍କୁ ଜଣାପଡିଥିଲା କି, ତାଙ୍କ ପତ୍ନୀଙ୍କ ଗର୍ଭାଶୟରେ କ୍ୟାନ୍ସର ହୋଇଯାଇଛି ସେତେବେଳେ ସେ ନିଜର କଳାକୁ ଉପଯୋଗ କରି ଭାଓଲିନ ବଜାଇବା ଆରମ୍ଭ କରିଦେଇଥିଲେ ।

ବର୍ତ୍ତମାନ ତାଙ୍କର ପତ୍ନୀ ଚିକିତ୍ସା ଦ୍ୱାରା ସୁସ୍ଥ ହୋଇଯାଇଛନ୍ତି । ବର୍ତ୍ତମାନ ସ୍ୱପ୍ନ ଦେଶ ସାରା ବୁଲି ଭାଓଲିନ ବଜାଇ ଅନ୍ୟ ମାନଙ୍କୁ ଉପଭୋଗ କରାଉଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *