ଚୀନ ଏମିତି କ’ଣ କଲା ଯେ ବାଃ ବାଃ କଲା ଶ୍ରୀଲଙ୍କା ସରକାର ? ପଢନ୍ତୁ ପୁରା ଖବର

ଏହି ବର୍ଷ ଶ୍ରୀଲଙ୍କା ଓ ଚୀନ ପାଖାପାଖି ହୋଇଛନ୍ତି|ଚୀନ ଶ୍ରୀଲଙ୍କାକୁ ନିଜର ବୁନିୟାଦା ଢାଞ୍ଚା ପ୍ରସ୍ତୁତ କରିବାକୁ କରଜ ଦେଉଛି|କରଜ ମିଳିବାରୁ ଶ୍ରୀଲଙ୍କା ଚୀନକୁ ନିଜର ଶ୍ରେଷ୍ଠ ବନ୍ଧୁର ପରିଚୟ ଦେଉଅଛି|କିନ୍ତୁ ହମ୍ବନତୋଟା ପୋର୍ଟ ସହ ଅନ୍ୟ ପୋର୍ଟର ନିର୍ମାଣରେ ଚୀନ ଯେଭଳି ଏଜେଣ୍ଡା ଲାଗୁ କରିଛି,ତାକୁ ନେଇ ଵିଶ୍ଲେଷକ ମାନଙ୍କ ପ୍ରଶ୍ନବାଚୀ ସୃଷ୍ଟି କରିଛି|କେତେକ କହିଛନ୍ତି ଯେ ଚୀନ ଶ୍ରୀଲଙ୍କାକୁ ନିଜ କରଜ ଜାଲରେ ଫସାଉଛି|

ସୋମବାର ଦିନ ମଧ୍ୟ ବିଶ୍ଲେଷକମାନେ ଆଶଙ୍କା ବ୍ୟକ୍ତ କରିଥିଲେ ଯେତେବେଳେ ଶ୍ରୀଲଙ୍କାର ୫୦ କୋଟି ଡଲାର କରଜକୁ ନେଇ ଚୀନର ସରକାରୀ ଡେଭଲପମେଣ୍ଟ ବ୍ୟାଙ୍କ ସହ ବୁଝାମଣା ସ୍ବାକ୍ଷରିତ ହୋଇଥିଲା|ଏହାର କାରଣ କରୋନା ମହାମାରୀ ସମୟରେ ହୋଇଥିବା ବିତ୍ତୀୟ ଚୁନୋତୀ ସହ ଶ୍ରୀଲଙ୍କାର ବିତ୍ତୀୟ ସ୍ଥିତି ବଜାୟ ରଖିବା|ପୂର୍ବ ମାସରେ ଶ୍ରୀଲଙ୍କା ଚୀନ ସହ ୧.୫ ଅରବ ଡଲାରର ମୁଦ୍ରା ଅଦଳବଦଳ ପାଇଁ ବୁଝାମଣା କରିଥିଲେ|

ଏକ ସମାଚାର ପତ୍ର ଅନୁସାରେ ବେଜିଂରେ ଶ୍ରୀଲଙ୍କାର ଦୂତାବାସ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଚୀନ ଏକ ଭଲ ବନ୍ଧୁ ଓ ଆମର ମଜବୁତ ବନ୍ଧୁତା ସହ ଶ୍ରୀଲଙ୍କାର ଚୁନୈତି ସମୟରେ ସାହାଯ୍ୟ କରୁଛନ୍ତି|

ଆର୍ଥିକ ସାହାଯ୍ୟ ସହ ଶ୍ରୀଲଙ୍କାକୁ ବହୁତ ସାହାଯ୍ୟ କରୁଛନ୍ତି|କିଛି ଦିନ ପୂର୍ବେ ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ ଶ୍ରୀଲଙ୍କା ବିରୁଦ୍ଧରେ ପ୍ରସ୍ତାବ ଆଣିଥିଲେ କିନ୍ତୁ ଚୀନ ସମର୍ଥନ ଦେଇନଥିଲେ|ଏହି କାରଣରୁ ଭାରତ ଏଥିରୁ ଦୁରରେ ଥିଲା|ଚୀନ କଲମ୍ବୋ ଏୟାରପୋର୍ଟରେ ଏକ ଟର୍ମିନାଲ କିମ କରୁଛି|ଫଳରେ ଚୀନ ଭାରତକୁ ବାଜି ମାରୁଛି|

ଵୟାନରେ କୁହାଯାଏ ଯେ ୫୦ କରୋଡ ଡଲାର ଋଣ ପୂର୍ବ ଚୁକ୍ତିର ଅଂଶ|ଏଥିରେ ୫୦ କୋଟି ଡଲାର ପୂର୍ବବର୍ଷ ଜାରି କରାଯାଇଛି|ଏଥିରେ କୁହାଯାଇଛି ଯେ କରୋନା ସମୟରେ ଶ୍ରୀଲଙ୍କାର ଅର୍ଥବ୍ୟବସ୍ଥା ଲାଭକାରୀ ହେବ|

ବିଶେଷଜ୍ଞଙ୍କ ଅନୁସାରେ ଶ୍ରୀଲଙ୍କାକୁ କରଜ ଏମିତି ସମୟରେ ଦିଆଗଲା ଯେତେବେଳେ ଦେଶରେ ବିଦଶୀ ମୁଦ୍ରା ଭଣ୍ଡାର ମାର୍ଚ୍ଚ ୨୦୨୧ରେ କମି ୪.୦୫ ଅରବ ଡଲାର ଆସିଥିଲା|ଏହା ୨୦୦୮-୦୯ ଠାରୁ ମଧ୍ୟ କମ ଥିଲା|

ପୂର୍ବମାସ ଶ୍ରୀଲଙ୍କା ୧୦ ମିଲିଅନ ୟୁଆନ ମାନେ ପାଖାପାଖି ୧.୫ ଅରଵ ଡଲାରର ବୁଝାମଣା କରିଥିଲେ|ଏହା ୩ ବର୍ଷ ପାଇଁ କରାଯାଇଛି|ଏହି ଫଣ୍ଡକୁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟାପାର ଓ ପ୍ରତ୍ୟକ୍ଷ ନିବେଶ ପାଇଁ ବ୍ୟବହାର ହେବ|

ଚୀନ ନିଜର ମହତ୍ୱକାକ୍ଷୀ ଵେଲ୍ଟ ଓ ରୋଡ ରିଲେସନସିପରେ ଶ୍ରୀଲଙ୍କାକୁ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ବୋଲି ମାନିଥାନ୍ତି|କିଛି ଦିନ ପୂର୍ବେ ଶ୍ରୀଲଙ୍କାର ବୁନିୟାଦି ଢାଞ୍ଚାରେ ପରିବର୍ତ୍ତନ ପାଇଁ ଶ୍ରୀଲଙ୍କାକୁ କରଜ ମୁହାଁ କରାଇଛି|ବିଶେଷଜ୍ଞଙ୍କ ମତାନୁସାରେ ଏହି କରଜ ଚୁକାଇବାକୁ କଠିନ ସ୍ଥିତିର ସମ୍ମୁଖୀନ ହେବାକୁ ପଡିବ|

ବିଶ୍ଳେଷକଙ୍କ ମତାନୁସାରେ ଶ୍ରୀଲଙ୍କା ଓ ଚୀନ ଭଳି ଗୈର ଲୋକତାନ୍ତ୍ରିକ ଦେଶ ମାଧ୍ୟମରେ ନିଜ ହିତ ସାଧିବା ପାଇଁ ଚେଷ୍ଟା କରୁଛନ୍ତି ଏଥିରୁ ସ୍ପଷ୍ଟ ଯେ ସେ କରଜ ଜାଲରେ ଫସାଉଛି|କରୋଡ ଡଲାର କରଜ ଜାଲରେ ଫସିଥିବା ଶ୍ରୀଲଙ୍କା ଏଥିରୁ ମୁକୁଳିବା ଚୁନୈତି ପୂର୍ଣ୍ଣ|

ବିଶ୍ଲେଷକଙ୍କ କହିବାନୁଯାୟୀ କରଜ ଚୁକାଇବାର ଆଳ ନେଇ ଶ୍ରୀଲଙ୍କା ନିଜ ବନ୍ଦରର ସମ୍ପ୍ରଭୁତା ରହିବାକୁ ହାଲତରେ ଆସିଲା|ଏହି କରଜ ପ୍ରତିବଦଳରେ ଶ୍ରୀଲଙ୍କାକୁ ହମ୍ବନତୋଟାରେ ଚୀନ ସହ ସାଝିଦାରୀ ହେବାକୁ ପଡ଼ିଥିଲା|ଏବେ ଶ୍ରୀଲଙ୍କା ୧୧୦ କୋଟି ଡଲାର ବିନିମୟରେ ହମ୍ବନତୋଟାକୁ ୭୦% ଅଂଶ ଚୀନ କମ୍ପାନୀ ଚାଇନା ମର୍ଚେଣ୍ଟ ହୋଲ୍ଡିଙ୍ଗ୍ ଲିମିଟେଡ଼କୁ ଲିଜରେ ଦେଇଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *