IPL 2021 ମୁମ୍ବାଇ ବନାମ କୋଲକାତା : ହାରିଯାଉଥିବା ମ୍ୟାଚକୁ ଜିତିଲା ମୁମ୍ବାଇ ,ରୋମାଞ୍ଚକ ମୁକାବିଲାରେ କୋଲକାତାକୁ ୧୦ ରନରେ ହରାଇଲା ମୁମ୍ବାଇ,ଜାଣନ୍ତୁ ମ୍ୟାଚ ବିଷୟରେ ପୁରା ଖବର

ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡ଼ର୍ସକୁ ୧୦ରନରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ପରାଜୟ ହେଉଥିବା ମ୍ଯାଚରେ ବିଜୟ ଲାଭ କରିଛି। ମୁମ୍ବାଇ ଏହି ମ୍ଯାଚରେ ପ୍ରଥମେ ଖେଳି ୨୦ ଓଭରରେ ୧୫୨ରନ କରିଥିଲେ। ଏହାର ଉତ୍ତରରେ ଗୋଟିଏ ସମୟରେ ୧୩ ଓଭରରେ ୧୦୪ ରନ କରିଥିବା କୋଲକାତା ନାଇଟ ରାଇଡ଼ର୍ସକୁ ୨୦ଓଭରରେ ୧୪୭ ରନରେ ଅଟକାଇଦେଲେ। ମୁମ୍ବାଇର ଏହି ବିଜୟରେ ଲେଗ ସ୍ପିନର ଚହରଙ୍କର ମୁଖ୍ୟ ଭୂମିକା ରହିଛି। ଚହର ଚାରି ଓଭରରେ ୨୭ରନ ଦେଇ ଚାରୋଟି ୱିକେଟ ନେଇଥିଲେ।

ଏହା ପୂର୍ବରୁ ମୁମ୍ବାଇ ନିକଟରୁ ମିଳିଥିବା ୧୫୩ରନର ଲକ୍ଷ୍ୟର ପିଛା କରି କୋଲକାତା ଆରମ୍ଭରେ ଧମାକାଦାର ଇନିଙ୍ଗ୍ସ ଖେଳିଥିଲେ। ଶୁଭମନ ଗିଲ ଓ ନୀତିଶ ରାଣା ପ୍ରଥମ ୱିକେଟ ପାଇଁ ୯ ଓଭରରେ ୭୨ରନର ପାର୍ଟନରସିପ କରିଥିଲେ।

ଗିଲ ୨୪ଟି ବଲରେ ପାଞ୍ଚୋଟି ଚୌକା ଓ ଗୋଟିଏ ଛକା ସାହାଯ୍ୟରେ ୩୩ରନ କରି ଆଉଟ ହୋଇଯାଇଥିଲେ। ତାଙ୍କୁ ରାହୁଲ ଚହର ଆଉଟ କରିଥିଲେ। ଏହାପରେ ଗତ ମ୍ଯାଚରେ ଅର୍ଦ୍ଧଶତକ କରିଥିବା ରାହୁଲ ତ୍ରିପାଠୀ କେବଳ ପାଞ୍ଚ ରନ କରି ଆଉଟ ହୋଇଯାଇଥିଲେ।

୧୦୪ ରନ ଥିବା ବେଳେ ଅଧିନାୟକ ଇୟୋନ ମର୍ଗାନ ୭ ରନ କରି ପେଭିଲିୟନକୁ ଫେରିଥିଲେ। ତାଙ୍କୁ ମଧ୍ୟ ରାହୁଲ ଆଉଟ କରିଥିଲେ। ଏହା ପରେ ୧୫ ଓଭରର ଶେଷ ବଲରେ ରଣା ମଧ୍ୟ ଆଉଟ ହୋଇଯାଇଥିଲେ। ସେ ୪୭ଟି ବଲରେ ୫୭ରନ କରିଥିଲେ। ନିଜର ଏହି ଇନିଙ୍ଗ୍ସରେ ସେ ଛଅଟି ଚୌକା ଓ ଦୁଇଟି ଛକା ପିଟିଥିଲେ।

ଏହି ସମୟରେ କୋଲକାତାରେ ୧୨୨ ରନ କରିଥିଲେ ଓ ତାଙ୍କୁ ଶେଷ ୫ଓଭରରେ ୩୧ରନ ଦରକାର ଥିଲା। କିନ୍ତୁ ପରେ ଶାକିବ ୯ଟି ବଲରେ ୯ରନ କରି ଆଉଟ ହୋଇଯାଇଥିଲେ। ଦିନେଶ କାର୍ତ୍ତିକ ଓ ଆଣ୍ଡ୍ରେ ରସଲଙ୍କ ଧୀର ଇନିଙ୍ଗ୍ସ ବ୍ୟାଟିଂକ୍ରମ ଓ ନିଜ ଉପରେ ଅଧିକ ଚାପ ପକାଇଦେଲେ।

ରସଲ ୧୫ଟି ବଲରେ ୯ ରନ କରିଥିଲେ ସେହିଭଳି କାର୍ତ୍ତିକ ୧୧ଟି ବଲରେ ୮ରନ କରି ନଟଆଉଟ ଥିଲେ। ଅନ୍ତରେ ସ୍ଥିତି ଏମିତି ହୋଇଯାଇଥିଲାଯେ କୋଲକାତାକୁ ଶେଷ ଓଭରରେ ୧୫ ରନ କରିବାର ଥିଲା। କିନ୍ତୁ ସେ କେବଳ ଚାରି ରନ କରିପାରିଥିଲେ ଓ ମୁମ୍ବାଇ ୧୦ରନରେ ପାଖାପାଖି ହାରି ଯାଉଥିବା ମ୍ଯାଚକୁ ଜିତି ନେଇଥିଲା।

ମୁମ୍ବାଇ ପାଇଁ ରାହୁଲ ଚହର ଚାରି ଓଭରରେ ୨୭ରନ ଦେଇ ଚାରୋଟି ୱିକେଟ ନେଇଥିଲେ ଓ ଟ୍ରେଣ୍ଟ ବୋଲ୍ଟ ଚାରି ଓଭରରେ ୨୭ରନ ଦେଇ ଦୁଇଟି ୱିକେଟ ନେଇଥିଲେ। ସେହିପରି କୃଣାଳ ପାଣ୍ଡ୍ୟା ୧୩ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ।

ମୁମ୍ବାଇ କରିଥିଲା ୧୫୨ରନ:-

ପ୍ରଥମେ ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା ମୁମ୍ବାଇ ଦଳ। ଓ ମୁମ୍ବାଇ ଦଳର ଇନିଙ୍ଗ୍ସର ଆରମ୍ଭ କିଛି ଖାସ ନଥିଲା। ବ୍ୟାଟ୍ସମ୍ୟାନ କ୍ଵିନ୍ଟନ ଡିକୋକ ୬ଟି ବଲରେ ୨ରନ କରି ଆଉଟ ହୋଇଯାଇଥିଲେ। ତାଙ୍କୁ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ଆଉଟ କରିଥିଲେ। ଏହାପରେ ସୂର୍ଯ୍ୟକୁମାର ଯାଦବ ଓ ରୋହିତ ଶର୍ମାଙ୍କ ମଧ୍ୟରେ ଦ୍ଵିତୀୟ ୱିକେଟ ପାଇଁ ୭୬ରନର ପାର୍ଟନରସିପ କରିଥିଲେ।

ରୋହିତ ୩୨ଟି ବଲରେ ୪୩ରନ କରି ଆଉଟ ହୋଇଯାଇଥିଲେ। ଏହି ସମୟରେ ସେ ୩ଟି ଚୌକା ଓ ଗୋଟିଏ ଛକା ପିଟିଥିଲେ। ସେହିପରି ସୂର୍ଯ୍ୟକୁମାର ଯାଦବ ୩୬ଟି ବଲରେ ୫୬ରନର ଏକ ଇନିଙ୍ଗ୍ସ ଖେଳିଥିଲେ। ସେ ୭ଟି ଚୌକା ଓ ୨ଟି ଛକା ପିଟିଥିଲେ।

ଏହା ପରେ ଇଶାନ କିଶନ ୧ ଓ କିରୋନ ପୋଲର୍ଡ ୫ରନ କରି ଅତି ସହଜରେ ଆଉଟ ହୋଇଯାଇଥିଲେ। ସେହିଅପରି ହାର୍ଦ୍ଦିକ ୧୭ଟି ବଲରେ ୧୫ ରନ ଓ କୃଣାଳ ୯ଟି ବଲରେ ୩ଟି ଚୌକା ସାହାଯ୍ୟରେ ୧୫ରନ କରି ଆଉଟ ହୋଇଯାଇଥିଲେ। ମାର୍କୋ ଜନସେନ ଶୂନରେ ପେଭିଲିୟନକୁ ଫେରିଥିଲେ। ରାହୁଲ ଚହର ୮ ଓ ବୁମରାହ ବୀନା କୌଣସି ରନ କରି ଆଉଟ ହୋଇଯାଇଥିଲେ।

ସେହିପରି କୋଲକାତା ପାଇଁ ଆଣ୍ଡ୍ରେ ରସଲ କମାଲ କରିଦେଇଥିଲେ। ସେ ଦୁଇ ଓଭରରେ କେବଳ ୧୫ରନ ଦେଇ ୫ଟି ୱିକେଟ ନେଇଥିଲେ। ଏହା ବ୍ଯତୀତ ପେଟ କମିନ୍ସ ଚାରି ଓଭରରେ ୨୪ରନ ଦେଇ ଦୁଇଟି ୱିକେଟ ନେଇଥିଲେ। ପ୍ରସିଦ୍ଧ କ୍ରୀଷ୍ଣା, ବରୁଣ ଚକ୍ରବର୍ତ୍ତୀ ଓ ଶାକିବ ଅଲ ହସନ ଗୋଟିଏ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Leave a Reply

Your email address will not be published. Required fields are marked *