ଆଇପିଏଲ ୨୦୨୧ : ଧୋନୀଙ୍କୁ ଆଉଟ କରିବାପରେ ଦିଲ୍ଲୀର ଏହି ବୋଲର ଧୋନୀଙ୍କୁ ଯାହା କହିଲେ ଆପଣ ଶୁଣିଲେ ବି ଚକିତ ହୋଇ ରହିଯିବେ,ଜାଣନ୍ତୁ କଣ କହିଲେ

ଆଇପିଏଲ ସିଜିନ 14 ରେ ଦିଲ୍ଲୀ କ୍ୟାପିଟାଲସ ଚେନ୍ନାଇ ସୁପର କିଙ୍ଗସକୁ 7 ଉଇକେଟରେ ହରାଇବା ପରେ ଦିଲ୍ଲୀ ଦଳର ମନୋବଳ ବଢିଯାଇଛି । ଦିଲ୍ଲୀ କ୍ୟାପିଟାଲସର ଏକ ଯୁବ ବୋଲର ଧୋନୀଙ୍କୁ ନେଇ ଅଜବ କଥା କହିଦେଇଛନ୍ତି । ଦିଲ୍ଲୀର ଏହି ଯୁବ ବୋଲର ଅଭେଶ ଖାନ କହିଛନ୍ତି, ଚେନ୍ନାଇର ଏହି ଧୁରନ୍ଧର ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବାପରେ ତାଙ୍କ ସ୍ବପ୍ନ ପୁରା ହୋଇଥିଲା ।

ଅଭେଶ ଚେନ୍ନାଇ ବିପକ୍ଷରେ ଆଇପିଏଲ ମୁକାବିଲାରେ ଧୋନୀଙ୍କ ଉଇକେଟ ନେଇଥିଲେ । ସେ ଏହି ମ୍ୟାଚରେ 23 ରନ ଦେଇ 2 ଉଇକେଟ ନେଇଥିଲେ । ଅଭେଶ ଧୋନୀଙ୍କୁ 0 ରନରେ ଆଉଟ କରିଦେଇଥିଲେ । ଚେନ୍ନାଇ ଏହି ମ୍ୟାଚରେ 7 ଉଇକେଟ ହରାଇ 188 ରନ କରିଥିଲା ଓ ଏହାକୁ ଦିଲ୍ଲୀ 18.4 ଓଭରରେ ହାସଲ କରିନେଇଥିଲା ।

ଅଭେଶ କହିଥିଲେ, 3 ବର୍ଷ ପୂର୍ବେ ତାଙ୍କ ପାଖରେ ମାହି ଭାଇଙ୍କ ଉଇକେଟ ନେବାର ମୌକା ଥିଲା କିନ୍ତୁ କିଏ ଜଣେ ଏହାକୁ ଛାଡ଼ିଦେଇଥିଲେ । ଏବେ ମୋର ଏହି ସ୍ୱପ୍ନ ପୂରଣ ହୋଇଛି ଓ ମୁଁ ବହୁତ ଖୁସି ଅଛି । ଧୋନୀ ଭାଇ କିଛି ସମୟ ହେବ କ୍ରିକେଟ ଖେଳିନଥିଲେ ଓ ଆମେ ତାଙ୍କ ଉପରେ ଚାପ ପକାଇବାକୁ ଚାହୁଁଥିଲୁ ଓ ଏଥିରେ ଆମେ ସଫଳ ମଧ୍ୟ ହୋଇଥିଲୁ ।

ଏହି ଦ୍ରୁତ ବୋଲର କହିଥିଲେ, ଦିଲ୍ଲୀ ନିଜର ପ୍ରଥମ ମ୍ୟାଚ ଜିତିବାପରେ ନିଜର ଏହି ପ୍ରଦର୍ଶନକୁ ଜାରି ରଖିବ । ସେ ଏହି କହିଥିଲେ, ଆମ ପ୍ରଦର୍ଶନ ଦ୍ୱାରା ଆମକୁ ବହୁତ ଖୁସି ଲାଗୁଛି ଖାଆସ କରି ଜିତିବାପରେ ବହୁତ ଖୁସି ଲାଗୁଛି । ଧୋନୀ ଓ ଡୁ ପ୍ଲେସିସଙ୍କ ଉଇକେଟ ନେଇ ମୁଁ ଦଳକୁ ଭଲ ସ୍ଥିତିରେ ରଖିଥିଲି। ପ୍ରଥମ ମ୍ୟାଚ ଜିତିବାପରେ ସମସ୍ତେ ବର୍ତ୍ତମାନ ଆତ୍ମବିଶ୍ୱାସରେ ରହିଛନ୍ତି ଓ ଏହାକୁ ଆମେ ଆଗକୁ ଜାରି ରଖିବୁ।

ଅଭେଶ କହିଥିଲେ, ଡୁ ପ୍ଲେସିସଙ୍କ ଉଇକେଟ ନେବାପରେ ମୁଁ ବୋଲିଂରେ ଲୟକୁ ଫେରିଥିଲି ଓ ଋଷଭ ପନ୍ତ ମୋତେ ଦ୍ଵିତୀୟ ଓଭରରେ ବୋଲିଂ କରିବାକୁ ଦେଇଥିଲେ । ଡୁ ପ୍ଲେସିସ ଜଣେ ଭଲ ବ୍ୟାଟ୍ସମ୍ୟାନ ଥିଲେ ଯଦି ସେ ଲଗାତାର ଖେଳିଥାନ୍ତେ ଆମ ପାଇଁ ଚିନ୍ତାର ବିଷୟ ହୋଇଯାଇଥାନ୍ତା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *