IPL ୨୦୨୧ : ଜାଣନ୍ତୁ କିଏ ପର୍ପଲ କ୍ୟାପ ଓ ଅରେଞ୍ଜ କ୍ୟାପ ରେସରେ ସବୁଠୁ ଆଗରେ,ଭାରତୀୟ ଖେଳାଳୀ ମାନେ ଟପ ୫ ରେ

ଆଇପିଏଲ ୨୦୨୧ର ପଞ୍ଚମ ମ୍ଯାଚ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡ଼ର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ଟସ ଜିତିକରି କେକେଆର ଦଳ ଫିଲଡିଙ୍ଗ ଚୟନ କରିଥିଲା। ପରିମାଣସ୍ୱରୂପ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୧୫୩ରନର ଟାର୍ଗେଟ ଦେଇଥିଲା। ଉତ୍ତରରେ କେକେଆର ଦଳ ୧୪୨ରନ ପର୍ଯ୍ୟନ୍ତ ପହଞ୍ଚିପାରିଥିଲେ ଓ ମୁମ୍ବାଇ ୧୦ରନରେ ବିଜୟ ଲାଭ କରିଥିଲା।

ନୀତିଶ ରାଣା ହେଉଛନ୍ତି ଅରେଞ୍ଜ କ୍ୟାପ ରେସରେ ସର୍ବପ୍ରଥମେ:-

ମୁମ୍ବାଇ ବିରୁଦ୍ଧରେ ଖେଳାଯାଇଥିବା ମୁକାବିଲାରେ ପୁଣିଥରେ କେକେଆର ପାଇଁ ଓପନିଂ କରିବାକୁ ଆସିଥିବା ନୀତିଶ ରାଣା ୪୭ବଲରେ ୫୭ରନର ଏକ ଧମାକାଦାର ଇନିଙ୍ଗ୍ସ ଖେଳିଥିଲେ। ଏହି ଇନିଙ୍ଗ୍ସରେ ସେ ୬ଟି ଛକା ଓ ୨ଟି ଚୌକା ପିଟିଥିଲେ। ଏହା ସହିତ ରାଣା ସଞ୍ଜୁ ସାମସନଙ୍କୁ ପଛରେ ପକାଇ ଆଇପିଏଲରେ ଅରେଞ୍ଜ କ୍ୟାପ ରେସରେ ସବୁଠୁ ଆଗରେ ଅଛନ୍ତି, କରଣ ସେ ସମୁଦାୟ ୧୩୭ରନ କରିଛନ୍ତି।

ଏହି ରେସରେ ଦ୍ଵିତୀୟ ସ୍ଥାନରେ ସଞ୍ଜୁ ସାମସନ ଅଛନ୍ତି, ଯିଏକି ଗୋଟିଏ ମ୍ଯାଚ ଖେଳିଥିଲେ ଓ ସେ ୧୧୯ରନର ଅର୍ଦ୍ଧଶତକୀୟ ଇନିଙ୍ଗ୍ସ ଖେଳିଥିଲେ। ତୃତୀୟ ନମ୍ବରରେ ୯୧ରନ ସହିତ କେଏଲ ରାହୁଲ ଅଛନ୍ତି, ଚତୁର୍ଥ ନମ୍ବରରେ ସୂର୍ଯ୍ୟକୁମାର ଯାଦବ ୮୭ରନ ସହିତ ଅଛନ୍ତି।

ପର୍ପଲ କ୍ୟାପ ଦୌଡରେ ସବୁଠୁ ଆଗରେ ଆଣ୍ଡ୍ରେ ରସଲ:-

ପର୍ପଲ କ୍ୟାପ ବିଷୟରେ କହିଲେ, ତୋ ଏହି ଲିଷ୍ଟରେ ନମ୍ବର-୧ରେ କେକେଆରର ଷ୍ଟାର ଆଣ୍ଡ୍ରେ ରସଲ ଅଛନ୍ତି। ଅଲରାଉଣ୍ଡର ଖେଳାଳି ମୁମ୍ବାଇ ଇଣ୍ଡିଆନ୍ସ ସହିତ ଖେଳାଯାଇଥିବା ମ୍ଯାଚରେ ସାନଦାର ବୋଲିଂ କରିଥିଲେ, ସେ ୨ଓଭରରେ ୧୫ରନ ଦେଇ ୫ଟି ୱିକେଟ ନେଇଥିଲେ। ବର୍ତ୍ତମାନ ସେ ୬ଟି ୱିକେଟ ସହିତ ପର୍ପଲ କ୍ୟାପ ଦୌଡରେ ଟପରେ ଅଛନ୍ତି।

ଦ୍ଵିତୀୟ ନମ୍ବରରେ ହର୍ଷଲ ପଟେଲ। ସେ ମୁମ୍ବାଇ ସହିତ ଓପନିଂ ମ୍ଯାଚରେ ୫ଟି ୱିକେଟ ନେଇଥିଲେ ତୃତୀୟ ନମ୍ବରରେ ରାହୁଲ ଚହର ୪ଟି ୱିକେଟ ସହିତ ଅଛନ୍ତି, ଚତୁର୍ଥରେ ୩ଟି ୱିକେଟ ସହିତ ପେଟ କମିନ୍ସ, ପଞ୍ଚମରେ ଚେତନ ସକାରିୟା ୩ଟି ୱିକେଟ ସହିତ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *