ଦେଖନ୍ତୁ ଭିଡ଼ିଓ : ମଜାରେ ନିଆଁ ସହିତ ଖେଳୁଥିଲା ଏହି ବ୍ୟକ୍ତି, ତା’ପରେ ଯାହା ହେଲା ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

ଆଜିକାଲି ଲୋକମାନଙ୍କ ମୁଣ୍ଡରେ ଫେମସ ହେବାର ଭୁତ ପଶିଛି | ଅନେକଥର ପପୁଲାର ହେବାପାଇଁ ଯେକୌଣସି ରାସ୍ତାକୁ ଆପଣେଇ ନେଇଥାନ୍ତି | ସେଇପରି ଆଜିର ସମୟରେ ଫେମସ ହେବାପାଇଁ ସୋସିଆଲ ମିଡିଆ ଲୋକମାନଙ୍କ ପାଇଁ ବହୁତ ସହଜ ଉପାୟ ହୋଇପାରିଛି | ଏଥିରେ ସବୁଦିନ ଲୋକମାନେ ପ୍ରାୟତଃ ମଜାଳିଆ ଭିଡିଓ ସେୟାର କରିଥାନ୍ତି | ଏଥିରୁ କିଛି ଭିଡିଓ ବହୁତ ମଜାଳିଆ ହୋଇଥାଏ ଏବଂ ଆଉ କିଛି ଆଶ୍ଚର୍ଯ୍ୟଜନକ ଭିଡିଓ ହୋଇଥାଏ | ଏହି ପର୍ଯ୍ୟାୟରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ‘ନିଆଁ’ ସହିତ ଖେଳୁଛି | କିନ୍ତୁ, ଖେଳୁ ଖେଳୁ ପରିଣାମ ଯେ ଏପରି ହୋଇଯିବ, ହୁଏତ ବ୍ୟକ୍ତିଜଣକ କଳ୍ପନା ମଧ୍ୟ କରିନଥିବେ |

କୁହାଯାଏ ଯେ ନିଆଁ ସହିତ କଦାପି ଖେଳିବା ଉଚିତ ନୁହେଁ | କାରଣ ଏହା ସହିତ ମଜା କରିବା ଏବଂ ଖେଳିବା ଅନେକ ଥର ଲୋକଙ୍କୁ ଭାରି ପଡ଼ିଯାଏ | ଏହି ଭିଡିଓରେ ଆପଣଙ୍କୁ ଏହା ହିଁ ଦେଖିବାକୁ ମିଳିବ | ଜଣେ ବ୍ୟକ୍ତି କ୍ଷେତରେ କିଛି କାମ କରିବା ପାଇଁ ନିଆଁ ଜଳାଇଥାଏ | କିଛି ସମୟ ପରେ ସେ ନିଆଁରେ ଏକ ବୋତଲରୁ କିରୋସିନକୁ ଢାଳିବାକୁ ଆରମ୍ଭ କରୁଛନ୍ତି | ସେ ବହୁତ ମଜାଳିଆ ଷ୍ଟାଇଲରେ ସେଥିରେ କିରୋସିନ ଢାଳୁଥାନ୍ତି | କିନ୍ତୁ, ଠିକ ସେତିକିବେଳେ ନିଆଁର ଧାସ ତାଙ୍କ ପର୍ଯ୍ୟନ୍ତ ପହଞ୍ଚିଯାଉଥାଏ ଏବଂ ଦେଖୁ ଦେଖୁ ତାଙ୍କ ଚାରି ପାର୍ଶ୍ୱରେ ନିଆଁ ବ୍ୟାପିଯାଉଥାଏ | ନିଆଁ ଦେଖି ସେ ଡରିଯାଉଛନ୍ତି ଏବଂ ଏପଟ ସେପଟ ହୋଇ ଦୌଡୁଛନ୍ତି |

ଦେଖନ୍ତୁ ଭିଡିଓ :-

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ :-

ଏହି ଭିଡିଓକୁ ଦେଖି ଆପଣ ତ ନିଶ୍ଚୟ ବୁଝିପାରିଥିବେ ଯେ ନିଆଁ ସହିତ ଥଟ୍ଟା କରିବା ଉଚିତ ନୁହେଁ | ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏହି ଭିଡିଓକୁ ‘Hold My Beer’ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ଭିଡିଓ ସହିତ ବହୁତ ମଜାଦାର କ୍ୟାପସନ ମଧ୍ୟ ଲେଖାଯାଇଛି | ଏହି ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରାଲ ହେଉଛି | ଏହି ଭିଡିଓକୁ ଖବର ରୂପରେ ଲେଖିବା ବେଳକୁ ୧୪ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି | ଏହାସହିତ ଏହି ମଜାଳିଆ ଭିଡିଓରେ ଲୋକମାନେ ଲଗାତାର କମେଣ୍ଟ ମଧ୍ୟ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *