ଦେଖନ୍ତୁ ଭିଡିଓ : ସ୍କୁଲରେ ପଢୁଥିଲେ ପିଲା, ସେହି ସମୟରେ ଅଚାନକ ଗଛ ଉପରେ ମାରିଲା ବିଜୁଳୀ, ତା ପରେ ଘଟିଲା ଏମିତି କିଛି

ସୋସିଆଲ ମିଡିଆରେ ଗଛ ଉପରେ ବିଜୁଳୀ ପଡିବାର ଏକ ଭିଡିଓ ତୀବ୍ର ଭାବରେ ଭାଇରାଲ ହେଉଅଛି। ଯାହାକୁ ଦେଖିକରି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ୟୁଏସର ୱିସକନସିନ ହାଇସ୍କୁଲ ବାହାରେ ଏକ ସିକ୍ୟୁରିଟି କ୍ୟାମେରାରେ ଏକ ଭିଡିଓ ରେକର୍ଡ ହୋଇଛି, ଯେଉଁଥିରେ ବିଜୁଳୀ ମାରିବା ମାତ୍ରେ ଗଛଟି ଭାଙ୍ଗିଗଲା। ବିଲଡିଙ୍ଗ ନିକଟରେ ଛିଡା ହୋଇଥିବା ଏକ ଗଛ ସଙ୍ଗେ ସଙ୍ଗେ ଭାଙ୍ଗିଗଲା।

ବୋଟୋମା ହାଇସ୍କୁଲର ପ୍ରିନ୍ସିପାଲ ଜେନିଫର ଜନସନ କହିଲେକି ବିଜୁଳୀ ଗଛ ଉପରେ ସେହି ସମୟରେ ପଡିଲା ଯେତେବେଳେ ପିଲାମାନେ ବାହାରେ ବସି ପଢୁଥିଲେ। ଗୁରୁବାର ଦିନ ସକାଳ ୮:୨୫ରେ ପିଲାମାନେ ବାହାରେ ବସି ଏକ୍ଟ ଏସ୍ପାୟର ଟେଷ୍ଟ ଦେଉଥିଲେ। ସେହି ସମୟରେ ଗଛ ଉପରେ ବିଜୁଳୀ ମାରିଥିଲା।

ୟୁଏସ ନେସନାଲ ବେଦର ସର୍ଭିସ ଗ୍ରୀନ ୱେ ୱିସକିନସନ ଏହି ଭିଡିଓକୁ ଫେସବୁକରେ ଏପ୍ରିଲ ୯ରେ ସେୟାର କରିଥିଲେ। ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ହଜାର ହଜାର ଭ୍ୟୁ ହୋଇସାରିଛି। ଏହା ସହିତ ୩୦୦ରୁ ଅଧିକ କମେଣ୍ଟ ଓ ଦେଢ ହଜାରରୁ ଅଧିକ ପ୍ରତିକ୍ରିୟା ମିଳିସାରିଛି।

ଦେଖନ୍ତୁ ଭିଡିଓ:-

ଜନସନ WBAY ଟିଭିକୁ କହିଲେ,”ଆରମ୍ଭରେ, ଛାତ୍ର ଓ କର୍ମଚାରୀଙ୍କୁ ଏହି ଘଟଣା ଚକିତ କରିଦେଇଥିଲା। ଯେତେବେଳେ ସେମାନଙ୍କୁ ଜଣାପଡିଥିଲାକି ବିଜୁଳୀ ପଡିବା କାରଣରୁ ଗଛ ଭାଙ୍ଗିଗଲା, ସେ ଦେଖିବା ପାଇଁ ବହୁତ ଉତ୍ସାହ ଥିଲେ।”

ସ୍କୁଲର ସିସିଟିଭି ଫୁଟେଜରେ ଦେଖିପାରିବେକି ଯେମିତି ଗଛ ଉପରେ ବିଜୁଳୀ ପଡିଲା, ଗଛଟି ଭୁଇଁରେ ଭାଙ୍ଗି ପଡିଲା। ଜନସନ କହିଲେକି କେହି ଆହତ ହୋଇନାହାନ୍ତି ଓ ଗଛ ବ୍ଯତୀତ ଆଉ କିଛି କ୍ଷତି ହୋଇନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *