ଦିନରେ ପାଠପଢା ଏବଂ ରାତିରେ ଜଗୁଆଳି, କିନ୍ତୁ ଆଜି ହେଲେ IIM ପ୍ରଫେସର,ଜାଣନ୍ତୁ ତାଙ୍କ ଓ ତାଙ୍କ ଜୀବନର ସଂଘର୍ଷ ବିଷୟରେ କିଛି

ଚୌକିଦାରଠାରୁ ନେଇ ମସୁହର ଅନୁଷ୍ଠାନ ଆଇଆଇଟିରୁ ସ୍ନାତକ କରିବା ଏବଂ ବର୍ତ୍ତମାନ ରାଞ୍ଚିରେ ଆଇଆଇଏମରେ ସହାୟକ ପ୍ରଫେସର ପର୍ଯ୍ୟନ୍ତ ହେବାର ୨୮ ବର୍ଷିୟ ରଞ୍ଜିତ ରାମଚନ୍ଦ୍ରନଙ୍କ ଜୀବନର ଯାତ୍ରା ଅନେକ ଲୋକଙ୍କୁ ଜୀବନରେ ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରିବାକୁ ପ୍ରେରଣା ଦେଇଥାଏ ବିରୋଧରେ ସଂଗ୍ରାମ କରିବାକୁ ପ୍ରେରଣା ଯୋଗାଇଥାଏ | ତାଙ୍କର ଫେସବୁକ ପୋଷ୍ଟରେ ଲେଖା ଅଛି, “ଏଠାରେ ଆଇଆଇଏମ ପ୍ରଫେସର ଜନ୍ମ ହେଲା |” ଏହି ପୋଷ୍ଟ ତଳେ ଏକ ଭଙ୍ଗାରୁଜା ଝୁମ୍ପୁଡି ଘରର ଚିତ୍ର ଅଛି, ସେହି ଝୁମ୍ପୁଡି ଉପରେ ଏକ ପଲିଥିନ ପାଲ ଘୋଡେଇ ହୋଇଥିବାର ଦେଖାଯାଉଛି, ଯେଉଁଥିରୁ ବର୍ଷାଦିନରେ ଝୁମ୍ପୁଡି କୁଡ଼ିଆକୁ ରକ୍ଷା ମିଳୁଥିଲା |

ତାଙ୍କର ଏପ୍ରିଲ ୯ ତାରିଖର ଏହି ପ୍ରେରଣାଦାୟକ ପୋଷ୍ଟ ସୋସିଆଲ ମିଡିଆରେ ବ୍ୟାପିଗଲା ଏବଂ ତାଙ୍କୁ ୩୭୦୦୦ ଲାଇକ ମିଳିଲା | ସେହି ପୋଷ୍ଟରେ ସେ ସଂଘର୍ଷର କାହାଣୀ ପ୍ରକାଶ କରିଛନ୍ତି | କେରଳ ଅର୍ଥମନ୍ତ୍ରୀ ଟିଏମ ଥୋମସ ଇସାକ ରାମଚନ୍ଦ୍ରନଙ୍କୁ ଫେସବୁକରେ ଅଭିନନ୍ଦନ ଜଣାଇଲେ ଏବଂ କହିଛନ୍ତି ଯେ ସେ ସମସ୍ତଙ୍କ ପାଇଁ ପ୍ରେରଣା ଅଟନ୍ତି | ସେ ସୋସିଆଲ ମିଡିଆରେ ‘ରଞ୍ଜିତ ଆର ପାନାଥୁର’ ନାମରେ ଜଣାଶୁଣା ଅଟନ୍ତି |

ରାମଚନ୍ଦ୍ରନ ଯେତେବେଳେ ପାୟସ ଦଶମ କଲେଜରୁ ଅର୍ଥଶାସ୍ତ୍ରରେ ଡିଗ୍ରୀ ହାସଲ କଲେ, ସେତେବେଳେ ସେ କସାରଗୋଡର ପାନାଥୁରରେ ବିଏସ୍ଏନ୍ଏଲ ଟେଲିଫୋନ ଏକ୍ସଚେଞ୍ଜରେ ଗାର୍ଡ ଭାବରେ କାମ କରୁଥିଲେ | ସେ ଲେଖିଛନ୍ତି, “ମୁଁ ଦିନରେ କଲେଜ ଯାଉଥିଲି ଏବଂ ରାତି ସମୟରେ ଟେଲିଫୋନ ଏକ୍ସଚେଞ୍ଜରେ କାମ କରୁଥିଲି |” ସ୍ନାତକ କରିବା ପରେ ତାଙ୍କୁ ଆଇଆଇଟି ମାଡ୍ରାସରେ ଆଡମିଶନ ମିଳିଲା, କିନ୍ତୁ ତାଙ୍କୁ କେବଳ ମଲୟାଲମ ଭାଷା ଆସୁଥିବାରୁ ଅସୁବିଧା ହେଲା |

ନିରାଶ ହୋଇ ସେ ପିଏଚଡି ଛାଡିବାକୁ ସ୍ଥିର କଲେ, କିନ୍ତୁ ତାଙ୍କ ଗାଇଡ ସୁଭାଷ ତାଙ୍କୁ ତାହା ନକରିବାକୁ କହିଲେ | ସେ ଲେଖିଛନ୍ତି, “ମୁଁ ସଂଘର୍ଷ କଲି ଏବଂ ମୋର ସ୍ୱପ୍ନକୁ ସାକାର କରିବାକୁ ନିଷ୍ପତ୍ତି ନେଇଥିଲି” ଏବଂ ସେ ଗତ ବର୍ଷ ପିଏଚଡି ପୁରା କରିଛନ୍ତି | ଗତ ଦୁଇମାସ ଧରି ସେ ବାଙ୍ଗାଲୋରର ଖ୍ରୀଷ୍ଟ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଥିଲେ |

ସେ ସାମ୍ବାଦିକମାନଙ୍କୁ କହିଛନ୍ତି, “ମୁଁ କେବେ ଭାବି ନଥିଲି ଯେ ଏହି ପୋଷ୍ଟ ଏତେ ଭାଇରଲ ହେଇଯିବ | ମୁଁ ଏହି ଆଶା ନେଇ ନିଜ ଜୀବନର କାହାଣୀ ପୋଷ୍ଟ କରିଥିଲି ଯେ ଏଥିରୁ ଅନ୍ୟ ଲୋକମାନଙ୍କୁ ପ୍ରେରଣା ମିଳିବ | ମୁଁ ଚାହେଁ ଯେ ସମସ୍ତେ ଭଲ ସ୍ୱପ୍ନ ଦେଖନ୍ତୁ ଏବଂ ତାକୁ ପାଇବା ପାଇଁ ସଂଘର୍ଷ କରନ୍ତୁ |”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *