ଆଇପିଏଲ ୨୦୨୧: ପଞ୍ଜାବ ବନାମ ରାଜସ୍ଥାନ : ଅଧିନାୟକ ସାମସନଙ୍କ ଶତକୀୟ ପାଳି ବେକାର,ଶେଷରେ ରୋମାଞ୍ଚକର ମ୍ୟାଚରେ ୪ ରନରେ ହାରିଲା ରାଜସ୍ଥାନ

ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନ ଶତକୀୟ ପାଳି ଗଲା ବେକାର |୨୦ ଓଭର ଶେଷ ବେଳକୁ ୨୧୭ ରନ୍‌ କରିବାରେ ସକ୍ଷମ ହେଲା ରାଜସ୍ଥାନ ରୟାଲ୍ସ କିନ୍ତୁ ପରି ଶେଷରେ ୪ ରନ୍‌ରେ ଜିତିଲା ପଞ୍ଜାବା କିଙ୍ଗସ୍‌। । । ଶେଷ ବଲ୍‌ରେ ଆଶା ଥିଲେ ସଞ୍ଜୁ ଛକା ମାରି ଦଳକୁ ବିଜୟୀ କରିବେ କିନ୍ତୁ ସଞ୍ଜୁ ଶେଷ ବଲ୍‌ରେ ୬ ମାରିବା ପରିବେର୍ତ ଆଉଟ ହୋଇଗଲେ।

ରାଜସ୍ଥାନ ରୟାଲ୍ସ ଟିମକୁ ୪ ରନରେ ପରାସ୍ତ କରିଛି ପଞ୍ଜାବ। ସଞ୍ଜୁ ସାମସନ୍‌ ୧୧୯ ରନର ଧୂଆଁଦାର ଶତକୀୟ ଇନିଂସ୍‌ ଖେଳିଥିବା ସତ୍ତ୍ବେ ପରାଜିତ ହୋଇଛି ରାଜସ୍ଥାନ ରୟାଲ୍ସ। ପଞ୍ଜାବର ଅଶ୍ରଦିପ ସିଂହ ଓ ମହମ୍ମଦ ସାମିଙ୍କ ଦମଦାର ବୋଲିଂ ପାଇଁ ରୋମାଞ୍ଚକର ମ୍ୟାଚରେ ବାଜି ମାରିଛି ପଞ୍ଜାବ କିଙ୍ଗସ୍।

ସଞ୍ଜୁ ସାମସନ୍‌ଙ୍କ ଶତକୀୟ ଇନିଂସ୍‌ ବଳରେ ରାଜସ୍ଥାନ ଟିମ୍‌ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ମୋଟ ୨୧୭ ରନ୍‌ କରିବାରେ ସଫଳ ହୋଇଥିଲା। ଯାହାଫଲରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ୪ ରନରେ ବିଜୟୀ ହୋଇଛି ପଞ୍ଜାବ କିଙ୍ଗସ୍। ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୨୨୧ ରନ ସଂଗ୍ରହ କରିଥିଲା |

Leave a Reply

Your email address will not be published. Required fields are marked *