ଜନଧନ ଆକାଉଣ୍ଟ ଥିବା ଲୋକମାନେ ପଢିନିଅନ୍ତୁ ଏହି ଖବର। ନଚେତ ଆପଣଙ୍କ ଆକାଉଣ୍ଟରୁ କଟିଯିବ ମୋଟା ଅଙ୍କର ଟଙ୍କା

ଜନଧନ ଯୋଜନା ଅନ୍ତର୍ଗତ ଦେଶର କୋଟି କୋଟି ସଦସ୍ୟ ବେସିକ ଆକାଉଣ୍ଟ ଖୋଲିଛନ୍ତି । ଏହି ଆକାଉଣ୍ଟରେ ବର୍ତ୍ତମାନ ଡିଜିଟାଲ ନେଣଦେଣ କରିବା ମହଙ୍ଗା ପଡୁଛି । ଏହା ଏମିତି ହେଉଛି କି, ବ୍ୟାଙ୍କ ଜନଧନ ଯୋଜନାରେ ବନଯାଇଥିବା ଆକାଉଣ୍ଟରୁ ପ୍ରତିମାସରେ ଏକ ନିର୍ଦ୍ଧାରିତ 20 ଟଙ୍କା ଲେଖାଏଁ କାଟିଦେଉଛି । ଏହି ଚାର୍ଜ ମାସକୁ 4ଟି ନେଣଦେଣରୁ ଅଧିକ ହେଲେ କାଟିଦିଆଯାଉଛି । ଏମିତିରେ ଡିଜିଟାଲ ନେଣଦେଣ କରିବା ଗ୍ରାହକଙ୍କୁ ବହୁତ ମହଙ୍ଗା ପଡ଼ୁଛି । ଏହି ଚକ୍କରରେ ତାଙ୍କ ଆକାଉଣ୍ଟରୁ ବହୁତ ଟଙ୍କା କାଟିଦିଆଯାଉଛି ।

ଆଇଆଇଟି ବମ୍ବେର ଗଣିତ ବିଭାଗର ଏକ ପ୍ରଫେସର ଆଶିଷ ଦାସ ନିଜ ରିପୋର୍ଟରେ କେତେକ ଖୁଲାସା କରିଦେଇଛନ୍ତି । ସେ କହିଛନ୍ତି, କେମିତି ବ୍ୟାଙ୍କ ମାନଙ୍କ ଦ୍ୱାରା ଦ୍ବିତୀୟ ରେଗୁଲାର ବ୍ୟାଙ୍କ ଆକାଉଣ୍ଟର ତୁଳନା BSBDA ସହିତ ତୁଳନା କରାଯାଉଛି । ବିଶେଷକରି ଡେବିଟ ଟ୍ରାଞ୍ଜକ୍ସନ କେସରେ ଭେଦଭାବ ସଫା ସଫା ଦେଖିବାକୁ ମିଳିଛି ।

ଆଶିଷ ଦାସ ଏକ ଷ୍ଟଡି ମାଧ୍ୟମରୁ ପାଇଛନ୍ତି ଯେ, BSBDA ରେ ପ୍ରତ୍ୟେକ ମାସ 4ରୁ ଅଧିକ ଡେବିଟ ହେବାମାତ୍ରକେ 17.7 ଟଙ୍କା କାଟିଦିଆଯାଉଛି । ଏକ ଅନୁମାନ ଆଧାରରୁ ମିଳିଛି କି, ଏସବିଆଇ 2015 ରୁ 2020 ମଧ୍ୟରେ 12 କୋଟି ଆକାଉଣ୍ଟରୁ ପ୍ରାୟ 300 କୋଟି ଚାର୍ଜ କରିଛି ।

ସେହିପରି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ 9.9 କୋଟି ବସୁଲ କରିଥିବା ବେଳେ, ଆଇଡିବିଆଇ ବ୍ୟାଙ୍କ ନନ କ୍ୟାଶ ଡେବିଟ ଉପରେ 20 ଟଙ୍କା ଚାର୍ଜ କରୁଛି ।

ଏହି ସମସ୍ୟା BSBDA ସହିତ ସେତେବେଳେ ଦେଖାଦେଲା ଯେତେବେଳେ ପ୍ରତିମାସରେ 4 ଥରରୁ ଅଧିମ ଟଙ୍କା ଉଠାଇବାରେ ହୋଇଥିଲା । ଏହାପରେ ବ୍ୟାଙ୍କ ମାନଙ୍କ ଦ୍ୱାରା UPI ଓ rupay ମାଧ୍ୟମରୁ ଟଙ୍କା କାଢ଼ିବା ଆରମ୍ଭ କରିଦିଆଗଲା ।

RBI ନିୟମ ମୁତବିମ, ବ୍ୟାଙ୍କ ଏହିପରି କରିପାରିବନାହିଁ । ସେହିପରି କିଛି ବ୍ୟାଙ୍କ ଏମିତି ରହିଛନ୍ତି ଯିଏକି 4 ଥର ଟଙ୍କା ନେଣଦେଣ ହେବାପରେ ଆକାଉଣ୍ଟକୁ ଫ୍ରିଜ କରିଦେଇଥାନ୍ତି । ଏହି ସମସ୍ୟାକୁ ସମାଧାନ କରିବା ପାଇଁ RBI ବ୍ୟାଙ୍କ ଗୁଡ଼ିକୁ କହିଥିଲେ କି, ସେମାନେ 4 ରୁ ଅଧିକ ଡେବିଟ ହେବାପରେ ଚାର୍ଜ ନେଇପାରିବେ । ସେବେଠାରୁ 19 ଜାନୁଆରୀ 2019 ରୁ ଏହି ନିୟମ ଆରମ୍ଭ ହୋଇଗଲା ।

ଏହି ମାମଲାରେ ଆପଣଙ୍କର କଣ ରାୟ ରହିଛି ଆମକୁ କମେଣ୍ଟ ଜରିଆରେ କୁହନ୍ତୁ । BSBDA ଗ୍ରାହକଙ୍କ ସହିତ ଏମିତି କରିବା ଉଚିତ କି ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *