ଆଇପିଏଲ ୨୦୨୧ : ଛକା ମାରି ମାରି ଗେଲ ରଚିଲେ ଆଉ ଏକ ନୂଆ କୀର୍ତ୍ତିମାନ,ଜାଣନ୍ତୁ ତାଙ୍କ ରେକର୍ଡ ବିଷୟରେ

ପଞ୍ଜାବ କିଙ୍ଗସର ବାମହାତୀ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଆଇପିଏଲ 2021 ରେ ନିଜର ପ୍ରଥମ ମ୍ୟାଚରେ ଛକା ମାରି ନୂଆ କୀର୍ତ୍ତିମାନ ରଚିଛନ୍ତି । 41 ବର୍ଷୀୟ ଗେଲ 350ଟି ଛକା ମାରିବାରେ ଆଇପିଏଲରେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଗଲେ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ହୋଇଥିବା ରାଜସ୍ଥାନ ବିପକ୍ଷ ଏହି ମ୍ୟାଚରେ ସେ ଉପଲବ୍ଧି ହାସଲ କରିଛନ୍ତି । ଗେଲ ଅଷ୍ଟମ ଓଭରରେ ବେନ ଷ୍ଟୋକସ ବଲକୁ ସ୍କୋୟାର ଲେଗରେ ଖେଳି ଏହି କୀର୍ତ୍ତିମାନ ହାସଲ କରିଥିଲେ ।

ଆପଣଙ୍କୁ ଜଣାଇଦେଉଛୁ କି, ଆଇପିଏଲରେ ଛକା ମାରିବାରେ ଏବି ଡିଭିଲିୟର୍ସ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେ 157 ପାଳିରୁ 237 ଛକା ମାରିସାରିଛନ୍ତି । ସେହିପରି ତୃତୀୟରେ ଧୋନୀ 216 ଛକା ମାରିଛନ୍ତି ।

ମ୍ୟାଚରେ ଗେଲ ଙ୍କ ପ୍ରଦର୍ଶନ କଥା କହିବାକୁ ଗଲେ, ସେ ମାତ୍ର 28 ବଲରୁ 40 ରନ କରିଥିଲେ । ଏହାମଧ୍ୟରେ ସେ ଚାରି ଚୌକା ଓ ଦୁଇଟି ଛକା ମାରିଥିଲେ । ସେ ରାହୁଲଙ୍କ ସହ ମିଶି ଦ୍ବିତୀୟ ଉଇକେଟରେ ଅର୍ଧଶତକୀୟ ଭାଗିଦାରୀ କରିଥିଲେ ।

ଜଣାଇଦେଉଛୁ କି, ଆଇପିଏଲରେ 133 ମୁକାବିଲା ଖେଳିସାରିଛନ୍ତି । ସେ ଅନେକ ଦଳ ତରଫରୁ ଖେଳି 4801 ରନ କରିଛନ୍ତି । ସେ ଏହି ରନ 48.38 ହାରରେ 150 ଷ୍ଟ୍ରାଇକରେଟ ରେ ହାସଲ କରିଥିଲେ । ଗେଲଙ୍କ ନାମରେ 6 ଶତକ ଓ 31 ଅର୍ଧଶତକ ସାମିଲ ରହିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *