ଚେତନ ସକାରିୟା : ଆଇପିଏଲର ପ୍ରଥମ ମ୍ୟାଚରେ କଲେ କମାଲ,ପିତା ଥିଲେ ଡ୍ରାଇଭର ଓ ଆଉ ବଡ଼ଭାଇ ଅଳ୍ପଦିନ ତଳେ କରିଥିଲେ ଆ-ତ୍ମ-ହ-ତ୍ୟା,ଜାଣନ୍ତୁ ଚେତନଙ୍କ ସଂଘର୍ଷର କାହାଣୀ ବିଷୟରେ

ସୌରାଷ୍ଟ୍ରର ଦ୍ରୁତ ବୋଲର ଚେତନ ସକାରିୟା ଆଇପିଏଲରେ ଗତକାଲି ରାଜସ୍ଥାନ ରୟାଲସ ପାଇଁ ଡେବ୍ୟୁ କରିଥିଲେ । ନିଜର ପ୍ରଥମ ଆଇପିଏଲ ମ୍ୟାଚ ଖେଳୁଥିବା ଚେତନ ଦଳ ପାଇଁ ପ୍ରଥମେ ବୋଲିଂ କରିଥିଲେ ଓ ସେ 3 ଟି ମୂଲ୍ୟବାନ ଉଇକେଟ ମଧ୍ୟ ଅକ୍ତିଆର କରିଥିଲେ । ସେ ନିଜର ଦ୍ବିତୀୟ ଓଭରରେ ମୟଙ୍କ ଅଗ୍ରୱାଲଙ୍କ ଉଇକେଟ ନେଇ ଦଳକୁ ସଫଳତା ଦେଇଥିଲେ । ଏହାପରେ ପାଳିର ଶେଷ ଓଭରରେ ସେ ପଞ୍ଜାବ ଅଧିନାୟକ କେଏଲ ରାହୁଲ ଓ ରିଚାର୍ଡସନଙ୍କୁ ଆଉଟ କରିଦେଇଥିଲେ ।

ସକାରିୟା 4 ଓଭର ବୋଲିଂ କରି 31 ରନ ଦେଇ 3ଟି ଉଇକେଟ ନେଇଥିଲେ । ଏହିସମୟରେ ତାଙ୍କର ଇକୋନୋମି 7.75 ରହିଥିଲା । ବୋଲିଂ ସହିତ ସେ ସୁନ୍ଦର କ୍ଷେତ୍ରରକ୍ଷଣ ମଧ୍ୟ କରିଥିଲେ, ସେ ନିକୋଲାସ ପୂରଣଙ୍କ ଏକ କ୍ୟାଚ ମଧ୍ୟ ନେଇଥିଲେ । ରାଜସ୍ଥାନ ରୟାଲସ ତାଙ୍କୁ 1.2 କୋଟି ଟଙ୍କାରେ କିଣିଥିଲା । ଏପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଚେତନଙ୍କ ଯାତ୍ରା ବହୁତ କଠିନ ଥିଲା । ତାଙ୍କର ପରିବାର ଆର୍ଥିକ ଅଭାବରେ ଚଳୁଥିଲା, କିନ୍ତୁ ତାଙ୍କର ସ୍ୱପ୍ନ ଆଗରେ କୌଣସି ବାଧା ରହିନଥିଲା ।

ଟେମ୍ପୁ ଚଳାଉଥିଲେ ଚେତନଙ୍କ ପିତା :-

ଚେତନଙ୍କ ପିତା ଗୁଜୁରାଟ ର ବରତେଜ ଠାରେ ଏକ ଟେମ୍ପୁ ଚାଳକ ଥିଲେ । ଦୁଇବର୍ଷ ପୂର୍ବରୁ ସେ ଏହିକାମ ଛାଡି ଦେଇଥିଲେ । ପାଞ୍ଚବର୍ଷ ପୂର୍ବରୁ ଚେତନଙ୍କ ଘରେ ଟେଲିଭିଜନ ନଥିଲା ମ୍ୟାଚ ଦେଖିବାକୁ ସେ ନିଜର ବନ୍ଧୁଙ୍କ ଘରକୁ ଯାଉଥିଲେ । ଚେତନଙ୍କ ସଂଘର୍ଷକୁ ଦେଖି ଆମକୁ ଶିକ୍ଷା ମିଳିଲା କି, ଯଦି ଆପଣ ଆପଣଙ୍କ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ କୌଣସି ବାଧା ବିଘ୍ନ ଅଟକାଇ ପାରିବନାହିଁ ।

ଏହିବର୍ଷ ଜାନୁଆରୀ ମାସରେ ତାଙ୍କର ଭାଇ ଆତ୍ମହତ୍ୟା କରିଥିଲେ :-

ଚେତନଙ୍କ ଛୋଟ ଭାଇ ରାହୁଲ ଏହିବର୍ଷ ଜାନୁଆରୀ ମାସରେ ଆତ୍ମହତ୍ୟା କରିଥିଲା । ସେହି ସମୟରେ ଚେତନ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଖେଳୁଥିଲେ ଓ ଏହିବିଷୟରେ ତାଙ୍କୁ କିଛି ଜଣାନଥିଲା । ଯେତେବେଳେ ଚେତନ ଘରକୁ ଫେରିଥିଲେ ତାଙ୍କ ଘର ଲୋକ କିଛିଦିନ ପରେ ତାଙ୍କୁ ଏହିକଥା କହିଥିଲେ। ଚେତନ କୁହନ୍ତି, ଆଜି ଯଦି ତାଙ୍କ ଭାଇ ଥାନ୍ତା ତାହେଲେ ତାଙ୍କୁ ବହୁତ ଖୁସି ହୋଇଥାନ୍ତା । ଚେତନଙ୍କ ସହିତ ଯାହା ହୋଇଥିଲା , ଏହାର କଷ୍ଟ କେବଳ ସେ ଓ ତାଙ୍କ ଘରଲୋକ ହିଁ ଜାଣିଛନ୍ତି ।

ସାରା ଦୁନିଆକୁ ନିଜର ବୋଲିଂର ଦମ ଦେଖାଇବାକୁ ପ୍ରସ୍ତୁତ :-

ବିଗତବର୍ଷ ଆଇପିଏଲ 2020 ୟୁଏଇରେ ଖେଳାଯାଇଥିଲା ଓ ସେଠାରେ ଚେତନ ରୟାଲ ଚଲେଞ୍ଜର୍ସ ବାଙ୍ଗାଲୋର ସହିତ ନେଟ ବୋଲର ଭାବରେ ଥିଲେ । ନିଜର ବୋଲିଂରେ ସେ ବାଙ୍ଗାଲୋର କୋଚ୍ କାଟିଚ ଓ ମାଇକ ହାସନଙ୍କୁ ପ୍ରଭାବିତ କରିଥିଲେ । ଚେତନ ଏହାପରେ କହିଥିଲେ, ଯେତେବେଳେ ତାଙ୍କୁ ଟଙ୍କା ମିଳିବ ସେ ଏକ ଭଲ କଲୋନୀରେ ପ୍ରଥମେ ଘର ଖୋଜିବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *