ସାତଘେରା ମାରିବା ପରେ ବାଥରୁମକୁ ଗଲା କନ୍ୟା, ତା’ପଛରେ ପଣ୍ଡିତ ମଧ୍ୟ ଚାଲିଗଲା,ତା’ ପରେ ଯାହା ହେଲା ସେସବୁ ଦେଖି ବର ହେଲା ଆଶ୍ଚର୍ଯ୍ୟ,ଜାଣନ୍ତୁ ପୁରା ଘଟଣା

ବିବାହର ରୀତିନୀତି ସମୟରେ ସାତଥର ବୁଲିବା ନୀତି ବହୁତ ମହତ୍ଵପୂର୍ଣ୍ଣ ହୋଇଥାଏ | ସାଧାରତଃ ହିନ୍ଦୁ ରୀତିନୀତି ସହିତ ବିବାହ କଲେ ବର କନ୍ୟା ଏକାଠି ସାତଥର ବୁଲିଥାନ୍ତି | କିନ୍ତୁ ମୁଜଫଫରନଗରରେ ହୋଇଥିବା ବିବାହରେ ସେତେବେଳେ ହଙ୍ଗାମା ହେଲା, ଯେତେବେଳେ କନ୍ୟା ଚାରିଥର ବୁଲିବାପରେ ଆଉ ଆସିନଥିଲେ | ବର ଏବଂ ତାଙ୍କ ପରିବାର ଲୋକେ ବହୁ ସମୟ ଧରି କନ୍ୟାକୁ ଅପେକ୍ଷା କରିରହିଲେ | କିନ୍ତୁ ତାପରେ ସେ ଯେଉଁ କଥା ଜାଣିବାକୁ ପାଇଲେ, ତାକୁ ଶୁଣି ତାଙ୍କ ପାଦ ତଳୁ ମାଟି ଖସିଗଲା |

ବାସ୍ତବରେ ମୁଜଫଫରନଗରର ମୋହମ୍ମଦପୁର ଗୁମିର ବାସିନ୍ଦା ଦେବେନ୍ଦ୍ର ଏକ ଲକ୍ଷ ଟଙ୍କା ଦେଇ ନିଜର ବିବାହ ଜଣେ ଯୁବତୀଙ୍କ ସହିତ ସ୍ଥିର କରିଥିଲେ | ଏହି ବିବାହ ପ୍ରସ୍ତାବ ତାଙ୍କର ଜଣେ ମୋଦିନଗର ବାସିନ୍ଦା ପରିଚିତ ପ୍ରଦୀପ ନାମକ ବ୍ୟକ୍ତି କରାଇଥିଲେ | ପ୍ରଦୀପ ହିଁ ଏହି ପ୍ରସ୍ତାବ ନେଇ ଆସିଥିଲେ | ସେ କହିଥିଲେ ଯେ ଗୋଟିଏ ପରିବାର ଅଛି , ଯେଉଁମାନେ ନିଜ ଝିଅର ବିବାହ କରାଇବାକୁ ଚାହୁଁଛନ୍ତି | ତେବେ ଏହି ବିବାହ ବଦଳରେ ସେମାନେ ଏକ ଲକ୍ଷ ଟଙ୍କା ମାଗିଛନ୍ତି |

ପ୍ରଦୀପଙ୍କ କଥା ଶୁଣି ଦେବେନ୍ଦ୍ର ବିବାହ ପାଇଁ ହଁ କରିଦେଲେ | ତାଙ୍କ ପାଖକୁ ହ୍ଵାଟ୍ସଆପରେ ଯୁବତୀଙ୍କର ଫଟୋ ମଧ୍ୟ ଆସିଥିଲା | ଫଟୋକୁ ଦେଖି ସେ ପ୍ରଥମ ନଜରରେ ହିଁ ହଁ କହିଦେଇଥିଲେ | ବିବାହ ପରତାପୂରର ଭୂଡ଼ବରାଳ ଗ୍ରାମରେ ସ୍ଥିର ହେଲା | ଗତ ରବିବାର ଦିନ ଦ୍ୱିପ୍ରହରରେ ଦେବେନ୍ଦ୍ର ଏବଂ ତାଙ୍କର ଚାରିଜଣ ପରିବାର ଲୋକେ ବିବାହ ପାଇଁ ଭୂଡ଼ବରାଳ ଗ୍ରାମର ଏକ ମନ୍ଦିରରେ ଯାଇ ପହଞ୍ଚିଲେ |

ମୋହିଉଦ୍ଦିନପୁର ବାଗ ନିକଟରେ ଅବସ୍ଥିତ ଏହି ମନ୍ଦିରରେ ବିବାହ ରୀତିନୀତି ଆରମ୍ଭ ହେଲା | ଝିଅପକ୍ଷରୁ ତିନିଜଣ ଲୋକ ଆସିଥିଲେ | ଦେବେନ୍ଦ୍ର ତାଙ୍କର ଅଳଙ୍କାର ଝିଅକୁ ପିନ୍ଧାଇ ଦେଇଥିଲେ | ଏହା ପରେ ଚାରିଥର ଅଗ୍ନିକୁଣ୍ଡ ଚାରିପଟେ ବୁଲିଥିଲେ | ଝିଅପକ୍ଷ ବରପକ୍ଷଙ୍କ ଠାରୁ ପୂର୍ବରୁ ନିର୍ଦ୍ଧାରିତ ରାଶି (ଏକ ଲକ୍ଷ ଟଙ୍କା) ମାଗି ନେଇଗଲେ | ଏହାପରେ ଝିଅ ବାଥରୁମ ଯିବାକୁ ବାହାନା କରି କୁଆଡେ ପଳାଇଲା |

ଯେତେବେଳେ କନ୍ୟା ଆଉ ଫେରି ନଥିଲା ସେତେବେଳେ ବହୁତ ଡେରି ହୋଇଯାଇଥିଲା, ତେଣୁ ତାଙ୍କ ମାଉସୀ ଏବଂ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ଖୋଜିବା ବାହାନା କରି ବାହାରକୁ ବାହାରିଗଲେ | କେବଳ ଏତିକି ନୁହେଁ, ବିବାହ କରିଥିବା ପଣ୍ଡିତ ମଧ୍ୟ ସମସ୍ତଙ୍କୁ ଖୋଜିବାର ବାହାନା କରି ସେଠାରୁ ପଳାଇ ଯାଇଥିଲେ | ବର୍ତ୍ତମାନ ବରର ସମସ୍ତ ଅଳଙ୍କାର ଏବଂ ଏକ ଲକ୍ଷ ଟଙ୍କାର ରାଶି ଝିଅପକ୍ଷ ଲୋକମାନଙ୍କ ପାଖରେ ଥିଲା | କିନ୍ତୁ କନ୍ୟା ଫେରି ଆସିବାର କୌଣସି ଖବର ନଥିଲା | ବହୁତ ସମୟ ଅପେକ୍ଷା କରିବା ପରେ ବର ମୁଣ୍ଡରେ ବୁଦ୍ଧି ପଶିଲା | ସେ ଅନୁଭବ କଲେ ଯେ ଏହା ଏକ ଠକେଇ ମାମଲା ଅଟେ |

ଏଭଳି ପରିସ୍ଥିତିରେ ବର ଏବଂ ତାଙ୍କ ପରିବାର ଲୋକେ ପରତାପୂରର ପୋଲିସ ଷ୍ଟେସନରେ ପହଞ୍ଚିଲେ ଏବଂ ଅଭିଯୋଗ କରିଥିଲେ | ସେ ପୋ-ଲି-ସକୁ ଝିଅର ଫଟୋ ମଧ୍ୟ ଦେଖାଇଲେ | ଇନ୍ସପେକ୍ଟର ପରତାପୂର ନଜିର ଖାନଙ୍କ ଅନୁଯାୟୀ, ବରପକ୍ଷରୁ ଦିଆଯାଇଥିବା ମୋବାଇଲ ନମ୍ବରର ଆଧାରରେ ଯାଞ୍ଚ କରାଯାଉଛି | ଯାଞ୍ଚ ପରେ ପୋ-ଲି-ସ ଖୁବ ଶୀଘ୍ର ଅ-ଭି-ଯୁ-କ୍ତ-ମାନଙ୍କୁ ଖୋଜିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *