ତରଭୁଜର ସାଇଡ ଇଫେକ୍ଟ : ଗରମରେ ଅଧିକ ତରଭୁଜ ଖାଇବାର ୭ଟି ବଡ଼ କ୍ଷତି,ଜାଣନ୍ତୁ ସମସ୍ତ କ୍ଷତି ବିଷୟରେ

ଗରମ ଆସିବା ମାତ୍ରେ ବଜାରରେ ତରଭୁଜର ଆବଶ୍ୟକତା ବଢିଯାଏ। ଗରମରେ ତରଭୁଜକୁ ସବୁଠୁ ଅଧିକ ଖାଇଥାନ୍ତି। ଏହା ଶରୀରକୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରେ। ଏଥିରେ ପାଖାପାଖି ୯୨ପ୍ରତିଶତ ପାଣିର ଅଂଶ ଥାଏ। ଗରମରେ ତରଭୁଜକୁ ସେବନ କରିବା କୌଣସି ବରଦାନଠାରୁ କମ ନୁହେଁ କିନ୍ତୁ କଣ ଆପଣ ଜାଣିଛନ୍ତିକି ଅଧିକ ମାତ୍ରାରେ ତରଭୁଜ ଖାଇବା ଦ୍ଵାରା ଶରୀରରେ କ୍ଷତି ପହଞ୍ଚିପାରେ। ଆସନ୍ତୁ ଜାଣିବା ଏହାଦ୍ବାରା ହେଉଥିବା ସମସ୍ଯା ବିଷୟରେ…

ତରଭୁଜ ଏକ ମିଠା ଫଳ ଅଟେ। ଏଥିରେ ନେଚୁରାଲ ସୁଗାର ବହୁତ ମାତ୍ରାରେ ଥାଏ। ଡାଇଭେଟିସ ରୋଗୀଙ୍କୁ ତରଭୁଜ ଖାଇବା ଉଚିତ ନୁହେଁ। ତରଭୁଜ ବ୍ଲଡ଼ ସୁଗାର ଲେବଲକୁ ବଢିବାରେ କାମ କରିଥାଏ। ତରଭୁଜ ଶରୀର ପାଇଁ ଅନେକ ଲାଭଦାୟକ ଅଟେ, କିନ୍ତୁ ଉଚ୍ଚ ଗ୍ଲାଇସୋମିକ ଇଣ୍ଡେକ୍ସ(୭୨) ଥାଏ। ଏଥିପାଇଁ ଡାଇଭେଟିସର ରୋଗୀଙ୍କୁ ତରଭୁଜ ଖାଇବା ପୂର୍ବରୁ ଡାକ୍ତରଙ୍କର ପରାମର୍ଶ ନେବା ଉଚିତ।

ତରଭୁଜ ପୋଟାସିୟମର ରିଚ ସୋର୍ସ ମନାଯାଏ ଯାହାକି ଶରୀରକୁ ସ୍ଵସ୍ଥ ରଖିବାରେ ମହତ୍ଵପୂର୍ଣ ଭୂମିକା ନିଭାଇଥାଏ। ଏହା ଇଲେକ୍ଟ୍ରୋଲାଇଟ ଫକ୍ସନକୁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ। ହୃଦୟକୁ ସ୍ଵସ୍ଥ ରଖିବା ସହିତ ହାଡ ଓ ମାଂସପେଶୀ ଆଦିକୁ ଆଢ୍ୟ ମଜବୁତ କରିଥାଏ। ବହୁତ ଅଧିକ ପୋଟାସିୟମ ହୃଦୟ ସମସ୍ଯା, ଯେପରିକି ଅନିୟମିତ ହାର୍ଟ-ବିଟ, ବିକ ପଲ୍ସ ରେଟ ଅଡିକୁ ଜନ୍ମ ଦେଇପାରେ। ଏଥିପାଇଁ ସନ୍ତୁଳିତ ମାତ୍ରାରେ ତରଭୁଜ ଖାଇବା ଉଚିତ।

ତରଭୁଜରେ ପାଣି ଓ ଡାଇଟରି ଫାଇବର ଭରପୁର ମାତ୍ରାରେ ମିଳିଥାଏ। କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଲି ପେଟରେ ଜଡ଼ିତ ସମସ୍ୟା ହୋଇପାରେ। ତରଭୁଜରେ ସୋବିର୍ଟୋଲ ନାମକ ସୁଗାର କପାଉଣ୍ଡ ଥାଏ ଯାହା କାରଣରୁ ଦସ୍ତ, ପେଟ ଫୁଲିଯିବା, ଗ୍ୟାସ ପରି ସମସ୍ୟା ହୋଇପାରେ।

ନିୟମିତ ରୂପରେ ମଦ ପିଉଥିବା ବ୍ୟକ୍ତିଙ୍କୁ ଅଧିକ ମାତ୍ରାରେ ତରଭୁଜ ସେବନ କରିବା ଅନୁଚିତ୍। ତରଭୁଜରେ ଲାଇକୋପିନ ଅଧିକ ମାତ୍ରାରେ ଥାଏ ଯାହାକି ମଦ ସହିତ ଅଧିକ ପ୍ରତିକ୍ରିୟା କରିପାରେ। ଏହାଦ୍ବାରା ଲିଭରରେ ବଥା ପରି ବିପଦ ଆସିପାରେ।

ଓଭର ଡାଇଡ୍ରେସନ ଏମିତି ଏକ ସ୍ଥିତି ଅଟେ ଯେତେବେଳେ ଆପଣଙ୍କ ଶରୀରରେ ପାଣିର ମାତ୍ରା ଅଧିକ ହୋଇଯାଏ। ଏହାଦ୍ବାରା ସୋଡ଼ିୟମ ସ୍ତର କମିଯାଏ। ତରଭୁଜକୁ ଅଧିକ ମାତ୍ରାରେ ସେବନ କରିବା ଦ୍ଵାରା ଶରୀରରେ ପାଣିର ସ୍ତର ବଢିପାରେ। ଯଦି ଶରୀରର ଅତିରିକ୍ତ ପାଣି ବାହାର ନକରାଯାଏ ତେବେ ରକ୍ତର ମାତ୍ରାର ବୃଦ୍ଧିର କାରଣ ହୋଇପାରେ। ଏହାଦ୍ବାରା ଗୋଡ଼ରେ ଫୁଲା, ଥକା, କମଜୋର ଲାଗିବା ପରି ଅନେକ ସମସ୍ୟା ହୋଇପାରେ।

ନ୍ୟୁଟ୍ରିସନିଷ୍ଟଙ୍କ ଅନୁସାରେ, ୧୦୦ ଗ୍ରାମ ତରଭୁଜରେ ପାଖାପାଖି ୩୦ଗ୍ରାମ କ୍ୟାଲୋରୀ ରହିଥାଏ। ପାଣିର ମାତ୍ରା ଅଧିକ ହେବା କାରଣରୁ ଏହା ଖାଇବାରେ ହାଲୁକା ହୋଇଥାଏ ଓ ଆପଣ ପରିପୂର୍ଣ୍ଣ ଅନୁଭବ କରନ୍ତି ନାହିଁ। ଏକ୍ସପୋର୍ଟଙ୍କ ଅନୁସାରେ ଜଣେ ବ୍ୟକ୍ତିଙ୍କୁ ଦିନସାରାରେ ୩୦୦ଗ୍ରାମ ତରଭୁଜ ସେବନ କରିବା ଉଚିତ।

ତରଭୁଜ ଖାଇବା ଶରୀର ପାଇଁ କ୍ଷତିକାରକ ନୁହେଁ, କିନ୍ତୁ କୌଣସି ଜିନିଷକୁ ଅଧିକ ଖାଇବା ତାହା ହାନିକାରକ ହୋଇପାରେ। ଏଥିପାଇଁ ସୀମିତ ମାତ୍ରାରେ ତରଭୁଜ ଖାନ୍ତୁ ଓ ଆପଣ ସ୍ଵସ୍ଥ ଓ ହାଇଡ୍ରେଟ ରୁହନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *