ଏହି ଖେଳାଳି ମାନେ ନିଜ ଦମରେ ଦଳକୁ ଭେତିଦେଇଥିଲେ ଆଇପିଏଲ ଟ୍ରଫି କିନ୍ତୁ ଆଜି ଦଳ ତଥା ମାଲିକମାନେ ତାଙ୍କୁ ଭୁଲି ଯାଇଛନ୍ତି

ଆଇପିଏଲ 2021 ବର୍ତ୍ତମାନ ଆରମ୍ଭ ହୋଇସାରିଛି । କେତେକ ଖେଳାଳି ଅକ୍ସନରେ ବିକ୍ରି ହୋଇଥିବା ବେଳେ ଅନ୍ୟ କେତେକ ଖେଳାଳି ଅନସୋଲଡ଼ ରହିଯାଇଛନ୍ତି । ପ୍ରଥମ ଚାରୋଟି ଆଇପିଏଲ ମ୍ୟାଚରେ କିଛି ଖେଳାଳି ଥିଲେ ଯିଏକି ହୁଏତ କିଛି ସିଜିନ ନିଜ ଦଳ ପାଇଁ ଖେଳିଥିଲେ ଏହାସତ୍ତ୍ୱେ ମଧ୍ୟ ଅଳ୍ପ ମ୍ୟାଚ ଖେଳି ସେ ନିଜ ଦଳକୁ ଫାଇନାଲ୍ ପର୍ଯ୍ୟନ୍ତ ନେଇଯାଇଥିଲେ । ଆସନ୍ତି ଜାଣିବା ସେହି ଖେଳାଳିଙ୍କ ସମ୍ପର୍କରେ ।

ସ୍ୱପ୍ନିଲ ଅନୋଦକର :-

ରାଜସ୍ଥାନ ରୟାଲସ 2008 ରେ ଆଇପିଏଲର ପ୍ରାରମ୍ଭ ସିଜିନରେ ସେନ ୱର୍ନଙ୍କ ଅଧିନାୟକତ୍ୱରେ ପ୍ରଥମଥର ଟ୍ରଫି ଜିତିଥିଲା । ଏହି ବିଜୟରେ ଦଳର ବ୍ୟାଟ୍ସମ୍ୟାନ ସ୍ୱପ୍ନିଲ ଆନୋଦକରଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ସେ ଗ୍ରୀମ ସ୍ମିଥଙ୍କ ସହିତ ଓପନିଂ କରି ବହୁତ ଭଲ ରନ କରିଥିଲେ। ସେ ମୋଟ 9ଟି ମ୍ୟାଚରୁ 133 ଷ୍ଟ୍ରାଇକରେଟ ସହିତ 311 ରନ କରିଥିଲେ ।

ପଲ ଚନ୍ଦ୍ରଶେଖର ଭାଲଥାଟି :-

ପଲ ଭାଲଥାଟି ଡାହାଣହାତୀ ବ୍ୟାଟ୍ସମ୍ୟାନ ଅଟନ୍ତି । ସେ 2011 ମସିହାରେ ଚମତ୍କାର ପ୍ରଦର୍ଶନ କରିଥିଲେ ଓ ବହୁତ ରେକର୍ଡ଼ ନିଜ ନାମରେ କରିଥିଲେ । ସେ କିଙ୍ଗସ ଇଲେଭେନ ପଞ୍ଜାବ ତରଫରୁ ଖେଳୁଥିଲେ । ପଲ ଭାଲଥାଟି ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ 63 ବଲରୁ 120 ରନ ବନାଇ ରାତାରାତି ଷ୍ଟାର ହୋଇଯାଇଥିଲେ । ସେ ଏହି ସିଜିନରେ ମୋଟ 483 ରନ କରିଥିଲେ ଓ ଏହି ସିଜିନରେ ଅଧିକ ରନ କରିବାରେ 6 ନମ୍ବର୍ ସ୍ଥାନରେ ରହିଥିଲେ । ବର୍ତ୍ତମାନ ପଲ ଭାଲଥାଟି ଆଇପିଏଲରୁ ଗାୟବ ହୋଇଯାଇଛନ୍ତି ।

ମାନବିନ୍ଦର ବିଶ୍ଲା :-

କୋଲକାତା ନାଇଟ ରାଇଡ଼ର୍ସ 2012 ମସିହାରେ ଆଇପିଏଲ ଟ୍ରଫି ଜିତିଥିଲା ଓ ଏହି ବିଜୟରେ ମାନବିନ୍ଦର ବିଶ୍ଲାଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ 2011 ରୁ 2014 ପର୍ଯ୍ୟନ୍ତ କୋଲକାତା ପାଇଁ ଖେଳି ବହୁତ ପ୍ରଶଂସା ଲୁଟିଥିଲେ। ସେ 2012 ଫାଇନାଲରେ 48 ବଲରୁ 89 ରନ କରିଥିଲେ । ସେ ଚେନ୍ନାଇର ହ୍ୟାଟ୍ରିକ ଆଇପିଏଲ ଜିତିବା ସ୍ବପ୍ନକୁ ଭାଙ୍ଗି ଦେଇଥିଲେ ।

ମାନପ୍ରୀତ ଗୋନି :-

ମାନପ୍ରୀତ ଗୋନି ପଞ୍ଜାବର ଅଟନ୍ତି ଓ ସେ ବହୁତ ଡେଙ୍ଗା ଓ ଚଉଡ଼ା ମଧ୍ୟ ଅଟନ୍ତି । ପ୍ରଥମ ସିଜିନରେ ସେ ଚେନ୍ନାଇ ତରଫରୁ ଖେଳି 17 ଉଇକେଟ ନେବାସହ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହାପରେ ସେ ଭାରତ ପାଇଁ ଖେଳିଥିଲେ । ହଙ୍ଗକଂ ଓ ବାଂଲାଦେଶ ବିପକ୍ଷରେ ଫେଲ ହେବାରୁ ତାଙ୍କର କ୍ୟାରିଅର ଶେଷ ହୋଇଯାଇଥିଲା । ଏହାପରେ 2013 ରେ ସେ କିଙ୍ଗସ ଇଲେଭେନ ପଞ୍ଜାବ ପାଇଁ ମଧ୍ୟ କିଛି ଖାଆସ କରିପାରିନଥିଲେ ଓ ଅଚାନକ ଗାୟବ ହୋଇଯାଇଥିଲେ ।

କମରାନ ଖାନ :-

ମୁମ୍ବାଇର ଏକ t-20 ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିବାପରେ କମରନଙ୍କୁ ରାଜସ୍ଥାନ ରୟାଲସରେ କଣ୍ଟ୍ରାକ୍ଟ ମିଳିଥିଲା । 2009ରେ କାମରନ ନିଜର ଅଦ୍ଭୁତ ଅନ୍ଦାଜରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଏହାପରେ ତାଙ୍କର ଆକ୍ସନକୁ ନେଇ ପ୍ରଶ୍ନ ଉଠିବାପରେ ତାଙ୍କୁ ଖେଳାଯାଇନଥିଲା ଓ ଏହାପରେ 2011 ମସିହାରେ ସେ ସାହାରା ପୁନେ ୱାରିୟାର୍ସ ଇଣ୍ଡିଆ ପାଇଁ ଖେଳିଥିଲେ କିନ୍ତୁ ବିଫଳ ହୋଇଥିଲେ । ଏହାପରେ ତାଙ୍କୁ ଆଉ ପଡିଆରେ ଦେଖିବାକୁ ମିଳିନଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *