ଅଜବ ପ୍ରଶ୍ନ : ଘଣ୍ଟା ସବୁବେଳେ ବାମ ହାତରେ କାହିଁକି ପିନ୍ଧା ଯାଇଥାଏ,ଆପଣ ଏ ବିଷୟରେ କେବେ ଚିନ୍ତା କରିଛନ୍ତି କି ?

ଅନେକ ଥର ବସି ବସି ଆମ ମନରେ ପ୍ରାୟ ଅଜବ ପ୍ରକାରର ପ୍ରଶ୍ନ ଉଠିଥାଏ | ବିଶେଷକରି ଯେତେବେଳେ ଲକଡାଉନ କାରଣରୁ କୌଣସି କାମ କରିବାକୁ ନଥାଏ, ସେତେବେଳେ ଏହିପରି ପ୍ରଶ୍ନ ସଂଖ୍ୟା ମଧ୍ୟ ବଢି ଯାଇଥାଏ | ଏହିପରି ଗୋଟିଏ ପ୍ରଶ୍ନ ହେଉଛି ଆମେ ସବୁବେଳେ କାହିଁକି କେବଳ ବାମ ହାତରେ ହିଁ ଘଣ୍ଟା ପିନ୍ଧିଥାଉ | ଯେତେବେଳେ କି ଆମମାନଙ୍କ ମଧ୍ୟରୁ ଅଧିକାଂଶ ବାକି ସବୁ କାମ କରିବାପାଇଁ ଡାହାଣ ହାତର ବ୍ୟବହାର କରିଥାନ୍ତି |

ବାସ୍ତବରେ ଏହି ପ୍ରଶ୍ନର ଉତ୍ତରରେ ଅଲଗା ଅଲଗା ଯୁକ୍ତି ଦିଆଯାଇଥାଏ | କିଛି ଲୋକ କହୁଛନ୍ତି ଯେ ପ୍ରଥମେ ଘଣ୍ଟାଗୁଡ଼ିକ ଚେନରେ ବାନ୍ଧି କୋଟର ପକେଟରେ ରଖାଯାଉଥିଲା | କିନ୍ତୁ ଯେତେବେଳେ ଘଣ୍ଟା ପାଇଁ ନୂତନ ଜାଗା ଭାବରେ ହାତକୁ ବଚ୍ଛାଗଲା, ସେତେବେଳେ ଡାହାଣ ହାତରେ କାମ କରୁଥିବା ଲୋକମାନଙ୍କୁ ନିଜ କାମ କିଛି ସେକେଣ୍ଡ ପାଇଁ ବନ୍ଦ କରିବାକୁ ପଡୁଥିଲା, ଯାହା ଦ୍ୱାରା କାମ କରିବାର ଗତି ବିଗିଡି ଯାଉଥିଲା | ଏହା ବିଶେଷ ଭାବରେ ଛାତ୍ରମାନଙ୍କୁ ଅଧିକ ଅସୁବିଧାରେ ପକାଉଥିଲା, ତାହା ମଧ୍ୟ ସେତେବେଳେ; ଯେତେବେଳେ ସେମାନେ ପରୀକ୍ଷା ଦେଉଥାନ୍ତି | ତେଣୁ ଘଣ୍ଟାକୁ ଡାହାଣ ହାତ ବଦଳରେ ବାମ ହାତରେ ପିନ୍ଧିବାର ଧାରା ଆରମ୍ଭ ହେଲା |

ସେହିପରି ଆଉ କିଛି ଲୋକ କୁହନ୍ତି ଯେ ଡାହାଣ ହାତରେ ଅଧିକ କାମ କରିବା କାରଣରୁ ଅନ୍ୟ ବସ୍ତୁ ଟେବୁଲ ଭଳି ଧକ୍କା ହେବାର ସମ୍ଭାବନା ବଢ଼ିଯାଇଥାଏ | ଏଥିପାଇଁ ଘଣ୍ଟାଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ତା’ର ବନ୍ଧା ଯାଉଥିବା ସ୍ଥାନକୁ ବଦଳାଗଲା |

କିନ୍ତୁ ଏହି ପ୍ରଶ୍ନର ସବୁଠାରୁ ବ୍ୟବହାରିକ ଉତ୍ତରଗୁଡ଼ିକରୁ ଏହା ମଧ୍ୟ ଯେ ପ୍ରାୟତଃ ବାମ ହାତରୁ ଡାହାଣ ହାତରେ ଘଣ୍ଟା ବାନ୍ଧିବାରେ ବହୁତ ଅସୁବିଧାକୁ ସାମ୍ନା କରିବାକୁ ପଡିଥାଏ | ଏହାସହିତ ଘଣ୍ଟା ଖସିଯାଇ ନଷ୍ଟ ହେବାର ସମ୍ଭାବନା ମଧ୍ୟ ରହିଛି | କିନ୍ତୁ ଡାହାଣ ହାତ ଅପେକ୍ଷା ବାମ ହାତରେ ଘଣ୍ଟା ବାନ୍ଧିବାରେ ଏତେ ଅସୁବିଧାର ସାମ୍ନା କରିବାକୁ ପଡ଼ିନଥାଏ | ଏହାସହିତ ଘଣ୍ଟାକୁ ସହଜରେ ବନ୍ଧା ଯାଇପାରେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *