ମହେନ୍ଦ୍ର ସିଂ ଧୋନୀଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ କରିବାକୁ ଯାଉଛନ୍ତି ବିବାହ,ଧୋନୀଙ୍କ ସହିତ ସମ୍ପର୍କକୁ ନେଇ କହିଥିଲେ ଏହି କଥା,ଜାଣନ୍ତୁ କଣ କହିଥିଲେ

ଅଭିନେତ୍ରୀ ରାୟ ଲକ୍ଷ୍ମୀ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ରାୟ ଲକ୍ଷ୍ମୀ ତାଙ୍କର ଆଗାମୀ ପ୍ରଜେକ୍ଟ ପାଇଁ ଖବରରେ ଆସୁଥିଲେ, କିନ୍ତୁ ଏଥର ତାଙ୍କର ହେଡଲାଇନରେ ରହିବାର ମୁଖ୍ୟ କାରଣ ହେଉଛି-ବିବାହ। ଏହାପୂର୍ବରୁ ସେ ମହେନ୍ଦ୍ର ସିଂ ଧୋନିଙ୍କ ସହ ସମ୍ପର୍କ ବିଷୟକୁ ନେଇ ହେଡଲାଇନରେ ରହିଛନ୍ତି।

ରାୟ ଲକ୍ଷ୍ମୀ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ରାୟ ନିଜ ଟ୍ୱିଟରରେ ଲେଖିଛନ୍ତିଯେ, ‘ଦୀର୍ଘ ଦିନ ଧରି ଲୋକମାନେ ମୋତେ ଏହି ପ୍ରଶ୍ନ ପଚାରୁଛନ୍ତିଯେ, ତେଣୁ ମୁଁ ଏହାର ଉତ୍ତର ଦେଉଛି। ପ୍ରଥମ କଥା ଏହା ହେଉଛି କି, ମୁଁ ମୋର ସମ୍ପର୍କ କାହାଠାରୁ ଲୁଚାଉ ନାହିଁ। ମୁଁ ଭାବୁଛିକି, କାହାକୁ ଏଥିରୁ କୌଣସି ଅର୍ଥ ରଖିବା ଦରକାର ନାହିଁକି, ମୋ ଜୀବନରେ କଣ ଘଟୁଛି?’

ଅଭିନେତ୍ରୀ ଆହୁରି ଲେଖିଛନ୍ତିଯେ, ‘ଏହା ସହିତ ମୁଁ ଗୋପନୀୟତା ଚାହୁଁଛି। ଆଜ୍ଞା ହଁ, ଆମେ କିଛି ଘନିଷ୍ଠ ବନ୍ଧୁଙ୍କୁ ନିମନ୍ତ୍ରଣ ପଠାଇଛୁ। ମୁଁ ୨୭ ଏପ୍ରିଲ ୨୦୨୧ରେ ନିର୍ବନ୍ଧ କରୁଛି। ଏହି ସବୁ ହଠାତ୍ ଘଟିଛି, କିନ୍ତୁ ମୋ ପରିବାର ଖୁସି ଅଛନ୍ତି। ମୁଁ ମଧ୍ୟ ସେହି ବ୍ୟକ୍ତିଙ୍କର ହେବାକୁ ପ୍ରସ୍ତୁତ ଅଛି, ଯାହାଙ୍କ ସହ ମୋତେ ସାରା ଜୀବନ ବିତାଇବାକୁ ହେବ।’

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହ ତାଙ୍କ ସମ୍ପର୍କକୁ କିଏ ଭୁଲି ପାରିବ। ତେବେ ଦୁହିଁଙ୍କ ମଧ୍ୟରେ ବ୍ରେକଅପ ହେବାର ସିଧାସଳଖ କାରଣ କେହି ଜାଣି ପାରିନଥିଲେ।

ଏକ ସାକ୍ଷାତକାର ସମୟରେ ଯେତେବେଳେ ରାୟ ଲକ୍ଷ୍ମୀଙ୍କୁ ମହେନ୍ଦ୍ର ସିଂ ଧୋନିଙ୍କ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ କହିଥିଲେଯେ, ବର୍ତ୍ତମାନ ଏହା ଉପରେ ଆଲୋଚନା କରିବା ବନ୍ଦ ହେବା ଉଚିତ। ଏହା ବହୁ ବର୍ଷ ପୂର୍ବର କଥା ଅଟେ। ବର୍ତ୍ତମାନ ଧୋନିଙ୍କର ଏକ ଶିଶୁ କନ୍ୟା ମଧ୍ୟ ଅଛି।

ରାୟ ଲକ୍ଷ୍ମୀ ହିନ୍ଦୀ ବ୍ୟତୀତ ଅନ୍ୟାନ୍ୟ ଭାଷାରେ ମଧ୍ୟ କାମ କରିଛନ୍ତି। ଯଦିଓ ଚଳଚ୍ଚିତ୍ର ଜୁଲି-୨ ବକ୍ସ ଅଫିସରେ କିଛି ବିଶେଷ କରିପାରି ନଥିଲା, କିନ୍ତୁ ତାଙ୍କ ଅଭିନୟକୁ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସା ମିଳିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *