ମଙ୍ଗଳ ଗ୍ରହରେ ଦେଖାଗଲା ନୀଳ ରଙ୍ଗର ବାଲିକୁଦ, ଦେଖନ୍ତୁ ନାସା ଜାରି କଲା ଫଟୋ

ମହାକାଶ ଉପରେ ଗବେଷଣା କରୁଥିବା ସଂସ୍ଥା ନାସା ଶୁକ୍ରବାର ଦିନ ଏକ ଫଟୋ ନିଜର ଅଫିସିଆଲ୍ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଛି। ଏହି ପୋଷ୍ଟରେ ଦେଖିବାକୁ ମିଳିଛି ଯେ, ମଙ୍ଗଳ ଗ୍ରହରେ ନୀଳ ରଙ୍ଗର ବାଲିକୁଦ ରହିଛି। ସାଧାରଣ ଭାବରେ ମଙ୍ଗଳ ଗ୍ରହର ଆଭ୍ୟନ୍ତର ବାଦାମୀ କିମ୍ୱା ଧୂସର ଦେଖାଯାଇଥାଏ କିନ୍ତୁ, ଏବେ ମଙ୍ଗଳ ଗ୍ରହ ମଧ୍ୟରେ ଏହି ନୀଳ ରଙ୍ଗର ବାଲିକୁଦ ଦେଖିବାକୁ ମିଳୁଛି।

ମଙ୍ଗଳ ଗ୍ରହକୁ ସମ୍ପର୍କରେ ଗବେଷଣା ଜାରି ରହିଥିବା ସମୟରେ ଏହିଭଳି ଆଶ୍ଚର୍ଯ୍ୟ ଭଳି ଏକ ଫଟୋ ସେୟାର କରିଛି ନାସା। ଏହି ଫଟୋ ସେୟାର କରି ନାସା କହିଛି, ରେଡ ପ୍ଲାନେଟରେ ବ୍ଲ୍ୟୁ ଡ୍ୟୁନ୍ସ (ଲାଲ ଗ୍ରହରେ ନୀଳ ରଙ୍ଗର ବାଲିକୁଦ)। ଏହି ଫଟୋଟି ମଙ୍ଗଳ ଗ୍ରହର ଉତ୍ତର ମେରୁରୁ ନିଆଯାଇଛି। ଏଭଳି ବାଲିକୁଦ ଗ୍ରହରେ ପ୍ରବଳ ପବନ ବୋହିବା ଦ୍ଵାରା ସୃଷ୍ଟି ହୋଇଥାଏ। ପ୍ରାୟ ୩୦ କିମି ବ୍ୟାସାର୍ଦ୍ଧରେ ଏହି ନୀଳ ରଙ୍ଗର ବାଲିକୁଦ ଦେଖିବାକୁ ମିଳୁଛି।

ସାଧାରଣ ଭାବରେ ମଙ୍ଗଳ ଗ୍ରହ ଜଳିବା ପରି ଦେଖାଯାଏ। କିନ୍ତୁ,ଏହା ମଧ୍ୟରେ ନୀଳ ରଙ୍ଗର ବାଲିକୁଦ ଫଟୋ ଉଠାଇବା ପାଇଁ ନାସା ମଙ୍ଗଳ ଓଡିସୀ ଅର୍ବିଟରେ ଇନଫ୍ରାଡ କ୍ୟାମେରା ବ୍ୟବହାର କରିଛି। ଏହି କ୍ୟାମେରାକୁ ଥର୍ମାଲ ଏମିସନ ଇମେଜିଙ୍ଗ ସିଷ୍ଟମ (THEMIS)ମଧ୍ୟ କୁହାଯାଏ।

Google

ଏହି କ୍ୟାମେରା ସାହାର୍ଯ୍ୟରେ ଫଟୋ ଉଠାଇବା ସହିତ ମଙ୍ଗଳ ଗ୍ରହର ତାପମାତ୍ରା ମଧ୍ୟ ମପା ଯାଇଥାଏ। ଯାହାଦ୍ବାରା କି, ଗ୍ରହରେ କେଉଁ କେଉଁ ପ୍ରକାରର ଜିନିଷ ଅଛି ଏବଂ ସେଗୁଡ଼ିକର ତାପମାତ୍ରା ସମ୍ପର୍କରେ ବିଶେଷଜ୍ଞ ମାନେ ଜାଣିପାରିବେ।

ଏହି ନୀଳ ବାଲିକୁଦର ଫଟୋ କିନ୍ତୁ ଏବେର ନୁହଁ। ନଭେମ୍ବର ମାସ ୨୦୦୨ ମସିହା ଏବଂ ୨୦୦୪ ମସିହା ମଧ୍ୟରେ ଏହି ଫଟୋ ଉଠାଯାଇଥିଲା। ମଙ୍ଗଳ ଗ୍ରହରେ ଓଡିସୀ ଅର୍ବିଟରେ ଇନଫ୍ରାଡ କ୍ୟାମେରା ଦ୍ୱାରା ଏହି ଫଟୋ ଉଠାଯାଇଥିଲା। ଏବେ ଏହି ଅର୍ବିଟକୁ ୨୦ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଏହିଭଳି ଫଟୋ ସେୟାର କରିଛି ନାସା।

ଏପ୍ରିଲ ୭ ତାରିଖ ୨୦୦୧ ମସିହାରେ ଫ୍ଲୋରିଡାର କେପ କେନାଭେରଲ ଏୟାର ଫୋର୍ସ ଷ୍ଟେସନରୁ ଏହି ମାର୍ସ ଓଡିସୀ ଅର୍ବିଟରକୁ ଲଞ୍ଚ କରାଯାଇଥିଲା। ଏବେ ଏହାକୁ ୨୦ ବର୍ଷ ପୂରଣ କରିଛି। ଏହି ଅବସରରେ ନାସା ଏହି ଫଟୋ ଜାରି କରିଛି।

ବିଶେଷଜ୍ଞଙ୍କ କହିବା ଅନୁସାରେ, ମଙ୍ଗଳ ଗ୍ରହରେ ଖୁବ ଜୋରରେ ପବନ ପ୍ରବାହିତ ହୋଇଥାଏ। ଯାହାଦ୍ବାରା କି, ଗ୍ରହରେ ନୀଳ ରଙ୍ଗର ବାଲିକୁଦ ସୃଷ୍ଠି ହୋଇଛି। ଛୋଟିଆ ଧୂଳିକଣାର କୌଣସି ରଙ୍ଗ ନଥାଏ। କିନ୍ତୁ, ଏକାଠି ହେବା ପରେ ନୀଳ ରଙ୍ଗ ଭଳି ଦେଖାଯାଇଥାଏ

Google

ଇନଭର୍ସ ୱେବସାଇଟ ପ୍ଲାନେଟାରୀ ଇମେଜ ରିସର୍ଚ୍ଚ ଲାବୋରେଟୋରୀର ଜିଓଲୋଜିଷ୍ଟ ମ୍ୟାକ ଏଓ୍ୱନ କହିଛନ୍ତି ଯେ, ଧୂଳିର ପ୍ରକୃତ ରଙ୍ଗ ହାଲୁକା ବାଦାମୀ କିନ୍ତୁ, ଏଗୁଡ଼ିକ ଅଧିକ ଦୂରତା ପର୍ଯ୍ୟନ୍ତ ବ୍ୟାପିଥିବାରୁ ଏହାର ରଙ୍ଗ ନୀଳ ଦେଖାଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *