ବୀରେନ୍ଦ୍ର ସେହୱାଗଙ୍କ ବଡ଼ ବୟାନ : ଧୋନିଙ୍କ ଉପରେ ଆସିଲା ରାହୁଲ ଦ୍ରାବିଡଙ୍କ ଭୟଙ୍କର ରାଗ, ଏହିପରି ଭାବରେ କଲେ ଗା-ଳି..ଜାଣନ୍ତୁ ପୁରା ଘଟଣା

କିଛି ସମୟ ପୂର୍ବରୁ ପ୍ରସିଦ୍ଧ କ୍ରିକେଟର ରାହୁଲ ଦ୍ରାବିଡଙ୍କର ଗୋଟିଏ ଭିଡିଓ ଖୁବ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ବହୁତ ରାଗରେ ଥିବାର ଦେଖାଯାଇଥିଲେ | ରାହୁଲ ଏହି ଭିଡିଓରେ ବ୍ୟାଟ ଦ୍ୱାରା କାରର କାଚ ଭାଙ୍ଗୁଛନ୍ତି ଏବଂ କହୁଛନ୍ତି – ମୁଁ ଇନ୍ଦିରା ନଗରର ଗୁଣ୍ଡା | ରାହୁଲ ଦ୍ରାବିଡଙ୍କ ଏହି ରୂପ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ | ତେବେ ସେ ଏହା କେବଳ ଗୋଟିଏ ବିଜ୍ଞାପନ ପାଇଁ କରିଥିଲେ | ବର୍ତ୍ତମାନ ରାହୁଲ ଦ୍ରାବିଡଙ୍କ ରାଗକୁ ନେଇ ଏକ ନୂଆ ଖୁଲାସା ହୋଇଛି |

ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହୱାଗ କହିଛନ୍ତି ଯେ ସେ ଥରେ ପୂର୍ବତନ କ୍ୟାପଟେନ ଦ୍ରାବିଡଙ୍କୁ କ୍ରୋଧରେ ଥିବାର ଦେଖିଥିଲେ | ବାସ୍ତବରେ ଏହି ଘଟଣା ପାକିସ୍ତାନ ବିପକ୍ଷ ମ୍ୟାଚ ପରେ ହୋଇଛି | ଯେତେବେଳେ ମହେନ୍ଦ୍ର ସିଂ ଧୋନି ମ୍ୟାଚରେ ଗୋଟିଏ ଖରାପ ସଟ ଖେଳି ନିଜର ୱିକେଟ ହରାଇ ଦେଇଥିଲେ |

ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରାଙ୍କ ସହ ବାର୍ତ୍ତାଳାପରେ ସେହୱାଗ କହିଛନ୍ତି, ରାହୁଲ ଦ୍ରାବିଡ କେତେ କ୍ରୋଧିତ ହୋଇପାରନ୍ତି, ଏହାକୁ ମୁଁ ନିଜେ ଦେଖିଛି | ଏହା ସେହି ସମୟର ଘଟଣା ଅଟେ, ଯେତେବେଳେ ଆମେ ପାକିସ୍ତାନରେ ଥିଲୁ ଏବଂ ଧୋନି ଜଣେ ନୂତନ ଖେଳାଳି ଭାବରେ ଖେଳୁଥିଲେ |

ଧୋନି ଏକ ସଟ ଖେଳିଲେ ଏବଂ ପଏଣ୍ଟରେ କ୍ୟାଚ ଆଉଟ ହୋଇଗଲେ | ଦ୍ରାବିଡ ତାଙ୍କର ଏହି ସଟ ଉପରେ ବହୁତ ଅସନ୍ତୁଷ୍ଟ ଥିଲେ | ସେହି ସମୟରେ ଦ୍ରାବିଡ଼ ରାଗିଯାଇ କହିଥିଲେ ଯେ ‘ତୁମ ଖେଳିବାର ଶୈଳୀ କ’ଣ ଏହିପରି ? ତୁମକୁ ମ୍ୟାଚ ଶେଷ କରି ଆସିବାର ଥିଲା |”

ତା’ପରେ ଧୋନି କହିଥିଲେ ଏହି କଥା :-

ଧୋନିଙ୍କ ଉପରେ ଦ୍ରାବିଡଙ୍କ ଏହି କଥାର ପ୍ରଭାବ କ’ଣ ପଡିଥିଲା ? ସେହୱାଗ ଏହା ବିଷୟରେ କହିଛନ୍ତି, ଧୋନି ବହୁତ ଅଧିକ ସଟ ମାରି ପାରୁନଥିଲେ | ପରବର୍ତ୍ତୀ ସମୟରେ ଯେତେବେଳେ ବି ବ୍ୟାଟିଂ କରିବାକୁ ଗଲେ, ସେତେବେଳେ ସେ ୱିକେଟରେ ରହିବାକୁ ଚାହୁଁଥିଲେ |

ସେ କହିଛନ୍ତି, ଯେତେବେଳେ ଧୋନି ପରବର୍ତ୍ତୀ ସମୟରେ ବ୍ୟାଟିଂ କରିବାକୁ ଆସିଲେ, ସେତେବେଳେ ମୁଁ ଦେଖିପାରୁଥିଲି ଯେ ସେ ଅଧିକ ସଟ ମାରୁନଥିଲେ | ମୁଁ ଯାଇ ତାଙ୍କୁ ପଚାରିଲି କ’ଣ ଅସୁବିଧା ଅଛି କି, ଏହାର ଉତ୍ତରରେ ସେ କହିଥିଲେ ଯେ ସେ ଦ୍ରାବିଡ଼ଙ୍କ ଦ୍ୱାରା ପୁଣିଥରେ ଗାଳି ଖାଇବାକୁ ଚାହୁଁନାହାଁନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *