PhonePe ୟୁଜର୍ସ ଧ୍ୟାନ ଦିଅନ୍ତୁ, କେବଳ ୧ କ୍ଲିକ କରିବାଦ୍ୱାରା ଖାଲି ହୋଇଯିବ ଆକାଉଣ୍ଟ,ସବୁ ଟଙ୍କା ହେବ ଗାଏବ, ଏହିପରି ଭାବରେ ରୁହନ୍ତୁ ସତର୍କ

ଆଜିର ଟେକ୍ନୋଲୋଜି ଯୁଗରେ ଡିଜିଟାଲ ପେମେଣ୍ଟର ଧାରା ବହୁତ ବଢ଼ିଲାଣି | ଗୁଗୁଲ ପେ, ଆମାଜନ ପେ, ପେଟିଏମ, ଫୋନ ପେ ଭଳି UPI ଆପର ବହୁତ ବ୍ୟବହାର କରାଯାଉଛି | କିନ୍ତୁ ସେଗୁଡିକ ବ୍ୟବହାର କରିବା ସମୟରେ ଆପଣଙ୍କୁ ବହୁତ ସତର୍କ ରହିବ ଆବଶ୍ୟକ | କେବଳ ଗୋଟିଏ କଲରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯିବ | ଆପଣ ଠକାମୀର ଶିକାର ହୋଇଛନ୍ତି ବୋଲି ଜାଣିବା ବେଳକୁ ଆପଣଙ୍କର ସବୁ ଟଙ୍କା ଗାଏବ ହୋଇ ସାରିଥିବ |

ମହାରାଷ୍ଟ୍ରର ଠାଣେ ପୋଲିସ ଏହାକୁ ନେଇ ଆଲର୍ଟ ଜାରି କରିଛି | ବିଶେଷ କରି ଫୋନ ପେ ୟୁଜର୍ସଙ୍କୁ ପୋଲିସ ସତର୍କ କରିଦେଇଛି | ଆପଣଙ୍କ ପାଖକୁ ଗୋଟିଏ କଲ ଆସିବ ଏବଂ ନିଜକୁ ଫୋନ ପେ କର୍ମୀ କହି କେହି ଆପଣଙ୍କ ଟଙ୍କା ଉଡାଇ ନେଇଯାଇପାରେ | ହୋଇପାରେ ଏହି କଲ ଉପରେ ଆପଣଙ୍କର କୌଣସି ସନ୍ଦେହ ନଥିବ | ଠକେଇ ଏପରି ଭାବେ କରିବେ ଯେପରି କିଛି ବି ହୋଇନାହିଁ |

ବାସ୍ତବରେ କଲ କରୁଥିବା ବ୍ୟକ୍ତି ନିଜକୁ ଜଣେ ଫୋନ ପେ କର୍ମୀ ବୋଲି କୁହନ୍ତି… ଆପଣଙ୍କୁ ବିଶ୍ୱାସ ଦେଇଥାନ୍ତି ଯେ ଆପଣଙ୍କୁ କ୍ୟାସବ୍ୟାକ ଅଫର ଅନୁଯାୟୀ ପୁରସ୍କାର ମିଳିଛି | ତା’ପରେ ସେ ଆପଣଙ୍କୁ ପୁରସ୍କାର ପେ ବଟନ ଉପରେ କ୍ଲିକ କରିବାକୁ କହିବ | ଆପଣ ଭାବିବେ ଯେ ଏହା ଆପଣଙ୍କ ଲାଭର କଥା ଅଟେ | ଆପଣ ଯେପରି କ୍ଲିକ କରିବେ … ଆପଣଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଗାଏବ ହୋଇଯିବ |

ଏହିପରି ଭାବରେ ଠକିଥାନ୍ତି :-

ପୋଲିସର କହିବାନୁସାରେ, ସାଇବର କ୍ରିମିନାଲ ଆପଣଙ୍କୁ କଲ କରିବେ ଏବଂ ରିସିଭ କରିବାମାତ୍ରେ ନିଜକୁ ଫୋନପେ କଷ୍ଟମର କେୟାର କର୍ମଚାରୀ ବୋଲି କହିବେ | ଏହା ପରେ କହିବେ ଯେ ଆପଣଙ୍କୁ କ୍ୟାସଲେସ ପେମେଣ୍ଟର ପରିବର୍ତ୍ତେ କ୍ୟାସବ୍ୟାକର ଅଫର ଦେବେ | ତା’ପରେ ସେମାନେ ଆପଣଙ୍କୁ ଫୋନ ପେର ନୋଟିଫିକେସନ ଚେକ କରିବାକୁ କହିବେ | ସେଥିରେ ଏକ ମେସେଜ ଆସିଥିବ | ସାଇବର କ୍ରିମିନାଲ କହିବେ ଯେ ସେହି ମେସେଜକୁ କ୍ଲିକ କରନ୍ତୁ ଏବଂ କ୍ୟାସବ୍ୟାକ ରିସିଭ ହୋଇଯିବ |

କିନ୍ତୁ ଏହା ଓଲଟା ହେବ | କ୍ଲିକ ହେବା ମାତ୍ରେ ଆପଣଙ୍କୁ ବାଲାନ୍ସ ଚେକ କରିବାକୁ କୁହାଯାଇଥାଏ | ବାଲାନ୍ସ ଚେକ କରିବା ପାଇଁ ଆପଣ UPI ପିନ ନମ୍ବର ଦେବା ମାତ୍ରେ ଆପଣଙ୍କ ଆକାଉଣ୍ଟରେ ଥିବା ସବୁ ଟଙ୍କା ଗାଏବ ହୋଇସାରିଥିବ |

କିପରି ନିଜକୁ ସୁରକ୍ଷିତ ରଖିବେ ?

୧. ଫୋନ ପେ ୟୁଜର୍ସ ନୋଟିଫିକେସନରେ ଆସିଥିବା ମେସେଜକୁ ଭଲ ଭାବେ ପଢନ୍ତୁ |

୨. କ୍ୟାସବ୍ୟାକର ଆସିଥିବା ମେସେଜ ଉପରେ କ୍ଲିକ କରିବା ପରିବର୍ତ୍ତେ ସତର୍କ ହୋଇଯାନ୍ତୁ |

୩. ସାଇବର କ୍ରିମିନାଲ Request money ର ମେସେଜ ପଠାନ୍ତି |

୪. କେବେବି ଫୋନରେ କଥାବାର୍ତ୍ତା ହେଲାବେଳେ କୌଣସି ଆପ ଉପରେ ଆକ୍ଟିଭିଟି କରନ୍ତୁ ନାହିଁ |

୫. ଆପଣଙ୍କୁ କଥାରେ ଫସାଇ ଟଙ୍କା ପାଇବା ବାହାନାରେ ଠକିଥାନ୍ତି |

୬. କ୍ୟାସବ୍ୟାକ ଅଫର ପାଇଁ କୌଣସି କମ୍ପାନୀ କଲ କରନ୍ତି ନାହିଁ |

୭. କୌଣସି କମ୍ପାନୀ କ୍ୟାସବ୍ୟାକ ଅଫର ପାଇଁ ମେସେଜ କିମ୍ବା ଲିଙ୍କ ପଠାନ୍ତି ନାହିଁ |

୮. ଏହା ବଦଳରେ କ୍ୟାସବ୍ୟାକ ସର୍ବଦା ଅଟୋମେଟିକ କ୍ରେଡିଟ ହୋଇଯାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *