ମେଡିକାଲ ସ୍ଟୁଡେଣ୍ଟସଙ୍କ ଜବରଦସ୍ତ ଡ୍ୟାନ୍ସ ଭାଇରାଲ, ପ୍ରକୃତରେ ଲୋକେ କାହିଁକି ରାଗିଲେ ?

ଆଜିକାଲି ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କେରଳର ଏକ ମେଡିକାଲ କଲେଜର ଦୁଇଜଣ ଛାତ୍ର ଜବରଦସ୍ତ ଡ୍ୟାନ୍ସ ସ୍ଟେପ ଦେଖାଉଛନ୍ତି | ଦୁହିଁଙ୍କ ଡ୍ୟାନ୍ସ ପରଫରମାନ୍ସ ଲୋକମାନଙ୍କୁ ଏତେ ପସନ୍ଦ ହୋଇଥିଲା ଯେ ଏହି ଭିଡିଓ ଖୁବ ଭାଇରାଲ ହୋଇଗଲା | କିନ୍ତୁ ବର୍ତ୍ତମାନ ଏହି ପୁରା ଡ୍ୟାନ୍ସ ଭିଡିଓକୁ ସାମ୍ପ୍ରଦାୟିକ ରଙ୍ଗ ଦେବା ପାଇଁ ଚେଷ୍ଟା ମଧ୍ୟ କରାଯାଇଛି |

ବାସ୍ତବରେ, ଏହି ଭିଡିଓ କେରଳର ଦୁଇଜଣ ମେଡିକାଲ ସ୍ଟୁଡେଣ୍ଟସଙ୍କର ଅଟେ, ଏହି ଭିଡିଓରେ ଦୁହେଁ ଡ୍ୟାନ୍ସ କରୁଥିବାର ଦେଖାଯାଉଛନ୍ତି | ଏହି ଭିଡିଓଟିକୁ ବହୁତ ପସନ୍ଦ ମଧ୍ୟ କରାଗଲା | ଭିଡିଓରେ ଦେଖାଯାଇଥିବା ଝିଅଟିର ନାମ ଜାନକୀ ଓମକୁମାର ଏବଂ ପୁଅର ନାମ ହେଉଛି ନବୀନ କେ ରଜାକ | ଦୁହେଁ ଥ୍ରୀସୁର ମେଡିକାଲ କଲେଜରେ ଅଧ୍ୟୟନ କରନ୍ତି | ଜାନକୀ ତୃତୀୟ ଏବଂ ନବୀନ ପଞ୍ଚମ ବର୍ଷର ଛାତ୍ର ଅଟନ୍ତି |

ଏହି ଦୁଇଜଣଙ୍କର ଯେଉଁ ଭିଡିଓ ଭାଇରାଲ ହୋଇଛି, ସେଥିରେ ଏମାନେ ରସପୁଟିନ ଗୀତରେ ଡ୍ୟାନ୍ସ କରୁଥିବାର ଦେଖାଯାଉଛି | କିନ୍ତୁ ଏହି ଭିଡିଓ ସାମ୍ନାକୁ ଆସିବାପରେ ଏହାକୁ ସାମ୍ପ୍ରଦାୟିକ ରଙ୍ଗ ଦେବା ପାଇଁ ମଧ୍ୟ ଚେଷ୍ଟା କରାଯାଇଛି | ଏହା ଏଥିପାଇଁ କାରଣ ଡ୍ୟାନ୍ସ ଭିଡିଓରେ ଦେଖାଯାଇଥିବା ପୁଅ ଏବଂ ଝିଅ ଦୁହେଁ ଅଲଗା ଅଲଗା ସମ୍ପ୍ରଦାୟର ଅଟନ୍ତି |

ଜଣେ ଫେସବୁକ ୟୁଜର କୃଷ୍ଣ ରାଜ ଫେସବୁକରେ ଲେଖିଛନ୍ତି ଯେ ଥ୍ରୀସୁର ମେଡିକାଲ କଲେଜର ଦୁଇଜଣ ସ୍ଟୁଡେଣ୍ଟସଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଛି | ସ୍ଟୁଡେଣ୍ଟସଙ୍କ ନାମ ଜାନକୀ ଓମକୁମାର ଏବଂ ନବୀନ କେ ରଜାକ ଅଟେ | ମତେ ତ ଏଠାରେ ଗଡବଡ ଲାଗୁଚି | ଜାନକୀଙ୍କ ବାପାମା ଟିକେ ସଚେତନ ହେଲେ ଭଲ ହେବ |

କୃଷ୍ଣ ରାଜଙ୍କ ଫେସବୁକ ପୋଷ୍ଟ ପରେ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି ଏବଂ ଅନ୍ୟମାନେ ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି | କେଆର ଇନ୍ଦିରା ନାମକ ଜଣେ ୟୁଜର ଲେଖିଛନ୍ତି ଯେ ଏହି ଭିଡିଓଟି ପୁଅ ପକ୍ଷରୁ ସୁଟିଂ କରାଯାଇଥିଲା ଏବଂ ସେ ହିଁ ଏହାକୁ ଭାଇରାଲ କରିଛି | ଏସବୁ ପୂର୍ବରୁ ପ୍ଲାନ ଥିଲା |

ସେହିପରି ଏହି ପୁରା ମାମଲା ଉପରେ ବିବାଦ ଦେଖି କଲେଜ ସ୍ଟୁଡେଣ୍ଟସ ୟୁନିୟନ ଦୁହିଁଙ୍କ ସମର୍ଥନରେ ଆସିଛନ୍ତି | ସ୍ଟୁଡେଣ୍ଟସ ୟୁନିଅନ ସେହି ଗୀତ ଉପରେ ଆଉ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଅନେକ ସ୍ଟୁଡେଣ୍ଟସ ଦେଖାଯାଉଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *